Posted inଜାତୀୟ

କର୍ନାଟକରେ ଅପରେଶନ୍‌ ଲୋଟସ୍‌ ଶେଷ: ଏବେ ଲକ୍ଷ୍ୟ ମଧ୍ୟପ୍ରଦେଶ ଉପରେ !

ଭୋପାଳ,୨୪।୭: କର୍ନାଟକରେ ଭାଜପାର ଅପରେଶନ୍‌ ଲୋଟସ୍‌ ଶେଷ ହୋଇଛି। ଏଠାରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରର ପତନ ଘଟିଛି। ଏହାପରେ ଏବେ ଭାଜପା ମଧ୍ୟପ୍ରଦେଶ କଂଗ୍ରେସ ମେଣ୍ଟ ସରକାର ଉପରେ ନଜର ପକାଇବାର ସମ୍ଭାବନା ଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଏନେଇ ମଧ୍ୟପ୍ରଦେଶର ଭାଜପା ନେତା ଗୋପାଳ ଭାର୍ଗବ କହିଛନ୍ତି ଯେ, ଖୁବ୍‌ ଶୀଘ୍ର ମଧ୍ୟପ୍ରଦେଶ କଂଗ୍ରେସ ମେଣ୍ଟ ସରକାର ପିଣ୍ଡଦାନ କରିବ। ଏଥିରେ କଂଗ୍ରେସ ସଦସ୍ୟ ହିଁ ସରକାର ପତନର ମୁଖ୍ୟ କାରଣ ସାଜିବେ ବୋଲି ସେ କହିଛନ୍ତି। ତେବେ ଏହାର ଉତ୍ତରରେ କଂଗ୍ରେସର ଜିତୁ ପଟଓ୍ବାରି କହିଛନ୍ତି ଯେ, କର୍ନାଟକରେ ଏଚ୍‌.ଡି. କୁମାରସ୍ବାମୀ ସରକାର ଭାଜପା ଷଡ଼ଯନ୍ତ୍ର ବୁଝିପାରିଲେ ନାହିଁ। ତାଙ୍କ ଅନୁପସ୍ଥିତିରେ ଏପରି ଯୋଜନା କାର୍ଯ୍ୟକାରୀ କରିବାରେ ଭାଜପା ମୁଖ୍ୟ ଭୂମିକ ଗ୍ରହଣ କରିଥିଲା। ମାତ୍ର ମଧ୍ୟପ୍ରଦେଶରେ କମଳନାଥ ସରକାର ରହିଛନ୍ତି। ଏଠାରେ ଭାଜପାର ଷଡ଼ଯନ୍ତ୍ର କାମ କରିବ ନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ମଧ୍ୟପ୍ରଦେଶରେ ୨୩୦ ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ପାଖରେ ୧୧୪ ଏବଂ ଭାଜପା ନିକଟରେ ୧୦୯ ଆସନ ରହିଛି। କଂଗ୍ରେସ ମେଣ୍ଟ ସରକାରଙ୍କୁ ବିଏସ୍‌ପି ୨, ଏସ୍‌ପିର ଜଣେ ଏବଂ ୪ ନିର୍ଦ୍ଦଳୀୟ ବିଧାୟକ ସମର୍ଥନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିବ ନୂଆ ବର୍ଷ, ୫ ରାଜ୍ୟକୁ ଚେତାବନୀ ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ,୩୦।୧୨: ଦେଶରେ ପ୍ରବଳ ଥଣ୍ଡା ମଧ୍ୟରେ ନୂଆ ବର୍ଷ ଆସିବାକୁ ଯାଉଛି। ଏହି ସମୟରେ, ଭାରତୀୟ ପାଣିପାଗ ବିଭାଗ (IMD) ନୂତନ ବର୍ଷର ଗୋଟିଏ ଦିନ...

୮୦ ବର୍ଷରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପରଲୋକ

ଢାକା,୩୦।୧୨: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ୮୦ ବର୍ଷ ବୟସରେ ପରଲୋକ ହୋଇଛି। ସେ କିଛି ଦିନ ଧରି ଅସୁସ୍ଥ ଥିଲେ। ତାଙ୍କୁ ନଭେମ୍ବର...

ଟିପିଡବ୍ଲୁଓଡିଏଲ୍‌ର ଗ୍ରାହକ ମାରଣ ନୀତିର ପ୍ରତିବାଦ, କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବାରକୋଟ,୩୦|୧୨(ଶଶାଙ୍କ ଶେଖର ଝାଙ୍କର): ଟିପିଡବ୍ଲୁଓଡିଏଲ୍ (ବିଦ୍ୟୁତ ବିଭାଗ)ର ଗ୍ରାହକ ମାରଣ ନୀତିର ତୀବ୍ର ବିରୋଧ କରି ଦେବଗଡ ଜିଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ...

ଖୁସିଖବର: କର୍ତ୍ତବ୍ୟ ପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼

ଭୁବନେଶ୍ୱର,୩୦।୧୨(ସୌମ୍ୟରଞ୍ଜନ ରାଉତ):ଆସନ୍ତା ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲୀର କର୍ତ୍ତବ୍ୟ ପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ହେବ। ସ୍ବଦେଶୀ ସାମଗ୍ରୀ ଉତ୍ପାଦନ ମାଧ୍ୟମରେ ସାମ୍ପ୍ରତିକ ଭାରତକୁ...

୨୦୩୦ ସୁଦ୍ଧା ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି; ୭.୩ ଟ୍ରିଲିୟନ ଡଲାରରେ ପହଞ୍ଚିବ GDP

ବେଙ୍ଗାଲୁରୁ,୨୯।୧୨: ଭାରତୀୟ ଅର୍ଥନୀତି ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ଜାରି ହୋଇଥିବା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ୪.୧୮ ଟ୍ରିଲିୟନ ଡଲାର GDP...

ଆତ୍ମହତ୍ୟା କଲେ ଅଭିନେତ୍ରୀ, ସରକାରୀ ଚାକିରି କରିବାକୁ ଚାପ ପକାଉଥିଲେ ପରିବାର

ବେଙ୍ଗାଲୁରୁ,୨୯।୧୨: ସରକାରୀ ଚାକିରି ଆଉ ବିବାହ ଚାପରୁ ମୁକୁଳିପାରି ନାହାନ୍ତି ଲୋକପ୍ରିୟ ଅଭିନେତ୍ରୀ ନନ୍ଦିନୀ ସିଏମ୍‌। ବେଙ୍ଗାଲୁରୁର କେଙ୍ଗେରୀ ସ୍ଥିତ ଏକ ପେଇଂ ଗେଷ୍ଟ (PG)...

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ପୁଟିନଙ୍କ ବାସଭବନକୁ ୟୁକ୍ରେନର ଡ୍ରୋନ୍ ମାଡ଼; ଏପରି ପ୍ରତିକ୍ରିୟା ଦେଲେ ଜେଲେନସ୍କି

ନୂଆଦିଲ୍ଲୀ,୨୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ୟୁକ୍ରେନ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିବା ରୁଷିଆ ଦାବି କରିଛି। ତେବେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri