Posted inଜାତୀୟ

କଶ୍ମୀରର କେଶର, ତାମିଲନାଡୁର ମୋତି… ଜାଣନ୍ତୁ ବିଲ ଗେଟ୍ସଙ୍କୁ ଉପହାରରେ କ’ଣ କ’ଣ ଦେଲେ ମୋଦି

ନୂଆଦିଲ୍ଲୀ,୨୯।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ଭେଟିଥିଲେ। ଏହି ସମୟରେ, ଭୋକାଲ ଫର ଲୋକାଲର ଏକ ଗିଫ୍ଟ ଗେଟ୍ସଙ୍କୁ ଦେଇଛନ୍ତି। ଯେଉଁଥିରେ ବିଭିନ୍ନ ରାଜ୍ୟର ଉତ୍ପାଦ ରହିଥିଲା। ମୋଦି ପ୍ରଥମେ ବିଲ ଗେଟ୍ସଙ୍କୁ ପୁଷ୍ଟିକର ପୁସ୍ତକ ଦେଇଥିଲେ ଏବଂ ତା’ପରେ ତାମିଲନାଡୁର ମତ୍ସ୍ୟଜୀବୀମାନଙ୍କ ଦ୍ୱାରା ପ୍ରସ୍ତୁତ ମୋତି ଉପହାର ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ତାମିଲନାଡୁର ପ୍ରସିଦ୍ଧ କଳା ଟେରାକୋଟାକୁ ବିଲ ଗେଟ୍ସଙ୍କୁ ଉପହାର ଦେଇଛନ୍ତି। ଏହି ସମୟରେ ମୋଦି ବିଲ ଗେଟ୍ସଙ୍କୁ ଟେରାକୋଟାର ବିଶେଷତା ବିଷୟରେ କହିଥିଲେ ଏବଂ ଏହା ଏକ ଅତି ଲୋକପ୍ରିୟ କଳା, ଯାହା ବିଦେଶରେ ମଧ୍ୟ ପ୍ରସିଦ୍ଧ। ଲୋକମାନେ ନିଜ ଘର ଏବଂ ମନ୍ଦିରରେ ମଧ୍ୟ ଏହିପରି କଳା ସ୍ଥାପନ କରନ୍ତି ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଶ୍ମୀରରୁ ବିଲ ଗେଟ୍ସଙ୍କୁ ଏକ ପଶମିନା ଶାଲ ଦେଇଥିଲେ ଏବଂ ପରେ ତାଙ୍କୁ ଉପହାର ସ୍ବରୂପ କଶ୍ମୀରର କେଶର ମଧ୍ୟ ଦେଇଥିଲେ। ସେ ବିଲ ଗେଟ୍ସଙ୍କୁ କହିଛନ୍ତି ଯେ ବର୍ତ୍ତମାନ ସେ ଦେଶରେ ଭୋକାଲ ଫଣ ଲୋକାଲ ଓ ଓ୍ବାନ-ଡିଷ୍ଟ୍ରିକ୍ଟ-ଓ୍ବାନ ପ୍ରୋଜେକ୍ଟ ମୁଭମେଣ୍ଟ ଚଳାଉଛନ୍ତି। ଶେଷରେ ପ୍ରଧାନମନ୍ତ୍ରୀ ମୋଦି ବିଲ ଗେଟ୍ସଙ୍କୁ ଦାର୍ଜିଲିଂ ଏବଂ ନୀଳଗିରି ଚା ପତ୍ର ଦେଇଛନ୍ତି ଏବଂ କହିଛନ୍ତି ମୁଁ ଆବଣଙ୍କୁ ଦେଖିଛି ଆପଣ ଚା ଉପରେ ଚର୍ଚ୍ଚା କରୁଛନ୍ତି।
ମୋଦି ଶୁକ୍ରବାର କହିଛନ୍ତି ଯେ କୃଷି, ସ୍ବାସ୍ଥ୍ୟ ଏବଂ ଶିକ୍ଷା ହେଉଛି ତିନୋଟି କ୍ଷେତ୍ର ଯେଉଁଥିରେ ପ୍ରଯୁକ୍ତିବିଦ୍ୟା ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ। ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ତଥା ବିଭିନ୍ନ କାର୍ଯ୍ୟ ସହ ଜଡିତ ବିଲ ଗେଟ୍ସଙ୍କ ସହ ବାର୍ତ୍ତାଳାପରେ ମୋଦି କହିଛନ୍ତି ଯେ ସେ ବିଶ୍ୱରେ ଡିଜିଟାଲ ବିଭେଦ ବିଷୟରେ ଶୁଣୁଥିଲେ ଏବଂ ସେ ନିଷ୍ପତ୍ତି ନେଇଛନ୍ତି ଯେ ଏହା ଭାରତରେ ଘଟିବ ନାହିଁ। ସେ କହିଛନ୍ତି, ‘ମୁଁ ଡିଜିଟାଲ ବିଭାଜନ ଘଟିବାକୁ ଦେବି ନାହିଁ, ଆମେ ଗାଁକୁ ଡିଜିଟାଲ ଭିତ୍ତିଭୂମି ନେଇଯିବା।’


Enter your email to get our daily news in your inbox.

All Right Reserved By Dharitri.Com

ଆପ୍‌ର ପ୍ରଚାର ଗୀତକୁ ବ୍ୟାନ୍‌ କଲା ଇସି

ନୂଆଦିଲ୍ଲୀ,୨୮ା୪:ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଲୋକ ସଭା ପ୍ରଚାର ଗୀତ ଉପରେ ନିର୍ବାଚନ କମିଶନ (ଇସି) ପ୍ରତିବନ୍ଧ ଲଗାଇଛି। ଆପ୍‌ ଗୀତ ‘ଜେଲ କେ ଜବାବ...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ମୋଦିଙ୍କ ମନ୍ତବ୍ୟକୁ ସମାଲୋଚନା କରି ଗିରଫ ହେଲେ ଭାଜପା ନେତା

ବିକାନେର,୨୮ା୪: ରାଜସ୍ଥାନରେ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବିକାନେରର ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଉସ୍‌ମାନ ଘନିଙ୍କୁ ଶନ୍ତି ଭଙ୍ଗ କରିବା ଅଭିଯୋଗରେ...

ଆମେ କୌଣସି ପରିସ୍ଥିତିରେ ବି ମୁଣ୍ଡ ନୁଆଁଇବୁ ନାହିଁ: କାହିଁକି ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ଅହମ୍ମଦାବାଦ,୨୮।୪: ଭାରତ ଏକ ସାମରିକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି। ଆମେ ଆମର ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ। ଦେଶର ପ୍ରତିରକ୍ଷା...

ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋ ଡ୍ରଗ୍ସ ଜବତ କଲା ଭାରତ

ନୂଆଦିଲ୍ଲୀ,୨୮।୪: ଭାରତୀୟ ତଟରକ୍ଷୀ ବାହିନୀ ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ଏହା ସହିତ ଜାହାଜରେ ଥିବା ୧୪ ଜଣଙ୍କୁ ମଧ୍ୟ ଫୋର୍ସ...

ଭାଜପାରେ ଚାଲେ ଆରଏସ୍‌ଏସ୍‌ ମୁଖ୍ୟଙ୍କ ସମ୍ଭିଧାନ:ସଞ୍ଜୟ ସିଂ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ ଏକ୍ସାଇଜ ପଲିସି ଦୁର୍ନୀତି ମାମଲାରେ ଦୀର୍ଘ ଦିନ ଧରି ତିହାର ଜେଲରେ ବନ୍ଦୀ ହେବା ପରେ ମୁକ୍ତ ହୋଇଥିବା ଆମ ଆଦମୀ ପାର୍ଟି...

ରାଜଧାନୀରେ ବଦଳିବେ ନାହିଁ ପ୍ରାର୍ଥୀ, ଲଭଲିଙ୍କ ଇସ୍ତଫା ପରେ କଂଗ୍ରେସ ଦୁଇଭାଗ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଅରବିନ୍ଦର ସିଂ ଲଭଲିଙ୍କ ଇସ୍ତଫା ପରେ ଦଳରେ ଆତଙ୍କ ଖେଳିଯାଇଛି। କୁହାଯାଉଛି ଯେ ଦିଲ୍ଲୀର ଆମ ଆଦମୀ ପାର୍ଟି...

ସ୍ବାଧୀନତା ପରଦିନ ରାମ ମନ୍ଦିର ନିର୍ମାଣ ନିଷ୍ପତ୍ତି ନିଆଯିବାର ଥିଲା: ମୋଦି

ବେଙ୍ଗାଲୁରୁ,୨୮।୪: ଉତ୍ତର କର୍ନାଟକରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଏବଂ ଇଣ୍ଡିଆ ଆଲାଇନ୍ସକୁ କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri