କାଞ୍ଜିପାଣି ଆଶ୍ରମ ସ୍କୁଲ ଅସଦାଚରଣ ମାମଲା: ପ୍ରଧାନଶିକ୍ଷକ ନିଲମ୍ବିତ

କେନ୍ଦୁଝର ୨୦ା୭ (ସ୍ବ.ପ୍ର.)- କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ କାଞ୍ଜିପାଣି ଠାରେ ଥିବା ଆଶ୍ରମ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କ ପ୍ରତି ଅସଦାଚରଣ ପ୍ରଦର୍ଶନ କରିବା ମାମଲାରେ ଜିଲା ପ୍ରଶାସନ ସମ୍ପୃକ୍ତ ପ୍ରଧାନଶିକ୍ଷକ ଅର୍ଜୁନ କୁମାର ମହାନ୍ତଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ଏହି ଘଟଣାରେ ମାଟ୍ରୋନ ଓ ବ୍ଲକ ମଙ୍ଗଳ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବିଭାଗ ପକ୍ଷରୁ ସରକାରଙ୍କୁ ଲେଖାଯାଇଥିବା ଜିଲା ମଙ୍ଗଳ ଅଧିକାରୀ ପ୍ରଦ୍ୟୁମ୍ନ୍ନ ଦାଶ ସୂଚନା ଦେଇଛନ୍ତି। ସରକାର ଏ ନେଇ କ’ଣ ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି ା ଏହି ଘଟଣାରେ ପୋଲିସ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି ା