Posted inଜାତୀୟ

କର୍ନାଟକ ମେଡିକାଲ ଦୁର୍ନୀତି: ୧୦୯ କୋଟିର ଅଘୋଷିତ ଆୟ

ବେଙ୍ଗାଲୁରୁ, ୧୩ା୧୦: କର୍ନାଟକରେ ଆୟକର ବିଭାଗର ଚଢ଼ାଉ ପରେ ୧୦୯ କୋଟି ଟଙ୍କାର ଅଘୋଷିତ ଆୟ ଧରାପଡ଼ିଛି। କଂଗ୍ରେସର ବରିଷ୍ଠ ନେତା ଜି. ପରମେଶ୍ୱର ଓ ଆର୍‌.ଏଲ୍‌. ଜଲାପ୍ପାଙ୍କ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନରେ ଚଢ଼ାଉ କରାଯାଇ ୯ କୋଟି ଟଙ୍କା ଶୁକ୍ରବାର ଜବତ କରାଯାଇଛି। ହାଓ୍ବଲା କାରବାର ଦ୍ୱାରା କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥ ପଠାଯାଉଥିବା ଅର୍ଥ ମନ୍ତ୍ରଣାଳୟ ଓ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ(ସିବିଡିଟି) ପକ୍ଷରୁ ଏକ ବିବୃତିରେ ଦର୍ଶାଯାଇଛି। ମୋଟ ୧୮୫ରୁ ଗୋଟିଏ ମେଡିକାଲ ସିଟ୍‌ ପିଛା ୫୦ରୁ ୬୫ ଲକ୍ଷ ଟଙ୍କା କାରବାର କରାଯାଉଥିଲା। ଅଧିକାରୀମାନେ ଟୁମାକୁରୁସ୍ଥିତ ଶ୍ରୀ ସିଦ୍ଧାର୍ଥ ମେଡିକାଲ କଲେଜ, ନେଲାମାଙ୍ଗଲାସ୍ଥିତ ଶ୍ରୀ ସିଦ୍ଧାର୍ଥ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ୍‌ ରିସର୍ଚ୍ଚ ଏବଂ କୋଲାରର ଦେବରାଜ ଉର୍ସ ମେଡିକାଲ କଲେଜରେ ଚଢ଼ାଉ କରି ଜାଣିବାକୁ ପାଇଥିଲେ, ଏମ୍‌ବିବିଏସ୍‌, ପିଜି ସିଟ ଲାଗି ନିଟ୍‌କୁ ଲୋଭ ଦେଖାଯାଉଥିଲା। ଛାତ୍ରୀଛାତ୍ରମାନେ ନିଟ୍‌ ପରୀକ୍ଷା ଦେଉଥିଲେ ହେଁ ମୋଟା ଅଙ୍କର ଅର୍ଥ ଦେଇଥିବାରୁ କଲେଜ ପରିଚାଳନା ବୋର୍ଡ ସେମାନଙ୍କ ସିଟ୍‌ ସୁରକ୍ଷିତ ରଖିଥାନ୍ତି। ଏଜେଣ୍ଟ, ଦଲାଲଙ୍କଠାରୁ ଆରମ୍ଭ କରି କଲେଜ ଟ୍ରଷ୍ଟି ଓ ରାଜନେତା ଏହି ରାକେଟ୍‌ରେ ସମ୍ପୃକ୍ତ ଥିବା ଜଣାପଡ଼ିଛି।
ଆତ୍ମହତ୍ୟା କଲେ ପରମେଶ୍ୱରଙ୍କ ସହଯୋଗୀ


ବରିଷ୍ଠ କଂଗ୍ରେସ ନେତା ଜି. ପରମେଶ୍ୱରଙ୍କ ବାସଭବନରେ ଦୁଇଦିନ ଧରି ଆୟକର ବିଭାଗର ଚଢାଉ ପରେ ତାଙ୍କ ବ୍ୟକ୍ତିଗତ ସହାୟକ ଏନ୍‌.ଏସ୍‌. ରମେଶ(୩୮) ଶନିବାର ଆତ୍ମହତ୍ୟା କରିଛନ୍ତି। ରମେଶ ବେଙ୍ଗାଲୁରୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଥିବା ଏକ ଗଛରେ ଝୁଲି ଆତ୍ମହତ୍ୟା କରିଛନ୍ତି। ପରମେଶ୍ୱରଙ୍କ ଘରେ ଆଇଟି ରେଡ୍‌ବେଳେ ରମେଶଙ୍କୁ ପଚରାଉଚରା କରାଯାଇଥିଲା। ସେ ଚାପରେ ଆମତ୍ହତ୍ୟା କରିଥିବା କଂଗ୍ରେସ ମୁଖପାତ୍ର ରବି ଗୌଡ଼ା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri