Posted inଖେଳ

କାନାଡା ମହିଳା ଫୁଟ୍‌ବଲରଙ୍କ କୀର୍ତ୍ତିମାନ

ଲସ୍‌ ଏଞ୍ଜେଲ୍ସ, ୩୧।୧ (ଏଏଫ୍‌ପି)- କାନାଡାର କ୍ରିଷ୍ଟିନେ ସିନ୍‌କ୍ଲେୟାର ଅନ୍ତର୍ଜାତୀୟ ଫୁଟ୍‌ବଲ (ଉଭୟ ମହିଳା ଓ ପୁରୁଷ)ରେ ସର୍ବାଧିକ ଗୋଲସ୍କୋର କରି ବିରଳ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ଏଠାରେ ଅନୁଷ୍ଠିତ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟରେ କାନାଡା ୧୧-୦ ଗୋଲରେ ସେଣ୍ଟ କିଟ୍ସ ଓ ନେଭିସ୍‌ ଦଳକୁ ପରାସ୍ତ କରିଥିଲା। ଏହି ମ୍ୟାଚ୍‌ରେ ୨ଟି ଗୋଲ ଦେଇ କ୍ରିଷ୍ଟିନେ ରେକର୍ଡର ଅଧିକାରିଣୀ ହୋଇଛନ୍ତି। କାନାଡାର ୩୬ ବର୍ଷୀୟା ଏହି ଅଭିଜ୍ଞ ମହିଳା ଫୁଟ୍‌ବଲ ଖେଳାଳି କ୍ୟାରିୟରର ୧୮୫ତମ ଗୋଲସ୍କୋର କରି ଆମେରିକାର ଆବି ଓ୍ବାମ୍ବାଚଙ୍କୁ ପଛରେ ପକାଇଛନ୍ତି। ଅବସର ନେଇସାରିଥିବା ଆମେରିକୀୟ ମହିଳା ଫୁଟ୍‌ବଲ ଖେଳାଳି ଓ୍ବାମ୍ବାଚ୍‌ କ୍ୟାରିୟରରେ ୧୮୪ ଅନ୍ତର୍ଜାତୀୟ ଗୋଲ ଦେଇଥିଲେ। ମାତ୍ର ୧୬ ବର୍ଷ ବୟସରେ କାନାଡା ପକ୍ଷରୁ ଖେଳି କ୍ୟାରିୟର ଆରମ୍ଭ କରିଥିବା କ୍ରିଷ୍ଟିନେ ମହିଳା ଫୁଟ୍‌ବଲରେ ଜଣେ ନିୟମିତ ଗୋଲସ୍କୋରର। ଅଲିମ୍ପିକରେ ସେ ୧୧ଟି ଗୋଲ ଦେଇଛନ୍ତି। ସେହିଭଳି ୫ଟି ବିଶ୍ୱକପ୍‌ରେ ଗୋଲସ୍କୋର କରିଥିବା ବିଶ୍ୱର ୨ ମହିଳା ଫୁଟ୍‌ବଲ ଖେଳାଳିଙ୍କ ମଧ୍ୟରୁ କ୍ରିଷ୍ଟିନେ ଅନ୍ୟତମ। ତାଙ୍କ ନାମରେ ୨ଟି ଅଲିମ୍ପିକ ବ୍ରୋଞ୍ଜ ପଦକ ମଧ୍ୟ ରହିଛି। ଫୁଟ୍‌ବଲରେ ଉଲ୍ଲେଖନୀୟ ଅବଦାନ ଲାଗି ୨୦୧୨ରେ ତାଙ୍କୁ ‘ଅର୍ଡର ଅଫ୍‌ କାନାଡା’ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ଅନ୍ତର୍ଜାତୀୟ ପୁରୁଷ ଫୁଟ୍‌ବଲରେ ଇରାନର ଅଲି ଡେଇଙ୍କ ନାମରେ ବିଶ୍ୱରେ ସର୍ବାଧିକ ଗୋଲସ୍କୋର ରେକର୍ଡ ରହିଛି। ସେ ୧୪୯ ମ୍ୟାଚ୍‌ରେ ୧୦୯ ଗୋଲସ୍କୋର କରି ତାଲିକାର ସର୍ବାଗ୍ରେ ରହିଛନ୍ତି। ଏହି ତାଲିକାରେ କ୍ରିଷ୍ଟିଆନୋ ରୋନାଲ୍ଡୋ (୯୯ ଗୋଲ) ଦ୍ୱିତୀୟ ଏବଂ ଭାରତର ସୁନୀଲ ଛେତ୍ରୀ (୭୨) ୧୦ମ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲା ଭାରତ: ବିଶ୍ୱର ପ୍ରଥମ ଦଳ ଭାବେ କଲା ଏମିତି କାରନାମା

ଅହମ୍ମଦାବାଦ,୧୯।୨: ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ଅହମ୍ମଦାବାଦରେ ନେଦରଲାଣ୍ଡ୍ସକୁ ପରାସ୍ତ କରି ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଭାରତ। ଟିମ ଇଣ୍ଡିଆ…

୧୫ ବର୍ଷ କ୍ୟାରିଅରର ଅନ୍ତ, 30 ବର୍ଷ ବୟସରେ ଅବସର ଘୋଷଣା କଲେ ଏହି ଖୋଳାଳି

ନୂଆଦିଲ୍ଲୀ,୧୯ା୨: ନ୍ୟୁଜିଲାଣ୍ଡ ମହିଳା କ୍ରିକେଟରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳର ଜଣେ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଲରେନ୍ ଡାଉନ୍ କ୍ରିକେଟରୁ…

ଲଜ୍ଜାଜନକ ରେକର୍ଡ କଲେ ଅଭିଷେକ ଶର୍ମା: ପ୍ରଥମ ଭାରତୀୟ ଭାବେ…

ନୂଆଦିଲ୍ଲୀ,୧୯/୨: ଅଭିଷେକ ଶର୍ମା ଏକ ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଟି-୨୦ ବିଶ୍ୱକପ ଇତିହାସରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ତାଙ୍କର ପ୍ରଥମ ତିନୋଟି ଇନିଂସରେ…

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

T20 ବିଶ୍ୱକପ୍‌ ୨୦୨୬: ନେଦରଲାଣ୍ଡ ବିପକ୍ଷରେ ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଅହମ୍ମଦାବାଦ,୧୮।୨: ଟି-୨୦ ବିଶ୍ୱକପ୍‌ ୨୦୨୬ର ଗ୍ରୁପ୍‌-ଏ ମୁକାବିଲାରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri