କାମରେ ଆସୁନି ଟ୍ରାଫିକ୍‌ ସିଗ୍‌ନାଲ

ବଅଁରପାଳ, ୧୪ା୧୨(ଡି.ଏନ.ଏ.) – ଅନୁଗୋଳରେ ଦିନକୁ ଦିନ ଟ୍ରାଫିକ୍‌ ସମସ୍ୟା ବୃଦ୍ଧି ଓ ଏଥିଜନିତ ଦୁର୍ଘଟଣା ହାର ବଢୁଥିଲେ ହେଁ ଏହାର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି। ନାଲ୍‌କୋ ସ୍ମେଲଟର ମେନ୍‌ ଗେଟ ଛକଠାରେ ଟ୍ରାଫିକ୍‌ ଅବ୍ୟବସ୍ଥା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଦୀର୍ଘ ୧ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଏଠାରେ ଥିବା ଟ୍ରାଫିକ ସିଗ୍‌ନାଲ କାମ କରୁ ନ ଥିଲେ ହେଁ ଏହାର ମରାମତି କରାଯାଉନି। ଫଳରେ ଟ୍ରାଫିକ୍‌ ନିୟନ୍ତ୍ରଣ କରିବା କଷ୍ଟକର ହେଉଛି। ୫୫ ନଂ ଜାତୀୟ ରାଜପଥ ନାଲ୍‌କୋ ସ୍ମେଲଟର ଗେଟ୍‌ ଛକଠାରେ ଭିଡ଼ ନିୟନ୍ତ୍ରଣ ପାଇଁ ସୋଲାର ଟ୍ରାଫିକ୍‌ ଲାଇଟର ବ୍ୟବସ୍ଥା ହୋଇଥିଲା। ହେଲେ ଏହା ପ୍ରାୟ ବର୍ଷେ ହେଲା ଅଚଳ ହୋଇପଡିଛି। ଛକଠାରେ ଟ୍ରାଫିକ୍‌ ପୋଲିସ ନିୟୋଜିତ କରାଯାଇ ନ ଥିବାବେଳେ ୨ ଜଣ ହୋମଗାର୍ଡଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ରାସ୍ତା ମଧ୍ୟ ଭାଗରେ ଏକ ଡିଭାଇଡର ଅସୁରକ୍ଷିତ ଭାବେ ଥିବାରୁ ସେଠାରେ ଭିଡ଼ ନିୟନ୍ତ୍ରଣ କଷ୍ଟକର ହେବା ସହ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ପ୍ରାୟ ୬ ବର୍ଷ ପୂର୍ବରୁ ନାଲ୍‌କୋ ତରଫରୁ ଉକ୍ତ ଟ୍ରାଫିକ ଲାଇଟ ବ୍ୟବସ୍ଥା କରାଯାଇଥିଲା। ଏହା ଭିତରେ ଅନେକ ଥର ଏହା ଖରାପ ହୋଇପଡୁଛି। ରକ୍ଷଣାବେକ୍ଷଣ ଓ ମରାମତି ଦାୟିତ୍ୱ ନେଇଥିବା ସଂସ୍ଥା ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଏପରି ଅସୁବିଧା ଉପୁଜୁଥିବା ଅଭିଯୋଗ ହେଉଛି। ଏହି ରାସ୍ତା ଦେଇ ପ୍ରତିଦିନ ବହୁ ସଂଖ୍ୟାରେ ଶ୍ରମିକ, ଛାତ୍ରୀଛାତ୍ର ଯିବାଆସିବା କରୁଥିବାରୁ ସୁରକ୍ଷିତ ଯାତାୟାତ ପାଇଁ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବାକୁ ଦାବି ହୋଇଛି।
ଏ ସମ୍ପର୍କରେ ନେସ ସଙ୍ଗଠନର ସାଧାରଣ ସମ୍ପାଦକ ନିର୍ମଳ ସାମଲ, ମେନଗେଟ ଛକର ବ୍ୟବସାୟୀ ସନ୍ଦୀପ ମିଶ୍ର କୁହନ୍ତି, ନାଲ୍‌କୋ ପକ୍ଷରୁ ଟ୍ରାଫିକ ସିଗନାଲ ବ୍ୟବସ୍ଥା କରାଯାଇଥିଲା। ହେଲେ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଏହା ମାସେ କାମ କଲେ ବର୍ଷେ ଅଚଳ ହୋଇପଡୁଛି। ଏ ନେଇ ନାଲ୍‌କୋ ଥାନା ଆଇଆଇସି ସରୋଜିନୀ ସାମ୍ବଡା କହିଛନ୍ତି, ଟ୍ରାଫିକ ସିଗନାଲ ଫେଲ୍‌ ହେବା ଯୋଗୁ ସମସ୍ୟା ଦେଖାଦେଉଛି। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିବା ସଂସ୍ଥା ମରାମତି କଲେ ଅସୁବିଧା ଦୂର ହୋଇପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ ହୋଇ ୭ବର୍ଷ ବିତିଗଲାଣି, କାର୍ଯ୍ୟକ୍ଷମ ହୋଇପାରୁନି ଆଦିବାସୀ ହଷ୍ଟେଲ

କେସିଙ୍ଗା,୧୩।୧୦(ତୁମେଶ୍ୱର ସାହୁ): ଗରିବ ଆଦିବାସୀ ହରିଜନ ଛାତ୍ରୀଛାତ୍ରଙ୍କୁ ରହିବା ଖାଇବା ଠାରୁ ମାଗଣାରେ ପାଠ ପଢିବା ପାଇଁ ପୂର୍ବର ବିଜେଡି ସରକାର କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର…

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?