କଲ୍‌ବଲ୍‌ ହେଇ ବିତୁଛେ ଲକ୍ଷ୍ମୀକଁର ଜୀବନ୍‌

ଲୋଇସିଂହା,୨୨।୬(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢ଼ିଦର ପଁଚେତ୍‌ ଅଧୀନ ନେଗିପାଲି ଗଁାର ଲକ୍ଷ୍ମୀ ପାଇକ(୭୦)। ତାକର ଦୁଇ ଆଏଁଖ୍‌ ଠିକ୍‌ସେ ନାଇଁ ଦିଶବାର। ଇଆଡ଼େ ବଛ୍‌ରେ ତଲେ ଆପ୍‌ନେ ଆରପାରକେ ଚାଲିଯାଇଛନ୍‌। ବୁର୍‌ଧା ଝନକ ନିସନ୍‌ତାନି ହେଇଥିବାର ଲାଗି ତାକର ସମସିଆ ଦୁଇଗୁନା ହେଇଯାଇଛେ। ଉନିଆ ଲୁକ୍‌କର ସାହାଯ୍‌ରେ ତାକର ଦିନ୍‌ ବିତୁଛେ। ସେନ୍‌ତା ସରକାରୀ ଯୋଜନାରେ ୫ ଶହ ଟଁକା ଭତା ଆର ଚାଉଲ ୫ କେ.ଜି. ତାହାକୁ ଉପହାସ କଲା ଲେଖେଁ ହେଉଛେ ବଲି ଗଁାବାସୀ କହିଛନ୍‌।
ସୂଚନା ଅନ୍‌ସାରେ ବୁଢ଼ିପଦର ପଁଚେତ୍‌ ଅଧୀନ ନେଗିପାଲି ଗଁାର ହରିଜନ ପଡ଼ାର ସ୍ବର୍ଗତ ଟିକେଲାଲକଁର ବିଧବା ମାଏକିନା ହେଉଛନ୍‌ ଲକ୍ଷ୍ମୀ ପାଇକ। ତାକର ପିଲାଛୁଆ ନାଇଁ। ଜମିବାଡ଼ି ନାଇଁ କହେଲେ ଚଲେ। ଏନ୍‌ତାଥି ଟିକେଲାଲ ଗଁାଗଁା ବୁଲି ଚୂଡ଼ି ବିକୁଥିଲେ। ସେଥ୍‌ରୁ ଯାହା ରୁଜଗାର ହେଉଥିଲା ଦୁଇ ବୁଢ଼ାବୁଢ଼ି ଖୁସିରେ ଚଲିଯାଉଥିଲେ। ବଏସ୍‌ ଅଧ୍‌କାର ଲାଗି ଦୁଇ ବଛର ହେଲା ଲକ୍ଷ୍ମୀକଁର ଦୁଇ ଆଏଁଖ୍‌ ଠିକ୍‌ସେ ନାଇଁ ଦିଶବାର। ସେନ୍‌ତା ଟିକେଲାଲ ରୋଗ୍‌ରେ ପଡ଼ି ଚିକିସତ୍ିତ ହେଉଥିଲେ। ସେ ଜୀବନ୍‌ ଯାକ ପେଟକାଟି ଯାହା ଠୁଲେଇଥିଲେ ସବୁ ଚିକିସତ୍ାରେ ସାରି ସରବ୍‌ସୁଅଁାତ ହେଲେ ଆର ଶେଷେ ତାକର ଜୀବନ୍‌ ପଲେଇଗଲା ବଲି କହିଛନ୍‌ ଲକ୍ଷ୍ମୀ। ଏନ୍‌ତାଥି ତାକର ସମସିଆ ଦୁଇଗୁନା ବଢ଼ିଯାଇଛେ। ପିଲାଛୁଆ ନାଇଁ, ଦୁଇ ଆଏଁଖ୍‌କେ ନାଇଁ ଦିଶବାର। ଗଁାବାସୀକର କହେବାର ହିସାବେ ଲକ୍ଷ୍ମୀକୁଁ ପଡ଼ିଶା ପରିବାର ଦେଖାରେଖା କରୁଛନ୍‌। ହେଲେ ସେମାନକର ପରିବାରର ଥିତି ବି ଭଲ ନୁହେ। ପରିବାରର ମୁଖିଆ ପକ୍ଷାଘାତ ରୋଗ୍‌ରେ ପୀଡ଼ିତ। ଏନ୍‌ତା ପରିସ୍ଥିତିରେ ଲକ୍ଷ୍ମୀକଁର ସେବା ଯତନ ତାହାକୁ ଭିଡ଼ ହେଇଯାଉଛେ। ହେଲେ ଲକ୍ଷ୍ମୀର କେହି ନାଇଁ, ଲାଗେଲେସର ହିସାବେ ଦେଖାଶୁନା କରବାର ଆମର ଦାଇତିଅ ବଲି ସେମାନେ କହିଛନ୍‌। ଲକ୍ଷ୍ମୀ ସରକାରୀ ସାହାଯ୍‌ କହେଲେ ମାସିକ ୫ଶହ ଟଁକା ଭତା ଆର ୫ କେ.ଜି. ଚାଉଲ ପାଉଛନ୍‌। ବହୁତ୍‌ ବଛର ତଲେ ଆପ୍‌ନେର ନଁାରେ ଗୁଟେ ଇନ୍ଦିରା ଆବାସ ଘର ମିଲିଥିଲା, ହେଲେ ସେଟା ଆଏଜ୍‌ତକ ଦରଖଁଡ଼ିଆ ହେଇ ପଡ଼ିରହିଛେ। ସେତେବେଲେ କେତେ କିସ୍‌ତି ଟଁକା ନାଇଁ ମିଲବାର ଲାଗି ଘର ଦରଖଁଡ଼ିଆ ହେଇ ପଡ଼ିଛେ। ସେଥିରଲାଗି ଆଏଜ୍‌ ମୁଇଁ ଇ ଅବସ୍‌ତାରେ ଭଂଗା ଦଦ୍‌ରା ଘରେ ଜୀବନ୍‌କେ ପାଏନ୍‌ ଛଡ଼େଇ ରହୁଛେଁ ବଲି ଲକ୍ଷ୍ମୀ କହିଥିଲେ। ସରକାରୀ ଯୋଜନାରେ ପକାଘର ଖଁଡ଼େ ଆର ଅତି କମ୍‌ରେ ମାସିକ ୩୫ କେ.ଜି. ଚାଉଲ ମିଲ୍‌ଲେ ଜୀବନ୍‌ ଥିବାର ତକ୍‌ ସନ୍‌ମାନ ସହିତ ବଁଚ୍‌ମି ବଲି ସେ କହିଛନ୍‌। ହେଲେ ପରଶାସନ୍‌ର ଦୂରଦୁରୁଷ୍‌ଟି ଅଭାବୁ ଏନ୍‌ତା ନିସାହା, ନିସନ୍‌ତାନି ବୁଢ଼ାବୁଢ଼ିମାନେ ବଡ଼ା ଗୁଲଗୁଲା ହେଇ ଜୀବନ୍‌ ବିତଉଛନ୍‌। ଇଥିରଲାଗି ଗଁାବାସୀକର ଭିତରେ ବି ଅସନ୍‌ତୋଷ ପରକାଶ ପାଉଛେ। ଯେତେ ଜଲଦି ହେବା ବିଧବା ବୁର୍‌ଧା ଲକ୍ଷ୍ମୀକଁର ଉପରେ ଜିଲା ପରଶାସନ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ଗଁାବାସୀ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ସମ୍ବଲପୁରରେ ଭାରତ ବନ୍ଦ ସଫଳ: ଜାତୀୟ ରାଜପଥରେ ଗାଡ଼ି ଜାମ୍‌

ସମ୍ବଲପୁର,୧୨।୨(ପ୍ରମୋଦ ବହିଦାର): ନୂଆ ଶ୍ରମ କୋଡ଼ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଫଳରେ ଶ୍ରମ…

ରାସ୍ତାରେ ଷ୍ଟଣ୍ଟ୍‌ କରୁଥିଲେ ଯୁବକ: ମାଡ଼ିବସିଲା ପୋଲିସ

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଦକ୍ଷିଣ(ରାଇଟ) ଡାଇକ ରାସ୍ତାରେ ବେପରୁଆ ଓ ବିପଦପୂର୍ଣ୍ଣ ଭାବରେ କାର୍‌ ଚାଳନା(ଷ୍ଟଣ୍ଟ) କରିଥିବା ଅଭିଯୋଗରେ ୭ ଯୁବକଙ୍କୁ…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ନିଲମ୍ବିତ ହେଲେ ସହକାରୀ ପ୍ରଫେସର

ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ବବିଦ୍ୟାଳୟର ଏମ୍‌ବିଏ ବିଭାଗର ଗବେଷଣାରତ ଜଣେ ପିଏଚ୍‌ଡି ଛାତ୍ରୀଙ୍କୁ ତାଙ୍କ ଗାଇଡ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀଙ୍କ ଅଭିଯୋଗ ଆଧାରରେ ବିଶ୍ବବିଦ୍ୟାଳୟର…

ସମ୍ବଲପୁର ସର୍କଲ ଜେଲ୍‌ରେ ରାଜସ୍ଥାନ ପୋଲିସ

ସମ୍ବଲପୁର,୬।୨: ରାଜସ୍ଥାନ ପୋଲିସର ଏକ ଟିମ୍‌ ଶୁକ୍ରବାର ସମ୍ବଲପୁର ସର୍କଲ ଜେଲ୍‌ରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜସ୍ଥାନ ପୋଲିସ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ…

ସରକାରଙ୍କ ବଡ଼ ଘୋଷଣା: ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ

ସମ୍ବଲପୁର,୨।୨:(ପ୍ରମୋଦ ବହିଦାର): ସମ୍ବଲପୁର ପାଇଁ  ବଡ଼ ଘୋଷଣା। ଖୁସିହେବେ ବୁର୍ଲାବାସୀ। ସମ୍ବଲପୁର ବୁର୍ଲାରେ ଖୋଲିବ ନୂଆ ତହସିଲ ଅଫିସ। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri