କଲମପୁର ବ୍ଲକରେ ଆବାସ ଯୋଜନା ବାଟବନା: ଦଦ୍‌ରା ଘରେ ଜୀବନ୍‌ ବିତଉଛନ୍‌ ଉଷା

କଲମପୁର,୧୦।୬, (ଡି.ଏନ୍‌.ଏ):  ଝନେ ମୁନୁଷ୍‌ ବଁଚ୍‌ବାର ଲାଗି ହେଲେ ଖାଏଦ୍‌, ଘର ଆର କପଡ଼ା ନିହାତି ଦରକାର। ଇଥିରଲାଗି କେନ୍ଦ୍ର ଆର ରାଏଜ୍‌ ସରକାର ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଅଧ୍‌କାରୀ, କରମ୍‌ଚାରୀମାନକର ଖାମଖିଆଲି ମନଭାବ ଲାଗି ଅନେକ ଜାଗାରେ ହକ୍‌ଦାର ହିତାଧିକାରୀ ଯୋଜନାମାନକର ସୁଫଲ ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା କଲମପୁର ବ୍ଲକ ମଣ୍ଡଲ ପଁଚେତ୍‌ର ଭାଟିଗାଁରେ।
ସୂଚନା ଅନ୍‌ସାରେ ଭାଟିଗାଁର ବିଧବା ମହିଲା ଉଷା ବଓ୍ବୋ(୬୫)। ୮ ବଛର ତଲେ ନିଜର ଗୁଟେବଲି ପୁଓକେ ହରେଇଥିଲାବେଲେ ୩ ବଛର ତଲେ ଆପ୍‌ନେ ବି ତାହାକୁ ଏକଲା କରି ଆରପାରକେ ଚାଲିଗଲେ। ଏନ୍‌ତାଥି ସେ ନିସାହା ହେଇ ନିଜର ଶଶୁର ଅମଲର ଗୁଟେ ଭଂଗା ଦଦ୍‌ରା ଘରେ ଜୀବନ୍‌କେ ପାଏନ୍‌ ଛଡ଼େଇ ରହିଆସୁଛନ୍‌। ସରକାରୀ ଯୋଜନାରେ ସେ ପକାଘର ଖଁଡ଼େ ପାଏବାର ଲାଗି ପରଶାସନକେ ବାରବାର ଗୁହାରି କରି ନିରାଶ ହେଇଛନ୍‌। ଆଗ୍‌ରୁ ଭାଟିଗଁା ଓ୍ବାର୍ଡ ନଂ.୯ର ଓ୍ବାର୍ଡ ସଭ୍ୟ ନୃସିଂହ ବାଗ ସେବେଲର କଲମପୁର ବିଡିଓ ସୌରଭ ଦାସକୁଁ ଉଷା ବଓ୍ବୋକଁର ଦୁରଦଶା ବାବ୍‌ଦେ ଲେଖିକରି ଦେଇଥିଲେ। ବିଡିଓ ଇ ବିଷେକେ ଗୁରୁତ୍‌ ଦେଇ ଘଟନାର ତଦଁତ୍‌ କରି ପଦକ୍ଷେପ ନେବାକେ ନିରଦେଶ ଦେଇଥିଲେ। ଯେନ୍‌ଥିରଲାଗି ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧ୍‌କାରୀ କରୁଣାକର ବାଗ, ମଣ୍ଡଲ ସମିତି ସଭ୍ୟ ଚିନ୍ତାମଣି ବେହେରା, ମଣ୍ଡଲ କାର୍ଯ୍ୟନିର୍ବାହୀ ଅଧ୍‌କାରୀ ବିକାଶ ମାଝୀ ଆର ଜିଆରଏସ୍‌ ଧନୟ ସାହୁ ପରମୁଖ ଭାଟିଗାଁ ଯାଇ ଉଷା ବଓ୍ବୋକଁର ଘର ବୁଲି ଦେଖିଥିଲେ। ହେଲେ ଦୁଖର କଥା ଇ ଘଟନାକେ ଆଏଜ୍‌ ବଛ୍‌ରେରୁ ଅଧ୍‌କା ବିତିଯାଇଛେ। ଆଏଜ୍‌ତକ ସରକାରୀ ବାବୁ ଭାୟାକଁର ଆର ଦେଖା ଦରଶନ ନାଇଁ ମିଲବାର। ଇଆଡ଼େ ଉଷା ବଓ୍ବୋ ଯେନ୍‌ ଭଂଗା ଦଦ୍‌ରା ଘରକେ ସେ ଭଂଗା ଦଦ୍‌ରା ଘରେ ନିଜର ଜୀବନ୍‌କେ ପାଏନ୍‌ ଛଡ଼େଇ ରହୁଛନ୍‌। ଇ ବାବ୍‌ଦେ ମଣ୍ଡଲ ସରପଁଚ୍‌ ପ୍ରଦୀପ କୁମାର ଭୋଇକୁଁ ପଚରାଲାରୁ ଉଷା ବଓ୍ବୋ ନିହାତି ଘର ପାଏବାର କଥା ଆର ତାକର ସୁବିଧା ବହୁତ୍‌ ଜଲଦି କରାଯିବା ବଲି ସେ କହିଥିଲେ। ଗାଁବାସୀ ବି ଉଷା ବଓ୍ବୋକୁଁ ଯେତେ ଜଲଦି ହେବା ସବୁପରକାର ସରକାରୀ ସୁବିଧା ଯୁଗେଇ ଦେବାକେ ଦାବି କରିଛନ୍‌।