କଲ୍‌ବଲ୍‌ ହେଇ ବିତୁଛେ ଲକ୍ଷ୍ମୀକଁର ଜୀବନ୍‌

ଲୋଇସିଂହା,୨୨।୬(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢ଼ିଦର ପଁଚେତ୍‌ ଅଧୀନ ନେଗିପାଲି ଗଁାର ଲକ୍ଷ୍ମୀ ପାଇକ(୭୦)। ତାକର ଦୁଇ ଆଏଁଖ୍‌ ଠିକ୍‌ସେ ନାଇଁ ଦିଶବାର। ଇଆଡ଼େ ବଛ୍‌ରେ ତଲେ ଆପ୍‌ନେ ଆରପାରକେ ଚାଲିଯାଇଛନ୍‌। ବୁର୍‌ଧା ଝନକ ନିସନ୍‌ତାନି ହେଇଥିବାର ଲାଗି ତାକର ସମସିଆ ଦୁଇଗୁନା ହେଇଯାଇଛେ। ଉନିଆ ଲୁକ୍‌କର ସାହାଯ୍‌ରେ ତାକର ଦିନ୍‌ ବିତୁଛେ। ସେନ୍‌ତା ସରକାରୀ ଯୋଜନାରେ ୫ ଶହ ଟଁକା ଭତା ଆର ଚାଉଲ ୫ କେ.ଜି. ତାହାକୁ ଉପହାସ କଲା ଲେଖେଁ ହେଉଛେ ବଲି ଗଁାବାସୀ କହିଛନ୍‌।
ସୂଚନା ଅନ୍‌ସାରେ ବୁଢ଼ିପଦର ପଁଚେତ୍‌ ଅଧୀନ ନେଗିପାଲି ଗଁାର ହରିଜନ ପଡ଼ାର ସ୍ବର୍ଗତ ଟିକେଲାଲକଁର ବିଧବା ମାଏକିନା ହେଉଛନ୍‌ ଲକ୍ଷ୍ମୀ ପାଇକ। ତାକର ପିଲାଛୁଆ ନାଇଁ। ଜମିବାଡ଼ି ନାଇଁ କହେଲେ ଚଲେ। ଏନ୍‌ତାଥି ଟିକେଲାଲ ଗଁାଗଁା ବୁଲି ଚୂଡ଼ି ବିକୁଥିଲେ। ସେଥ୍‌ରୁ ଯାହା ରୁଜଗାର ହେଉଥିଲା ଦୁଇ ବୁଢ଼ାବୁଢ଼ି ଖୁସିରେ ଚଲିଯାଉଥିଲେ। ବଏସ୍‌ ଅଧ୍‌କାର ଲାଗି ଦୁଇ ବଛର ହେଲା ଲକ୍ଷ୍ମୀକଁର ଦୁଇ ଆଏଁଖ୍‌ ଠିକ୍‌ସେ ନାଇଁ ଦିଶବାର। ସେନ୍‌ତା ଟିକେଲାଲ ରୋଗ୍‌ରେ ପଡ଼ି ଚିକିସତ୍ିତ ହେଉଥିଲେ। ସେ ଜୀବନ୍‌ ଯାକ ପେଟକାଟି ଯାହା ଠୁଲେଇଥିଲେ ସବୁ ଚିକିସତ୍ାରେ ସାରି ସରବ୍‌ସୁଅଁାତ ହେଲେ ଆର ଶେଷେ ତାକର ଜୀବନ୍‌ ପଲେଇଗଲା ବଲି କହିଛନ୍‌ ଲକ୍ଷ୍ମୀ। ଏନ୍‌ତାଥି ତାକର ସମସିଆ ଦୁଇଗୁନା ବଢ଼ିଯାଇଛେ। ପିଲାଛୁଆ ନାଇଁ, ଦୁଇ ଆଏଁଖ୍‌କେ ନାଇଁ ଦିଶବାର। ଗଁାବାସୀକର କହେବାର ହିସାବେ ଲକ୍ଷ୍ମୀକୁଁ ପଡ଼ିଶା ପରିବାର ଦେଖାରେଖା କରୁଛନ୍‌। ହେଲେ ସେମାନକର ପରିବାରର ଥିତି ବି ଭଲ ନୁହେ। ପରିବାରର ମୁଖିଆ ପକ୍ଷାଘାତ ରୋଗ୍‌ରେ ପୀଡ଼ିତ। ଏନ୍‌ତା ପରିସ୍ଥିତିରେ ଲକ୍ଷ୍ମୀକଁର ସେବା ଯତନ ତାହାକୁ ଭିଡ଼ ହେଇଯାଉଛେ। ହେଲେ ଲକ୍ଷ୍ମୀର କେହି ନାଇଁ, ଲାଗେଲେସର ହିସାବେ ଦେଖାଶୁନା କରବାର ଆମର ଦାଇତିଅ ବଲି ସେମାନେ କହିଛନ୍‌। ଲକ୍ଷ୍ମୀ ସରକାରୀ ସାହାଯ୍‌ କହେଲେ ମାସିକ ୫ଶହ ଟଁକା ଭତା ଆର ୫ କେ.ଜି. ଚାଉଲ ପାଉଛନ୍‌। ବହୁତ୍‌ ବଛର ତଲେ ଆପ୍‌ନେର ନଁାରେ ଗୁଟେ ଇନ୍ଦିରା ଆବାସ ଘର ମିଲିଥିଲା, ହେଲେ ସେଟା ଆଏଜ୍‌ତକ ଦରଖଁଡ଼ିଆ ହେଇ ପଡ଼ିରହିଛେ। ସେତେବେଲେ କେତେ କିସ୍‌ତି ଟଁକା ନାଇଁ ମିଲବାର ଲାଗି ଘର ଦରଖଁଡ଼ିଆ ହେଇ ପଡ଼ିଛେ। ସେଥିରଲାଗି ଆଏଜ୍‌ ମୁଇଁ ଇ ଅବସ୍‌ତାରେ ଭଂଗା ଦଦ୍‌ରା ଘରେ ଜୀବନ୍‌କେ ପାଏନ୍‌ ଛଡ଼େଇ ରହୁଛେଁ ବଲି ଲକ୍ଷ୍ମୀ କହିଥିଲେ। ସରକାରୀ ଯୋଜନାରେ ପକାଘର ଖଁଡ଼େ ଆର ଅତି କମ୍‌ରେ ମାସିକ ୩୫ କେ.ଜି. ଚାଉଲ ମିଲ୍‌ଲେ ଜୀବନ୍‌ ଥିବାର ତକ୍‌ ସନ୍‌ମାନ ସହିତ ବଁଚ୍‌ମି ବଲି ସେ କହିଛନ୍‌। ହେଲେ ପରଶାସନ୍‌ର ଦୂରଦୁରୁଷ୍‌ଟି ଅଭାବୁ ଏନ୍‌ତା ନିସାହା, ନିସନ୍‌ତାନି ବୁଢ଼ାବୁଢ଼ିମାନେ ବଡ଼ା ଗୁଲଗୁଲା ହେଇ ଜୀବନ୍‌ ବିତଉଛନ୍‌। ଇଥିରଲାଗି ଗଁାବାସୀକର ଭିତରେ ବି ଅସନ୍‌ତୋଷ ପରକାଶ ପାଉଛେ। ଯେତେ ଜଲଦି ହେବା ବିଧବା ବୁର୍‌ଧା ଲକ୍ଷ୍ମୀକଁର ଉପରେ ଜିଲା ପରଶାସନ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ଗଁାବାସୀ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ପଶ୍ଚିମବଙ୍ଗ ପୋଲିସର ତନାଘନା

ସମ୍ୱଲପୁର,୨୮।୧୨: ସମ୍ୱଲପୁର ଜିଲା ଅଇଁଠାପାଲି ଥାନାରେ ରବିବାର ପଶ୍ଚିମବଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳରେ ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା।...

ଅଧା ରହିଗଲା ସମଲେଶ୍ୱରୀ ଦର୍ଶନ, ଟୁରିଷ୍ଟ ବସ ଓଲଟି ୧୫ ଆହତ

ସମ୍ବଲପୁର, ୨୭।୧୨(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ଜାତୀୟ ରାଜପଥ(୫୫) ଉପରେ ଗୁରୁବାର ଭୋରରେ ଏକ ଟୁରିଷ୍ଟ ବସ ଦୁର୍ଘଟଣାର...

ଓଡ଼ିଶାରେ ‘ବଙ୍ଗଳାଦେଶୀ’ ସନ୍ଦେହରେ ବଙ୍ଗୀୟ ଶ୍ରମିକଙ୍କୁ ପିଟିପିଟି ହତ୍ୟା, ୬ ଅଭିଯୁକ୍ତ ଗିରଫ

ସମ୍ବଲପୁର,୨୬।୧୨(ପ୍ରମୋଦ ବହିଦାର): ସମ୍ବଲପୁରର ଦାନିପାଲିଠାରେ ‘ବଙ୍ଗଳାଦେଶୀ’ ସନ୍ଦେହ କରି ପଶ୍ଚିମବଙ୍ଗର ଶ୍ରମିକ ଶେଖ୍ ଜୁଏଲ୍ (୨୨)ଙ୍କୁ ପିଟିପିଟି ହତ୍ୟା ଘଟଣାରେ ପୋଲିସ ଗୁରୁବାର ୬ ଜଣ...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଡିଭାଇଡରରେ ପିଟି ହୋଇ ଜଳିଗଲା ଟ୍ରେଲର୍‌

ସମ୍ବଲପୁର,୨୦।୧୨: ରମ୍ପେଲା ସପ୍ନେ ବ୍ରିଜ ଉପରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବ୍ରିଜ ଉପରେ ଏକ ୧୮ ଚକିଆ ଟ୍ରେଲର୍‌ ଯାଉଥିବା ବେଳେ...

ଟୋକନ ସମସ୍ଯାକୁ ନେଇ ଚାଷୀଙ୍କ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ବାଦ୍ ପଡ଼ିଛି ଜାତୀୟ ରାଜପଥ ଓ ରେଳ ରୋକ

ସମ୍ବଲପୁର,୧୯।୧୨(ପ୍ରମୋଦ ବହିଦାର): ଟୋକନ ସମସ୍ୟାକୁ ନେଇ ଶୁକ୍ରବାର ଚାଷୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଜାରି ରହିଛି । ଚାଷୀମାନେ ସକାଳ ୬ଟାରୁ ସହରର...

ପାରିବାରିକ ବିବାଦର କରୁଣ ପରିଣତି, ସ୍ବାମୀଙ୍କୁ ଗାମୁଛାରେ ହତ୍ୟାକଲେ ସ୍ତ୍ରୀ

ସମ୍ବଲପୁର,୧୮।୧୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଏମସିଏଲ ଜାଗୃତିବିହାର ଠାରେ ଜଣେ ଏମସିଏଲ କର୍ମଚାରୀଙ୍କୁ ତାଙ୍କ ଧର୍ମପତ୍ନୀ ତଣ୍ଟି ଚିପି ହତ୍ୟା କରିଛନ୍ତି । ମୃତ...

ଶୁକ୍ରବାର ସମ୍ବଲପୁର ବନ୍ଦକୁ ସମର୍ଥନ କରି ଶତାଧିକ ଚାଷୀଙ୍କ ବାଇକ୍‌ ରାଲି

ସମ୍ବଲପୁର,୧୮ା୧୨(ପ୍ରମୋଦ ବହିଦାର): ଖରିଫ ଧାନ ବିକ୍ରି ପାଇଁ ଟୋକନ ବଣ୍ଟନ ସମସ୍ୟା ବିରୋଧରେ ଚାଷୀ ସଂଗଠନ ପକ୍ଷରୁ ଶୁକ୍ରବାର ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri