କାଠ ଦେବ ନାହିଁ ବନ ବିଭାଗ : ଅଧାରୁ ଅଟକିଛି ରଥ ନିର୍ମାଣ

ଉଦଳା,୧ା୬ (ଡି.ଏନ.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ଉପଖଣ୍ଡର ସଦର ମହକୁମା ଉଦଳା ରଥଯାତ୍ରା ପାଇଁ କାଠ ଅଭାବରୁ ରଥ ନିର୍ମାଣ କାର୍ଯ୍ୟ ଅଧାରେ ଅଟକି ରହିଛି। ଏ ନେଇ ହଜାର ହଜାର ଜଗନ୍ନାଥପ୍ରେମୀଙ୍କ ମନରେ ହତାଶ ଭାବ ସୃଷ୍ଟି ହୋଇଛି। ରୀତିନୀତି ଅନୁଯାୟୀ ଅକ୍ଷୟ ତୃତୀୟାରେ ରଥ ଚକରେ ଅଖ ଲାଗି କରାଯିବା ପରେ ରଥ ନିର୍ମାଣ ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଜୁଲାଇ ୪ ତାରିଖରେ ରଥଯାତ୍ରା ହେବାକୁ ଥିବା ବେଳେ ରଥ ନିର୍ମାଣ କାର୍ଯ୍ୟରେ ବିଳମ୍ବ ଯୋଗୁ ଜଗନ୍ନାଥ ମନ୍ଦିର କମିଟି ଏବଂ ରଥ ପରିଚାଳନା କମିଟିର ସଦସ୍ୟମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ରଥ ନିର୍ମାଣ କାର୍ଯ୍ୟ ଜୁନ୍‌ ୧୫ ତାରିଖ ମଧ୍ୟରେ ଶେଷ ହୋଇଥାଏ ା ଏବେ କେବଳ ପୁରୁଣା କାଠରେ ରଥ ନିର୍ମାଣ କରାଯାଇ ଅଧାପନ୍ତରିଆ ହୋଇ ରହିଛି। ୩ ମାସ ପୂର୍ବରୁ ରଥ ପରିଚାଳନା କମିଟି ପକ୍ଷରୁ ଉଦଳା ବନବିଭାଗ ଏବଂ ବାରିପଦା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଲିଖିତ ଭାବେ ଆବଶ୍ୟକ କାଠ ଯୋଗାଇ ଦେବାକୁ ନିବେଦନ କରାଯାଇଥିଲା ା ହେଲେ ଉଦଳା ବନବିଭାଗର ରେଞ୍ଜ ଅଧିକାରୀ ରଥ ନିର୍ମାଣ ନିମନ୍ତେ କାଠ ଯୋଗାଇ ଦିଆଯାଇପାରିବ ନାହିଁ ବୋଲି ରଥ କମିଟି ସଂପାଦକ ଲକ୍ଷ୍ମଣ ନାୟକଙ୍କୁ ରୋକଠୋକ୍‌ ଜଣାଇ ଦେଇଛନ୍ତି ା ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ା ଏହି ରଥଯାତ୍ରା ନିମନ୍ତେ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥାଏ ା ତାହା କେବଳ ଭକ୍ତମାନଙ୍କର ଅନୁଦାନ ଅର୍ଥରୁ ମିଳିଥାଏ ା ରଥ ପରିଚାଳନା କମିଟିର ସଭାପତି ଭାବେ ନବ ନିର୍ବାଚିତ ବିଧାୟକ ଭାସ୍କର ମଢେଇ ଥିବାବେଳେ ବ୍ୟସ୍ତ ଥିବା କାରଣରୁ ରଥ ନିର୍ମାଣ କାର୍ଯ୍ୟରେ ସହଯୋଗ କରି ପାରି ନ ଥିବା ଜଣାପଡିଛି ା ବନବିଭାଗ କେବଳ ରଥ ନିର୍ମାଣକୁ ଅଳ୍ପ କେତେ ଖଣ୍ଡ କାଠପଟା ଯୋଗାଇ ଦେବ ବୋଲି ସୂଚନା ଦେଇଥିବା ଜଣାପଡିଛି ା ରଥ ପାଇଁ ଆବଶ୍ୟକ କାଠ ବନବିଭାଗ କାହିଁକି ଦେବ ନାହିଁ ବୋଲି ଜଗନ୍ନାଥ ପ୍ରେମୀ ପ୍ରଶ୍ନ କରିଛନ୍ତି। ଏହି ରଥଯାତ୍ରା ଦୁଇ ଦିନ ଧରି ପାଳନ କରାଯାଇଥାଏ। ପ୍ରଥମ ଦିବସରେ ପୁରୁଷମାନେ ରଥ ଟାଣି ଥାଆନ୍ତି ଏବଂ ଦ୍ୱିତୀୟ ଦିବସରେ ମହିଳା ଶ୍ରଦ୍ଧାଳୁମାନେ ରଥ ଟାଣି ଶ୍ରୀ ଜୀଉଙ୍କୁ ମାଉସୀମା ମନ୍ଦିରରେ ପହଞ୍ଚାଇଥାନ୍ତି ା ଖୁବଶୀଘ୍ର ରଥ ନିର୍ମାଣ ପାଇଁ ବନବିଭାଗ ଆବଶ୍ୟକ କାଠ ଯୋଗାଇ ଦେବାକୁ ରଥ ପରିଚାଳନା କମିଟି ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri