କାକଟପୁର, ଅସ୍ତରଙ୍ଗରେ ସ୍ବାଧୀନତା ଦିବସ

କାକଟପୁର,୧୫ା୮(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳରେ ଗୁରୁବାର ୭୩ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରବଳ ବର୍ଷା ସତ୍ତ୍ୱେ କାକଟପୁର ମିନିଷ୍ଟାଡ଼ିୟମ୍‌ଠାରେ କାକଟପୁର ପ୍ରେସ୍‌ କ୍ଲବ୍‌ ପକ୍ଷରୁ ଆୟୋଜିତ ବ୍ଲକସ୍ତରୀୟ ସ୍ବାଧୀନତା ଦିବସରେ ବ୍ଲକ ଅଧ୍ୟକ୍ଷା ମନୋରମା ସ୍ବାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। କାକଟପୁର ବ୍ଲକ କାର୍ଯ୍ୟାଳୟଠାରେ ବିଡିଓ ସୁଧୀର କୁମାର ନାୟକ, ତହସିଲଦାର କାର୍ଯ୍ୟାଳୟଠାରେ ତହସିଲଦାର ରୋଜିନା ଦାଶ, ଜଳସେଚନ ବିଭାଗ କାର୍ଯ୍ୟାଳୟରେ ଉପ ନିର୍ବାହୀଯନ୍ତ୍ରୀ ପ୍ରତାପ କୁମାର ବିଶ୍ୱାଳ, ଥାନାରେ ଆଇଆଇସି ସୁମତୀ ମହାନ୍ତି, ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟଠାରେ ସହକାରୀ ଯନ୍ତ୍ରୀ ଉପେନ୍ଦ୍ର ନାୟକ, ଅସ୍ତରଙ୍ଗସ୍ଥିତ ବିଜେଡି କାର୍ଯ୍ୟାଳୟଠାରେ ବ୍ଲକ ଅଧ୍ୟକ୍ଷ ସ୍ବାଧୀନ କୁମାର ନାୟକ, କଂଗ୍ରେସ କାର୍ଯ୍ୟାଳୟଠାରେ ବିଶ୍ୱଭୂଷଣ ଦାସ ପ୍ରମୁଖ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଶୋଭାଯାତ୍ରାରେ ବାହାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭେନେଜୁଏଲା ଗସ୍ତକୁ ନେଇ ବଢିଲାଣି ଚର୍ଚ୍ଚା, ଭୂମିକମ୍ପ ପରେ କାହିଁକି ଭେନେଜୁଏଲା ଯାତ୍ରା କରିଥିଲେ ଭାରତର ‘ସାଇକ୍ଲୋନ ମ୍ୟାନ’? ଜାଣନ୍ତୁ…

ନୂଆଦିଲ୍ଲୀ/କାରାକସ,୧୦।୭: ପୂର୍ବତନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ଏବଂ ବିପର୍ଯ୍ୟୟ ପରିଚାଳନା ବିଶେଷଜ୍ଞ ଭିକେ ପାଣ୍ଡିଆନ ସମ୍ପ୍ରତି ଭୂମିକମ୍ପ ପ୍ରଭାବିତ ଭେନେଜୁଏଲା ଗସ୍ତ କରିଥିଲେ।…

ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଏକାଦଶ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି କଲେ ଗ୍ରାମବାସୀ, ସମସ୍ତେ ଚକିତ

ପାଟଣା,୧୦।୭(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ତହସିଲ ଅର୍ନ୍ତଗତ ଚେମେଣା ଓ ଯମୁନା ପଶି ପଞ୍ଚାୟତର ୧୨ଟି ମୌଜାର ଜମିକୁ ନେଇ ଜେଏସଡବ୍ଲୁ ଓ ପୋସ୍କୋ ପ୍ରସ୍ତାବିତ…

ଭାରତର କ୍ଷତରେ ଲୁଣ ଲଗାଇଲା ଇଂଲଣ୍ଡ, ଅଧିନାୟକ ହ୍ୟାରି ବ୍ରୁକ କହିଲେ, ‘ମୁଁ ଏହାକୁ ପ୍ରକୃତରେ ଉପଭୋଗ କରିଥିଲି…’

ନୂଆଦିଲ୍ଲୀ,୧୦।୭: ବ୍ରିଷ୍ଟଲରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ଇଂଲଣ୍ଡ ଭାରତୀୟ କ୍ରିକେଟ ଦଳକୁ ୯ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଇଂଲଣ୍ଡ ୩-୦ରେ ସିରିଜ…

ମୃତ ପୋଲିସ କର୍ମଚାରୀଙ୍କ ପରିବାରକୁ ବୀମା ରାଶି ପ୍ରଦାନ

ଛତ୍ରପୁର,୧୦।୭(ଦିଲୀପ ସାମଲ): ୨୦୨୪ ମସିହାରେ କାର୍ଯ୍ୟରତ ଅବସ୍ଥାରେ ଅକସ୍ମାତ ହୃଦ୍ଘାତରେ ପରଲୋକବରଣ କରିଥିବା ଚମାଖଣ୍ଡି ପୋଲିସ ଥାନା କର୍ମଚାରୀ ସଞ୍ଜିତ ସ୍ବାଇଁଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା…

ପ୍ରଧାନମନ୍ତ୍ରୀଙ୍କ ପଛରେ ଠିଆ ହୋଇଥିବା ଝିଅ ଦେଲେ ଏମିତି ସଙ୍କେତ; ପଛକୁ ବୁଲି ଚାହିଁଲେ ମୋଦି, ଆଉ ତାପରେ…

ନୂଆଦିଲ୍ଲୀ,୧୦।୭:ଅଷ୍ଟ୍ରେଲିଆର ମେଲବୋର୍ନର ମାର୍ଭେଲ ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରୁଥିବା ସମୟରେ ଏକ ଅନନ୍ୟ ଦୃଶ୍ୟ ଦେଖାଯାଇଥିଲା। ଭାଷଣ ସମୟରେ, ମଞ୍ଚ ଉପରେ ତାଙ୍କ…

ଜିଓ ନେଟୱର୍କ ସେବା ବିପର୍ଯ୍ୟସ୍ତ: ଲୋକେ ହନ୍ତସନ୍ତ

କର୍ଲାମୁଣ୍ଡା,୧୦।୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗଜବାହାଲ ଗ୍ରାମରେ ଜିଓ ୫ଜି ନେଟୱର୍କ ସେବା ଦୀର୍ଘଦିନ ଧରି ବ୍ୟାହତ ହୋଇଆସୁଛି। ବିଦ୍ୟୁତ ଥିବା ସତ୍ତ୍ୱେ…

ଜିଲାସ୍ତରୀୟ ୭୭ତମ ବନମହୋତ୍ସବ: ୨ ବନ ସଂରକ୍ଷଣ ସମିତିକୁ ମିଳିଲା ଏତିକି ଟଙ୍କାର ପୁରସ୍କାର

ଭବାନୀପାଟଣା,୧୦।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ଟାଉନ ହାଇସ୍କୁଲରେ ଗୁରୁବାର ଜିଲାସ୍ତରୀୟ ୭୭ତମ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ତର ବନଖଣ୍ଡ ପକ୍ଷରୁ ଆୟୋଜିତ ଏହି…

ଅଦିନିଆ ରଥଯାତ୍ରା ଉପରେ ରୋକ: ନିର୍ଦ୍ଦେଶ ଦେଲେ ଜିଲାପାଳ

ଭୁବନେଶ୍ୱର,୧୦।୭: ରାଜସ୍ଥାନ ସିକରରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ଉପରେ ରୋକ ଲଗାଯାଇଛି। ସିକର ଜିଲ୍ଲା ମାଜିଷ୍ଟ୍ରେଟ ରଥଯାତ୍ରା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଅଦିନ ରଥଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri