କର୍ପୋରେଟ ଟିକସ ହ୍ରାସ; ଶୀର୍ଷ ୧୦୦୦ କମ୍ପାନୀଙ୍କୁ ହେବ ୩୭ ହଜାର କୋଟିର ଫାଇଦା

ନୂଆଦିଲ୍ଲୀ,୨୩-୯: ସରକାରଙ୍କ ପକ୍ଷରୁ କର୍ପୋରେଟ ଟିକସ ହ୍ରାସ ଘୋଷଣା କରାଯିବା ଦ୍ୱାରା ତାଲିକାଭୁକ୍ତ ଶୀର୍ଷ ୧ ହଜାର କମ୍ପାନୀଙ୍କୁ ପ୍ରାୟ ୩୭ ହଜାର କୋଟି ଟଙ୍କାର ଫାଇଦା ମିଳିବାକୁ ଯାଉଛି ବୋଲି କ୍ରେଡିଟ ରେଟିଂ ଏଜେନ୍ସି କ୍ରିସିଲ୍‌ର ଏକ ରିସର୍ଚ୍ଚରେ କୁହାଯାଇଛି। ଏଥିରେ ଦର୍ଶାଯାଇଛି ଯେ, ଗତ କିଛିଦିନ ହେବ ଭାରତର ଅର୍ଥନୀତିକୁ ସୁଦୃଢ଼ କରିବା ଲାଗି ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି। ଶୁକ୍ରବାର କରାଯାଇଥିବା ଘୋଷଣା ଅତ୍ୟନ୍ତ ବ୍ୟାପକ ଥିଲା। କମ୍ପାନୀର ବିଶ୍ଳେଷଣ ଅନୁଯାୟୀ, କର୍ପୋରେଟ ଟିକସ ହ୍ରାସ ସରକାରଙ୍କ ମୋଟ ସଞ୍ଚୟ ଅନୁମାନର ପ୍ରାୟ ୨୫% ବୋଲି ମନେ କରାଯାଉଛି। ଟିକସ ହ୍ରାସ ଦ୍ୱାରା ଏବେ ଭାରତ ଏସିଆର ଅଧିକାଂଶ ଦେଶର ଅର୍ଥନୀତି ସହ ସମକକ୍ଷ ହୋଇଛି। ୧୦୦୦ ଶୀର୍ଷ କମ୍ପାନୀଙ୍କୁ ନେଇ ୮୦ରୁ ଅଧିକ କ୍ଷେତ୍ରର ବିଶ୍ଳେଷଣ କରି କ୍ରିସିଲ ପକ୍ଷରୁ ରିସର୍ଚ୍ଚ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜର ବଜାର ପୁଞ୍ଜୀକରଣରେ ଏହି ୧୦୦୦ କମ୍ପାନୀଙ୍କ ୭୦ ପ୍ରତିଶତ ଅଂଶ ରହିଛି। ବିଶ୍ଳେଷଣରୁ ଜଣାପଡୁଛି ଯେ, ଗତ ୫ ବର୍ଷରେ ଲାଗୁ ହୋଇଥିବା କର୍ପୋରେଟ ଟିକସ ଅଧିକ ରହିଥିଲା। ତେଲ ଏବଂ ଗ୍ୟାସ୍‌ ତଥା ଆର୍ଥିକ ସେବା କ୍ଷେତ୍ରର କମ୍ପାନୀଗୁଡ଼ିକ ଉକ୍ତ ୧୦୦୦ କମ୍ପାନୀଙ୍କ ମଧ୍ୟରେ ସାମିଲ ହୋଇଛି। ଏହି ଆକଳନ ଆର୍ଥିକ ବର୍ଷ ୨୦୧୮-୧୯ର ଟିକସ ପୂର୍ବ ଲାଭ ଆଧାରିତ ହୋଇଛି। ସୂଚନାଥାଉ କି, ସରକାର କର୍ପୋରେଟ ଟିକସ ହାରକୁ ୨୫.୧୭%କୁ ହ୍ରାସ ଘୋଷଣା କରିଛନ୍ତି। ଏଥିରେ ମୂଳ ଟିକସ ସହ ଜିଏସ୍‌ଟି ଓ ସେସ୍‌କୁ ସାମିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଣ କେନ୍ଦ୍ର କର୍ମଚାରୀଙ୍କୁ କରୋନା ସମୟରେ ଅଟକିଥିବା ୧୮ ମାସର DA ଏରିୟର ମିଳିବ? ଆସିଲା ବଡ଼ ଖବର!

ନୂଆଦିଲ୍ଲୀ,୩।୭: ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ (8ମ ବେତନ କମିଶନ) ଏବେ ପୂରା ଆକ୍ସନ ମୋଡ଼ରେ ।…

୫୦ହଜାର ଖସିଲାଣି ସୁନାଦର! ଏକ୍ସପର୍ଟ କହିଲେ ଆଗକୁ ଲକ୍ଷେ ତଳକୁ…

ନୂଆଦିଲ୍ଲୀ, ୨ା୭: ସୁନା ବଜାରରେ ଜାରି ରହିଥିବା ଦ୍ରୁତ ଅଭିବୃଦ୍ଧି ଏବେ ଓଲଟା ମୋଡ଼ ନେଇଛି। ଚଳିତ ବର୍ଷ ପ୍ରାରମ୍ଭରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ପ୍ରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri