Microscopic view of Coronavirus, a pathogen that attacks the respiratory tract. Analysis and test, experimentation. Sars. 3d render
ଭଦ୍ରକ ଅଫିସ,୧।୫: କରୋନା ହଟ୍ସ୍ପଟ୍ ଜୋନରେ ଓଡ଼ିଶାର ୩ଟି ଜିଲା ରହିଛି। ସେଗୁଡ଼ିକ ହେଉଛି ଯାଜପୁର, ଭଦ୍ରକ ଓ ବାଲେଶ୍ୱର। ସେହିପରି ଅରେଞ୍ଜ ଜୋନରେ ରାଜ୍ୟର ୬ଟି ଜିଲା ରହିଛି। ସେଗୁଡ଼ିକ ହେଲା ହେଉଛି ଖୋର୍ଦ୍ଧା, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ, ଢେଙ୍କାନାଳ ଓ କଳାହାଣ୍ଡି । ତେବେ ଭୁବନେଶ୍ୱର ପୂର୍ବରୁ ରେଡ୍ ଜୋନରେ ଥିବା ବେଳେ ବର୍ତ୍ତମାନ ଅରେଞ୍ଜ ଜୋନରେ ରହିଛ। ଅପରପକ୍ଷେ ଗ୍ରୀନ ଜୋନରେ ଓ ୨୧ଟି ଜିଲା ସାମିଲ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ତାଜା ତାଲିକାରେ ଏହି ସୂଚନା ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ୧୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରେ ଭଦ୍ରକରୁ ୧୯ ଜଣ ଆକ୍ରାନ୍ତ ଥିବା ଜଣା ପଡିଛି। ଏମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଫେରିଥିବା ଜଣା ପଡିଛି।