କାଚ ଓ ବାତ୍ୟା ପରବର୍ତ୍ତୀ ବିଭୀଷିକା

”ଭଂଗା କାଚକୁ ସଂଗ୍ରହ
କରିବା, ସଫା କରିବା ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ନେଇ କେଉଁଠାରେ ପକାଇବା କାଠିକର ପାଠ। ଏହି ଆବର୍ଜନାଟି ସହଜରେ ବର୍ଷ ବର୍ଷ ଧରି ମାଟିରେ ମିଶେନାହିଁ କିମ୍ବା ବିଘଟିତ ହୁଏନାହିଁ। ଫଳରେ ପରେ ଗୁରୁତର ପରିବେଶଜନିତ ପ୍ରଦୂଷଣର ମୁଖ୍ୟାଂଶ ହୋଇଥାଏ। ଗାଡ଼ିଟିଏ ରାସ୍ତାରେ ଧକ୍କା ହେବା ଦ୍ୱାରା ଗାଡ଼ିର କାଚ ଗୁଣ୍ଡ ହୋଇ ରାସ୍ତାସାରା ମୋତି ଗୁଣ୍ଡ ପରି ଚିକ୍‌ ଚିକ୍‌ ଦେଖାଯାଏ। ଅନ୍ୟ ଛୋଟମୋଟ ଗାଡ଼ି ଚକରେ ପଶି କଣା କରାଏ। ସାଇକେଲ ଲିକ୍‌ ହୁଏ, ପାଦରେ ପଶିଥାଏ। ଏପରି କି ଚପଲ ଓ ଜୋତା ଫୁଟାଇବା ଫଳରେ ଅନ୍ୟ ଆଘାତ ଅପେକ୍ଷା କାଚଜନିତ କ୍ଷତ ଅଧିକ ସଂକ୍ରମଣ ଘଟାଇଥାଏ।“

କାଚର ଆବିଷ୍କାର ଚାଇନା ଦେଶରେ ହୋଇଥିଲା। କାଚର ଗୋଟିଏପଟେ ପ୍ରଲେପ ଲଗାଇ ମଣିଷ ନିଜର ପ୍ରତିଛବି ଏଥିରେ ଦେଖିପାରିଲା ‘କାଚ’ ଆଲୋକ ପାଇଁ ପ୍ରତିବନ୍ଧକ ନ ଥିବାରୁ ଏହା ମଧ୍ୟଦେଇ ଆଲୋକ ଯାଇପାରେ। କାଚକୁ ବିଭିନ୍ନ ପ୍ରକାରର ରାସାୟନିକ ଓ ପ୍ରଲେପ ମାଧ୍ୟମରେ ଗୋଟିଏପଟେ ଆଲୋକ ପ୍ରତିରୋଧ ଓ ଅନ୍ୟ ଗୋଟିଏ ପଟେ ଆଲୋକାଭିମୁଖୀ କରାଯାଇପାରୁଛି ଓ ବିଭିନ୍ନ ରଙ୍ଗର ସୁଦୃଶ୍ୟ କାଚମାନ ଗଢ଼ା ଯାଇପାରୁଛି।
ଏବେ ଘର ତିଆରି ଓ ପରବର୍ତ୍ତୀ ଘରମୁଦା ପାଇଁ କାଚ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହା ଘରକୁ ସୁଦୃଶ୍ୟମାନ କରିବା ସହିତ ଆଲୋକ ସଞ୍ଚାଳନ ପାଇଁ ବ୍ୟବହାର କରାଯାଇଥାଏ। ଅନେକ ଥାକ, ଆଲମାରୀ ଓ ର଼୍ୟାକ୍‌ମାନଙ୍କରେ ବିଭିନ୍ନ କାଚ ଲଗାଯାଇଥାଏ।
ମାତ୍ର ଏବେ ଘଟିଯାଇଥିବା ”ଅତ୍ୟନ୍ତ ମହାବାତ୍ୟା ଫନୀ“ର ତାଣ୍ଡବଲୀଳା ଓ ପ୍ରଳୟ ପରେ ଜଣାପଡ଼ିଛି ଯେ ‘କାଚ’ କେତେ କ୍ଷତିକାରକ ଓ ଅସ୍ବାସ୍ଥ୍ୟକର। ପ୍ରଚଣ୍ଡ ପବନ ମାଡ଼ରେ ତାହାସବୁ ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଯାଇଛି। ଘର ଦ୍ୱାର, ବାହାର, ଗାଡ଼ି, ଝରକା, କବାଟ, ପାର୍ଟିସନ୍‌ ଓ ପ୍ରବେଶକକ୍ଷ ସବୁ କାଚ ଭାଙ୍ଗି ଗୁଣ୍ଡହୋଇ ପାହାଡ଼ ପରି ଜମା ହୋଇଛି। ଏହା ବହୁତଳ ପ୍ରାସାଦ ପାଇଁ ଅନେକ କ୍ଷତିସାଧନ କରିଛି। ଯଦିଓ କାଚ ପାଇଁ କୌଣସି ବ୍ୟକ୍ତି ମରିନାହାନ୍ତି ତଥାପି ମରିଯିବା ମଧ୍ୟ ଅସମ୍ଭବ ନୁହେଁ। ତା’ର ତୀକ୍ଷ୍ନ ଧାର ଅତି ସହଜରେ ଖଣ୍ଡା ଓ ଛୁରି ପରି କ୍ଷତ କରିପାରେ, ଫୁଟାଇ ଦେଇପାରେ।ସେହିସବୁ ଭଂଗା କାଚକୁ ସଂଗ୍ରହ କରିବା, ସଫା କରିବା ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ନେଇ କେଉଁଠାରେ ପକାଇବା କାଠିକର ପାଠ। ଏହି ଆବର୍ଜନାଟି ସହଜରେ ବର୍ଷ ବର୍ଷ ଧରି ମାଟିରେ ମିଶେନାହିଁ କିମ୍ବା ବିଘଟିତ ହୁଏନାହିଁ। ଫଳରେ ପରେ ଗୁରୁତର ପରିବେଶଜନିତ ପ୍ରଦୂଷଣର ମୁଖ୍ୟାଂଶ ହୋଇଥାଏ। ଗାଡ଼ିଟିଏ ରାସ୍ତାରେ ଧକ୍କା ହେବା ଦ୍ୱାରା ଗାଡ଼ିର କାଚ ଗୁଣ୍ଡ ହୋଇ ରାସ୍ତାସାରା ମୋତି ଗୁଣ୍ଡ ପରି ଚିକ୍‌ ଚିକ୍‌ ଦେଖାଯାଏ। ଅନ୍ୟ ଛୋଟମୋଟ ଗାଡ଼ି ଚକରେ ପଶି କଣା କରାଏ। ସାଇକେଲ ଲିକ୍‌ ହୁଏ, ପାଦରେ ପଶିଥାଏ। ଏପରି କି ଚପଲ ଓ ଜୋତା ଫୁଟାଇବା ଫଳରେ ଅନ୍ୟ ଆଘାତ ଅପେକ୍ଷା କାଚଜନିତ କ୍ଷତ ଅଧିକ ସଂକ୍ରମଣ ଘଟାଇଥାଏ। ଏଥିଲାଗି ଆମକୁ ଅଧିକ ସତର୍କତା ଗ୍ରହଣ କରିବାକୁ ପଡ଼ିବ। ଘରେ, କବାଟରେ, ଝରକାରେ, ର଼୍ୟାକ୍‌, ଶୋ’କେସ୍‌ରେ ଯଥାସମ୍ଭବ କମ୍‌ କାଚ ଲଗାଇବା। ନଚେତ ଫାଇବର ଲଗାଇବା। ପ୍ରବେଶ ପଥରେ ମଧ୍ୟ ସେହିପରି କାଚ ଲଗାଇବା ଉଚିତ। ବହୁତଳ ପ୍ରାସାଦର ଝରକାକୁ ଷ୍ଟିଲ୍‌ ଜାଲି ଲଗାଇଯାଇପାରେ, ଫାଇବର ଉଡ ମଧ୍ୟ ଲଗାଯାଇପାରେ।
ପବନର ସାଧାରଣ ଗତିପଥ ଓ ବାତ୍ୟାର ଗତିପଥ ଜାଣିପାରିଲେ ସେଥିପାଇଁ କାଚ ଘର ଓ କବାଟର ଠିକ୍‌ ନିର୍ଦ୍ଧାରଣ କରିବା ଯଥାର୍ଥ ଅଟେ। କାଚର ପୃଷ୍ଠକୁ ସଫା କରିବାବେଳେ ସତର୍କତା ଅବଲମ୍ବନ କରିବା ମଧ୍ୟ ଦରକାର। ଅଧା ଭଙ୍ଗା କାଚର ଚିଜ ଘରେ ନ ରଖି ପକେଇଦେବା ଉଚିତ ଓ ଟେବୁଲର ଧାର ନ ରଖି ଓ୍ବାଲ୍‌ କଡକୁ ରଖାଯିବା ଠିକ୍‌। ତୈଳାକ୍ତ ହାତରେ, ଲାଜୁଆପଦାର୍ଥ ଲାଗିଥିଲେ ଓ ସର୍ଫ କିମ୍ବା ଡିଟରଜେଣ୍ଟ ବା ଡିସ୍‌ଇନ୍‌ଫେକ୍ଟାଣ୍ଟ୍‌ରେ ଧୋଇବାବେଳେ ମଧ୍ୟ ଏହାସବୁ ଖସୁଡ଼ିଯାଇ ଭାଙ୍ଗିଯାଇଥାଏ। ସେଥିଲାଗି ସତର୍କତା ଜରୁରୀ।
କ୍ଷତ ହେଲେ ପ୍ରଥମେ ପରିଷ୍କାର କରି ରକ୍ତକ୍ଷରଣ ବନ୍ଦ କରିବା ଦରକାର। କ୍ଷତ ଅଳ୍ପ ହୋଇଥିଲେ ପ୍ରେସର ବ୍ୟାଣ୍ଡେଜ୍‌ରେ ବନ୍ଦ ହୁଏ। ବଡ଼ ଓ ଦୀର୍ଘ ହୋଇଥିଲେ ଷ୍ଟିଚ୍‌ ପଡ଼େ, ଟି.ଟି. ଦିଆଯାଏ, କ୍ଷତମଲମ ଓ ଆଣ୍ଟିବାୟୋଟିକ୍‌ ମଧ୍ୟ ସାତଦିନ ଯାଏ ନେବାକୁ ପଡ଼େ। ଏହାସହିତ ସର୍ତକତାର ସହିତ ମଧ୍ୟ ଚଳିବାକୁ ପଡ଼େ।
ପ୍ରବାଦ ଅଛି ”କାଚଘରେ ରହୁଥିବା ଲୋକେ ପର ଘରକୁ ଟେକା ପକେଇବା ଅନୁଚିତ“। ମାତ୍ର କାଚ ଘର ଯେ ବାତ୍ୟା ସମୟରେ ଏକ ପ୍ରାଣଘାତକ ବିପଦ ତାକୁ ସମସ୍ତଙ୍କୁ ମନେରଖି କାର୍ଯ୍ୟ କରିବାକୁ ପଡ଼ିବ।

ଡ. ରାମଚନ୍ଦ୍ର ରାଉତ

-ଗୋପାଳପୁର, ହରିହର ଭେଟ, ବାଙ୍କୀ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ପଡିବ ଶନିଙ୍କ ଭୟଙ୍କର ମହାଦଶା, ଏହି ରାଶି ଉପରେ ପଡିବ ଖରାପ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ “କର୍ମଦାତା” ଏବଂ “ବିଚାରକ” ଭାବରେ ଜଣାଯାଏ। ସେ ବ୍ୟକ୍ତିମାନଙ୍କୁ ସେମାନଙ୍କ କାର୍ଯ୍ୟ ଆଧାରରେ ଶୁଭ କିମ୍ୱା ଅଶୁଭ ଫଳ ପ୍ରଦାନ...

୫୦ ବର୍ଷ ପରେ ଡିସେମ୍ବରରେ ଘଟୁଛି ଏମିତି ଯୋଗ, ଏହି ୫ ରାଶିର ଲାଗିବ ଲଟେରୀ, ହେବ ଧନ ଲାଭ

ଡିସେମ୍ବର ମାସ ଗ୍ରହ ଏବଂ ନକ୍ଷତ୍ର ଦୃଷ୍ଟିକୋଣରୁ ବହୁତ ବିଶେଷ ହେବାକୁ ଯାଉଛି। ବୈଦିକ ଜ୍ୟୋତିଷ ଅନୁସାରେ, ୫୦ ବର୍ଷ ପରେ ଧନୁ ରାଶିରେ ଏକ...

ପିଲାମାନଙ୍କ ଖାଦ୍ୟାଭାସରୁ କେମିତି ଜାଣିବେ ମାନସିକତା

ଖାଇବାକୁ ନେଇ ପିଲାମାନେ ଅନେକ ସମୟରେ ବହୁ ସମସ୍ୟା ସୃଷ୍ଟି କରନ୍ତି। ଏମିତିକି ତିଆରି ହୋଇଥିବା ଖାଦ୍ୟ ବଦଳରେ ଅନ୍ୟ ଖାଦ୍ୟ ବରାଦ କରନ୍ତି ।...

ବାବା ଭେଙ୍ଗାଙ୍କ ସବୁଠୁ ବଡ଼ ଭବିଷ୍ୟବାଣୀ, ବର୍ଷ ଶେଷରେ ମାଲାମାଲ୍‌ ହେବେ ୪ ରାଶି! ଯାହା ଛୁଇଁବେ ହେବ ସୁନା…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ସର୍ୱଦା ଭାଇରାଲ ହୁଏ। ଏବେ, ସେ ନିକଟରେ କହିଛନ୍ତି ଯେ 2025 ର ଶେଷ ମାସ କିଛି ରାଶି ପାଇଁ ଖୁସିର...

ଜଏଣ୍ଟ ପେନ୍‌ ହେଉଥିଲେ…ଆପଣାନ୍ତୁ ଏହି ଟିପ୍ସ

ଶୀତଦିନେ ତାପମାତ୍ରା କମ୍‌ ଥିବାରୁ ଜଏଣ୍ଟ ପେନ୍‌ ସମସ୍ୟା ଦେଖାଦିଏ । ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇଁ କ’ଣ କରିବେ ଜାଣନ୍ତୁ… -ଆଣ୍ଠୁଗଣ୍ଠି ସମସ୍ୟାରୁ...

ଡିସେମ୍ବର ୭ରୁ ସାବଧାନ ରୁହନ୍ତୁ ଏହି ୫ଟି ରାଶି, ମଙ୍ଗଳଙ୍କ ଗୋଚର ଆଣିପାରେ ଆର୍ଥିକ କ୍ଷତି, ଆଉ ଅଶାନ୍ତି

ଡିସେମ୍ବର ୭ ତାରିଖ ରାତି ୮:୨୭ରେ ମଙ୍ଗଳ ଧନୁ ରାଶିରେ ପ୍ରବେଶ କରିବାର ରହିଛି। ମଙ୍ଗଳ ଜାନୁଆରୀ ୧୬, ୨୦୨୬ ସକାଳ ୪:୩୬ ପର୍ଯ୍ୟନ୍ତ ଧନୁ...

୩୦ବର୍ଷ ପରେ ଶନିରେ ମହା ରାଜଯୋଗ, ୨୦୨୬ରେ ଚମକିବେ ଏହି ୩ରାଶି!

ବୈଦିକ ଜ୍ୟୋତିଷ ଅନୁସାରେ, ଗ୍ରହ ଏବଂ ନକ୍ଷତ୍ରର ପ୍ରତ୍ୟେକ ଗୋଚର ଏବଂ ସଂଯୋଗ ମାନବ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ। ଜ୍ୟୋତିଷ ଦୃଷ୍ଟିକୋଣରୁ 2026...

ଡିସେମ୍ୱରରେ ପଡିଲା ମଳମାସ, ୩୦ଦିନ ଯାଏ କରନ୍ତୁନି ଶୁଭକାମ ନଚେତ୍‌…

ହିନ୍ଦୁ ଧର୍ମରେ, ସୂର୍ଯ୍ୟ ଦେବତାଙ୍କୁ ନଅଟି ଗ୍ରହର ରାଜା ଏବଂ ଚଳନ୍ତି ପ୍ରତିମା ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଗଣନା ଅନୁସାରେ, ପ୍ରତି ମାସରେ ସୂର୍ଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri