କଳିଙ୍ଗା ଘାଟିରେ ‘ସତର୍କ ସୂଚନା ଘଣ୍ଟି’ ଉଦ୍‌ଘାଟିତ କଲେ ମୁଖ୍ୟମନ୍ତ୍ରୀ: ଚାଳକମାନଙ୍କୁ ସତର୍କ କରାଇବାକୁ ବାଜିବ…

ଜି.ଉଦୟଗିରି, ୧୨।୧(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା କଳିଙ୍ଗା ଘାଟିରେ ଅତ୍ୟଧିକ ଦୁର୍ଘଟଣା ଯୋଗୁ ବହୁ ସଂଖ୍ୟକ ଲୋକେ ପ୍ରାଣ ହରାଇଥିବା ବେଳେ ଦୁର୍ଘଟଣା ଏଡ଼ାଇବା ନିମନ୍ତେ କିଛି ପଦକ୍ଷେପ ନେବା ପାଇଁ ସରକାରଙ୍କ ନିକଟରେ ଅଞ୍ଚଳବାସୀଙ୍କ ତରଫରୁ ବହୁବାର ଦାବି ହୋଇଥିଲା। ଏହାକୁ ନଜରରେ ରଖି କଳିଙ୍ଗା ଘାଟିରେ ଗାଡି ଚାଳକମାନଙ୍କୁ ସତର୍କ କରାଇବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ସତର୍କ ସୂଚନା ଘଣ୍ଟିର ଶୁଭ ଉଦ୍‌ଘାଟନ କରିଛନ୍ତି। ଏହି ବ୍ୟବସ୍ଥାରେ ଘାଟିର ଉଭୟ ପଟୁ ଗାଡି ଆସୁଥିଲେ ସାଇରନ ବାଜି ସତର୍କ କରାଇବ। ଏହା ଏକ ପାଇଲଟ ପ୍ରୋଜେକ୍ଟ ଭାବେ ଆରମ୍ଭ କରାଯାଇଛି। ଏହା ସୌର ବିଦ୍ୟୁତ୍‌ ଚାଳିତ ସହ ନିଜେ ପରିଚାଳିତ ହେବ। ଯାହା ଫଳରେ ୪ ଫୁଟ ଉଚ୍ଚତାରେ ସେନ୍ସର ଓ କ୍ୟାମେରା ଆଲର୍ଟ କରିବ । ଏହା ସେନ୍ସର୍‌ ମେଶିନ ଦୁର୍ଘଟଣା ଘଟୁଥିବା ସ୍ଥାନମାନଙ୍କରେ ଚାଳକମାନଙ୍କୁ ସତର୍କ କରିବା ସହ ଗାଡ଼ି ଚଳେଇବା ନିମନ୍ତେ ସୂଚନା ଦେବ । ଦୁର୍ଘଟଣା ପ୍ରବଣ ସ୍ଥାନର ଉଭୟ ପାର୍ଶରେ ଉକ୍ତ ଲାଗିବ ଯାହା ଗୋଟିଏ ପାଶର୍‌ବରେ ଗାଡ଼ି ଆସିଲେ ବିପରୀତ ପାର୍ଶରେ ନାଲି ବତି ଜଳି ହର୍ଣ୍ଣ ବାଜିବ। ଯାହା ଫଳରେ ଅନ୍ୟ ପାର୍ଶରୁ ଆସୁଥିବା ଗାଡ଼ିକୁ ସୂଚନା ଦେବ। ଏହି ଭେଇକାଲ ସେନ୍ସର୍‌ ଆଲର୍ଟ ଯନ୍ତ୍ର ରାଜ୍ୟରେ ପ୍ରଥମ ଥର କଳିଙ୍ଗା ଘାଟିରେ ଲାଗିଥିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଆସନ୍ତାଦିନ ମାନଙ୍କରେ ଅନ୍ୟ ଦୁର୍ଘଟଣା ପ୍ରବଣ ସ୍ଥାନ ମାନଙ୍କରେ ଲଗାଯିବ ବୋଲି ସୂଚନା ଦେଇଛନ୍ତି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୁନ୍ଦୁରା-ଜୟପୁରକୁ ଗଡ଼ିଲା ସରକାରୀ ବସ: ପୂରଣ ହେଲା ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି

କୁନ୍ଦୁରା,୧୨ା୧,(ସନ୍ତୋଷ ପ୍ରହରାଜ): କୁନ୍ଦୁରା ବ୍ଲକବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। କୋଟପାଡ଼ ବିଧାୟକ ରୂପୁ ଭତ୍ରାଙ୍କ ପ୍ରଚେଷ୍ଟାରେ କୁନ୍ଦୁରା ବ୍ଲକର ପଖନାଗୁଡ଼ା ଠାରୁ ବ୍ୟବସାୟିକ...

ମୟୂରଭଞ୍ଜରେ ଚାଞ୍ଚଲ୍ୟ: ବୃଦ୍ଧାଙ୍କୁ ବଳାତ୍କାର ପରେ ପଥରରେ ଛେଚି…

ଉଦଳା, ୧୨।୧(ସନ୍ତୋଷ କୁମାର ବାଚ୍ଛିନୀ): ପଡ଼ୋଶୀ ସାଜିଲା ନର ରାକ୍ଷସ। ନିଜ ଯୌନ ଲାଳସା ପୂରଣ କରିବା ପରେ ବୃଦ୍ଧାଙ୍କୁ ପଥରରେ ଛେଚି କରିଲେ ହତ୍ୟା।...

ଅସୀମା ପଣ୍ଡାଙ୍କ ଫଟୋ ଉଠାଇବାକୁ ନେଇ ୨ ଗୋଷ୍ଠୀ ବାଡାବାଡି: ଥାନାରେ ଅଭିଯୋଗ ପରେ…

ଦାରିଙ୍ଗବାଡି, ୧୨/୧ (ଅରୁଣ ସାହୁ ): ମହୋତ୍ସବ ଦେଖିବାକୁ ଆସିଥିବା ଜଣେ ଯୁବକଙ୍କୁ ଅନ୍ୟ ୨ ଜଣ ଯୁବକ ପ୍ରବଳ ମାଡ଼ ମାରିବା ସହ ହତ୍ୟା...

ଗାଡି ଭିତରକୁ ଟାଣି ନେଲେ, ମଦ ପିଆଇ ଯୁବତୀଙ୍କୁ କଲେ ଗଣବଳାତ୍କାର, ସାହସିକତା ଦେଖାଇ ଅଭିଯୁକ୍ତ ଶୋଇଥିବାବେଳେ…

ନୂଆଦିଲ୍ଲୀ, ୧୨।୧: ବିହାରର ପୂର୍ଣ୍ଣିଆରେ ମାନବତାକୁ ଲଜ୍ଜିତ କରୁଥିବା ଏକ ଘଟଣା ସାମ୍ନାକୁ ଆସିଛି। ଛଅ ଜଣ ନୃଶଂସ ବ୍ୟକ୍ତି ଜଣେ ଯୁବତୀଙ୍କୁ ରାସ୍ତାରୁ ଅପହରଣ...

ସିମନବାଡି ମୁଖ୍ୟ ଛକରେ ଷଣ୍ଢ ଉପଦ୍ରବ, ଖାଦ୍ୟ ପାଇଁ ଲଢେଇ

ଦାରିଙ୍ଗବାଡି,୧୨।୧ (ଅରୁଣ ସାହୁ ): ଚରି ବୁଲି ଖାଉଥା ମୋର ହୋଇ ରହିଥା ଏଭଳି ଉକ୍ତିରେ ଏବେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ...

ଜବରଦଖଲ ଉଚ୍ଛେଦ ବିଳମ୍ବ ଯୋଗୁ ଟ୍ରାଫିକ ସମସ୍ୟା ବୃଦ୍ଧି, ଯାତ୍ରୀ ହାଟହଟା: ତହସିଲଦାର କହିଲେ ୨-୩ ଦିନରେ…

ଦାରିଙ୍ଗବାଡି, ୧୧।୧ (ଅରୁଣ ସାହୁ ): ଦାରିଙ୍ଗବାଡିର ଚଳଚଞ୍ଚଳ ରାସ୍ତା ମଧ୍ୟରେ ଚାରିଛକ ଠାରୁ ବ୍ଲକ ରାସ୍ତା ଏବେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବଢିବାରେ...

ଧାର ଟଙ୍କା ନ ଦେବାରୁ ହତ୍ୟା ମାମଲା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୧୨ା୧(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଦୌରାଜଜ୍‌ ଅଶାନ୍ତ କୁମାର ଦାସ ଏକ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କରାଦଣ୍ଡାଦେଶ ଶୁଣାଇଛନ୍ତି।...

ପୁରୁଷ ହକି ଇଣ୍ଡିଆ ଲିଗ୍‌: ମାଗଣାରେ ମିଳିବ ଟିକେଟ୍‌

ଭୁବନେଶ୍ୱର,୧୨।୧(ଅନାଦି କର)- ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଚଳିତ ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌)ର ମ୍ୟାଚ୍‌ଗୁଡ଼ିକ ଲାଗି ଟିକେଟ ମାଗଣାରେ ଉପଲବ୍ଧ ହେବ। ଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri