କଳିଙ୍ଗ ହସ୍ପିଟାଲରେ ଆର୍ଥୋସ୍କୋପି ଶଲ୍ୟ ଚିକିତ୍ସାର ସିଧା ପ୍ରସାରଣ ସମ୍ମିଳନୀ

ଭୁବନେଶ୍ୱର,୧୮।୧୧:ଗତ ୨ଦିନ ଧରି ଓଆସ୍କନ୍‌ ୨୦୨୨ ଆର୍ଥୋସ୍କୋପି ଚିକିତ୍ସକ ସମ୍ମିଳନୀକୁ କଳିଙ୍ଗ ହସ୍ପିଟାଲ ଆର୍ଥୋସ୍କୋପି ଶଲ୍ୟ ଚିକିତ୍ସାର ସିଧା ପ୍ରସାରଣ କରାଯାଇଥିଲା। ଏହି ସମ୍ମିଳନୀରେ ରାଜ୍ୟର ୨୦୦ଜଣ ଆର୍ଥୋସ୍କୋପି ଶଲ୍ୟ ଚିକିତ୍ସକ ଓଡ଼ିଶାରେ ପ୍ରଥମଥର ପାଇଁ ୨ଦିନ ଧରି କ୍ରମାଗତଭାବେ ଉକ୍ତ ସମ୍ମିଳନୀରେ ୬ଟି ଆଣ୍ଠୁ ଏବଂ କାନ୍ଧ ତନ୍ତୁ ଘାତର ଶଲ୍ୟ ଚିକିତ୍ସା ସଫଳତାର ସହ ସିଧା ପ୍ରସାରଣ କରାଯାଇଥିଲା। ଉକ୍ତ ଶଲ୍ୟ ଚିକିତ୍ସା ଦେଶର ଜଣାଶୁଣା ଆର୍ଥୋସ୍କୋପି ଚିକିତ୍ସକ ମୁମ୍ବାଇର ଡା. ଅନନ୍ତ ଲକ୍ଷ୍ମଣ ଜୋଷୀ, ଡା.ସଂଜୟ ଦେଶାଇ, ଚେନ୍ନାଇର ଡା. ରାମ ଚିଦାମ୍ବରମ୍‌, ଦିଲ୍ଲୀର ଡା. ଆଟିକ୍‌ ଭାସଦେବ ଏବଂ ଓଆସ୍କନ୍‌ ୨୦୨୨ର ସେକ୍ରେଟାରି ତଥା କଳିଙ୍ଗ ହସ୍ପିଟାଲର ଡା. ରଣଜିତ ପାଣିଗ୍ରାହୀଙ୍କ ଅତି ସାବଧାନତାର ସହ ଉନ୍ନତିମାନର ଶଲ୍ୟ ଚିକିତ୍ସା କଳିଙ୍ଗ ହସ୍ପିଟାଲ ଅପରେଶନ ଥିଏଟରରେ କରାଯାଇଥିଲା। ଉକ୍ତ ଶଲ୍ୟ ଚିକିତ୍ସାର ସିଧା ପ୍ରସାରଣରେ ସମ୍ମିଳନୀର ସମସ୍ତ ପ୍ରତିନିଧି କଳିଙ୍ଗ ହସ୍ପିଟାଲର ଅପରେଶନ ଥିଏଟରର ଥିବା ଅତିଥି ଶଲ୍ୟ ଚିକିତ୍ସକମାନଙ୍କ ସହ ପଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏହି ପ୍ରକାର କର୍ମଶାଳା ଦ୍ବାରା ସମାଜର ଶଲ୍ୟ ଚିକିତ୍ସାର ଉକ୍ତ କୌଶଳର ପ୍ରସିଦ୍ଧ ହେବା ସହ ରୋଗୀମାନେ ଉକ୍ତ ଚିକିତ୍ସାରେ ଲାଭବାନ୍‌ ହେବେ। କଳିଙ୍ଗ ହସ୍ପିଟାଲ ଅପରେଶନ ଥିଏଟରର ସୁବିଧା ସୁଯୋଗ ଏବଂ ରୋଗୀସେବାର ମାନକୁ ଜଣାଶୁଣା ଆର୍ଥୋସ୍କୋପି ଚିକିତ୍ସକ ମୁମ୍ବାଇର ଡା. ଅନନ୍ତ ଲକ୍ଷ୍ମଣ ଜୋଷୀ, ଡା. ସଂଜୟ ଦେଶାଇଙ୍କ ସମେତ ସମସ୍ତ ପ୍ରତିନିଧ ଏବଂ ଅତିଥିମାନେ ଉଚ୍ଚ ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏପିଏସ୍‌ଇଜେଡ୍‌ର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୧୦ା୫: ଆଦାନୀ ପୋଟର୍ସ ଆଣ୍ଡ ସ୍ପେଶିଆଲ ଇକୋନୋମିକ୍‌ ଜୋନ୍‌ (ଏପିଏସ୍‌ଇଜେଡ୍‌)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ ଆଗାମୀ...

ଟାଟା ଷ୍ଟିଲ୍‌ର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୧୦ା୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଟାଟା ଷ୍ଟିଲ୍‌ ନିକଟରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ଉଲ୍ଲେଖଯୋଗ୍ୟ,...

ଡାବର ଇଣ୍ଡିଆର ନୂତନ ଅଭିଯାନ

ଭୁବନେଶ୍ୱର,୧୦ା୫ (ଅଭୟ ଦାଶ): ଡାବର ଇଣ୍ଡିଆ ଲିମିଟେଡ୍‌ର ନୂତନ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଅଗ୍ରଣୀ ଇନ୍‌ଷ୍ଟାଣ୍ଟ ଏନର୍ଜି ଡ୍ରିଙ୍କ୍‌ ଡାବର ଗ୍ଲୁକୋଜ ପକ୍ଷରୁ...

ଆଜି ଅକ୍ଷୟତୃତୀୟା

ଭୁବନେଶ୍ୱର,୧୦ା୫: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଘରୋଇ ବଜାରର ଅଳଙ୍କାର ପ୍ରତିଷ୍ଠାନଗୁଡ଼ିକ ପକ୍ଷରୁ ‘ଅକ୍ଷୟ ତୃତୀୟା ମହୋତ୍ସବ’ର ଆୟୋଜନ କରାଯାଇଛି। ଅକ୍ଷୟ ତୃତୀୟା ଉପଲକ୍ଷେ...

ଏପ୍ରିଲରେ ହୋଣ୍ଡାର ୧୦,୮୬୭ ୟୁନିଟ୍‌ ବିକ୍ରି

ନୂଆଦିଲ୍ଲୀ,୧୦ା୫:  ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌)ର ମାସିକ ଗାଡ଼ି ବିକ୍ରି ଫଳାଫଳ ନିକଟରେ ଘୋଷଣା କରାଯାଇଛି। ୨୦୨୪ ଏପ୍ରିଲରେ କମ୍ପାନୀ ମୋଟ ୧୦,୮୬୭ ୟୁନିଟ୍‌...

ନିବେଶକ ହରାଇଲେ ୭ ଲକ୍ଷ କୋଟିରୁ ଅଧିକ, ୩ଦିନରେ କମିଲା ପ୍ରାୟ ୧୧ଲକ୍ଷ କୋଟି

ନୂଆଦିଲ୍ଲୀ,୧୦ା୫: କ୍ରମାଗତ ଭାବେ ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟୁଛି। ଫଳରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ବା ବିଏସ୍‌ଇରେ ପଞ୍ଜୀକୃତ ଷ୍ଟକ୍‌ଗୁଡିକର ଶେୟାର ବଡ...

୬୦୦ ପଏଣ୍ଟ ଖସିଲା ସେନ୍‌ସେକ୍ସ, ୨ ଲକ୍ଷ କୋଟି ହରାଇଲେ ନିବେଶକ

ମୁମ୍ବାଇ,୯।୫: ଗୁରୁବାର ଅପରାହ୍ନ ବାଣିଜ୍ୟ ସେସନ୍‌ରେ ଉଭୟ ସେନସେକ୍ସ ଏବଂ ନିଫ୍ଟି ହ୍ରାସ ପାଇବାରୁ ନିବେଶକମାନେ 2 ଲକ୍ଷ କୋଟିରୁ ଅଧିକ ଟଙ୍କା କ୍ଷ୍ୟତି ସହିଛନ୍ତି।...

ଅକ୍ଷୟ ତୃତୀୟା ପୂର୍ବରୁ ବୃଦ୍ଧି ପାଇଲା ସୁନା ଓ ରୂପା ମୂଲ୍ୟ, ଜାଣନ୍ତୁ ପ୍ରମୁଖ ସହର ଗୁଡିକର ତାଜା ରେଟ୍ ?

ନୂଆଦିଲ୍ଲୀ,୯।୫: ଶୁକ୍ରବାର ଅକ୍ଷୟ ତୃତୀୟା ପର୍ବ ସାରା ଦେଶରେ ପାଳନ କରାଯିବ। ଏହି ଦିନ ସୁନା କିଣିବାର ବିଶେଷ ମହତ୍ତ୍ୱ ରହିଛି। ଯଦି ଆପଣ ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri