କର୍ମଜୀବୀ ଓ ମେକ୍‌ଅପ

ଓ୍ବାର୍କିଂ ଓ୍ବମେନ ଅର୍ଥାତ୍‌ କର୍ମଜୀବୀ ମହିଳା ନିଜର ଦୈନନ୍ଦିନ କାମକୁ ନେଇ ଏତେ ବ୍ୟସ୍ତ ଯେ ନିଜ ସୌନ୍ଦର୍ଯ୍ୟକୁ ଚମକଦାର ରଖିବା ପାଇଁ ଆବଶ୍ୟକ ସମୟ  ଦେଇପାରି ନ ଥାନ୍ତି। ହେଲେ ଖୁବ୍‌ ଅଳ୍ପ ସମୟ ମଧ୍ୟରେ ସେମାନେ ନିଜକୁ ବେଶ୍‌ ସୁନ୍ଦର ଭାବରେ ସଜାଇ ପାରିବେ, ଯାହା ତାଙ୍କୁ ଆକର୍ଷଣୀୟ ଲୁକ୍‌ ମଧ୍ୟ ଦେବ ।ଜାଣନ୍ତୁ ସେ ସମ୍ପର୍କରେ….

କାଜଲ: କାଜଲ ତ ସବୁ ଝିଅଙ୍କ ପର୍ସରେ ଦେଖିବାକୁ ମିଳେ। ଏହାକୁ ଆପଣ ଘରେ ହେଉ କି ଅଫିସ୍‌ ଯେଉଁଠି ବି ଲଗାଇ ପାରିବେ। ଆପଣଙ୍କ ପାଖରେ ଯଦି କିଛି ମେକ୍‌ଅପ୍‌ ସାମାନ ନାହିଁ ତେବେ କାଜଲ୍‌ ଲଗାଇ ସୁନ୍ଦର ଦେଖାଯାଇପାରିବେ। କାଜଲ ଲଗାଇବା ପରେ ଫେସ୍‌ ପାଉଡର ଦ୍ୱାରା ଟଚ୍‌ଅପ୍‌ ମଧ୍ୟ କରିପାରିବେ।
ଫେସ୍‌ ପାଉଡର: ଫେସ୍‌ ପାଉଡର ବେସିକ୍‌ ତ ନୁହେଁ। କିନ୍ତୁ ଏକ ପରଫେକ୍ଟ ମେକ୍‌ଅପ୍‌ ଟଚଅପ୍‌ ପାଇଁ ଏହା ଜରୁରୀ। ଏହାଦ୍ୱାରା ଆପଣ ନିଜ ଫେସ୍‌କୁ ଟଚ୍‌ଅପ୍‌ ଦେଇପାରିବେ। କିନ୍ତୁ ଫେସ ପାଉଡର କିଣିବା ସମୟରେ ନିଜ ଫେସ ସ୍କିନ୍‌ର ମଧ୍ୟ ଧ୍ୟାନ ଦେବା ଜରୁରୀ।
ଲିପ୍‌ଷ୍ଟିକ୍‌: ଆପଣ ଲଗାଇ ଥିବା ଲିପ୍‌ଷ୍ଟିକ୍‌ ଦିନ ମଧ୍ୟରେ ଫିକା ପଡିଯାଇପାରେ। ପୁଣି ବହୁତ ମହିଳାଙ୍କ ପାଖରେ ବାରମ୍ବାର ଟଚ୍‌ଅପ୍‌ କରିବା ଲାଗି ସମୟ ନ ଥାଏ। ଏମିତି ଆମେ ଗୋଟିଏ ଉପାୟ ଦେଉଛୁ ଯାହା ଆପଣଙ୍କ ଲିପ୍‌ଷ୍ଟିକ୍‌କୁ ଲଙ୍ଗ ଲାଷ୍ଟିଙ୍ଗ କରିପାରିବ। ଲଙ୍ଗ ଲାଷ୍ଟିଙ୍ଗ ଲିପ୍‌ଷ୍ଟିଙ୍ଗ ପାଇଁ ପ୍ରଥମେ ଲିପ୍‌ଷ୍ଟିକ୍‌ ଲଗାଇ ଟିସୁ ପେପରରେ ଓଠକୁ ଦାବନ୍ତୁ। ଏହାପରେ ଅଳ୍ପ ଟିକେ ପାଉଡର ଓଠରେ ଲଗାନ୍ତୁ ଓ ଏହାପରେ ଫାଇନାଲ କୋର୍ଟ ଲିପ୍‌ଷ୍ଟିକ୍‌ ଓଠରେ ଲଗାନ୍ତୁ।
କନ୍‌ସିଲର: କନସିଲର ଲଗାଇବେ ଯଦି ଏହା ଅଧିକ ସମୟ ପର୍ଯ୍ୟନ୍ତ ରହିବ। କନ୍‌ସିଲର ଲଗାଉଥିବା ସମୟରେ ଟ୍ରାଙ୍ଗଲ ଶେପ୍‌ରେ ଲଗାନ୍ତୁ। ପୁଣି ଧୀରେ ଧୀରେ ଟ୍ରାନ୍ସଲୁସେଣ୍ଟ ପାଉଡର ଲଗାନ୍ତୁ। ଏହା ଆପଣଙ୍କ ରୂପଚର୍ଯ୍ୟାରେ ଆହୁରି ଚମକ୍‌ ଆଣିଥାଏ।
ଆଇଲାଇନର: ଆଖିକୁ ସଜାଇବା ଲାଗି ଆଇଲାଇନର ଭଲ ଅପ୍‌ଶନ୍‌। ଆଜିକାଲି ବଜାରରେ ବିଭିନ୍ନ ରଙ୍ଗର ଆଇଲାଇନର ମିଳୁଛି। ଏଥିମଧ୍ୟରୁ ହ୍ବାଇଟ୍‌ କଲର ଅଧିକ ଗ୍ଲାମରସ ଲୁକ୍‌ ଦେଇଥାଏ। ଏହାକୁ ଆପଣ ଓ୍ବାଟରପ୍ରୁଫ୍‌ ଲାଇନ୍‌ରେ ଲଗାନ୍ତୁ। ଅଧିକ ଷ୍ଟାଇଲିଶ୍‌ ଦେଖାଯିବାକୁ ହେଲେ ଏହା ସହିତ ଆଖିରେ କାଜଲ ବି ଲଗାଇପାରିବେ।
ଲୋଶନ୍‌: ଲୋଶନ୍‌ ବହୁତ୍‌ ଛୋଟ ଜିନିଷ, ଯାହାର ଆବଶ୍ୟକତା ଆମକୁ ବାରମ୍ବାର ପଡିଥାଏ। ଯେତେବେଳେ ଆପଣ ହାତ ଓ ମୁହଁକୁ ଧୋଇଥାନ୍ତି ଯାହା ଦ୍ୱାରା ସ୍କିନ୍‌ ଡ୍ରାଏ ହୋଇଯାଏ। ଏମିତିରେ ଆପଣ ଲୋଶନ୍‌ ଲଗାଇ ପାରିବେ।
ମେକ୍‌ଅପ୍‌ ରିମୁଭର ଓ୍ବାଇପ୍ସ: ମେକ୍‌ଅପ୍‌ ରିମୁଭର ଓ୍ବାଇପ୍ସ ଏକ ଭଲ ଜରୁରୀ ଜିନିଷ । ଯଦି ପାର୍ଟି ଫଙ୍କସନ୍‌ରେ ମେକ୍‌ଅପ୍‌ ଭଲ ହୋଇନାହିଁ କିମ୍ବା ମେକ୍‌ଅପ୍‌ ୟାଡେସ୍ୟାଡେ ହୋଇଯାଇଛି ତାକୁ ସଫା କରିବାକୁ ହେଲେ ଏହି ଓ୍ବାଇପ୍ସ ସାହାଯ୍ୟରେ ସଫା କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri