କରୋନା ସଚେତନତା ନାଁରେ ବୈଠକ କରି ଜଣେ ଗିରଫ

ଠାକୁରମୁଣ୍ଡା,୩ା୪(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ହାତୀଘୋଡା ପଞ୍ଚାୟତର ଘୋଡାବିନ୍ଧା ଗ୍ରାମରେ ଗୁରୁବାର ଅପରାହ୍ନରେ ଗ୍ରାମବାସୀମାନଙ୍କୁ ନେଇ କରୋନା ସଚେତନତା ନାମରେ ବୈଠକ କରିବା ଘଟଣାରେ ଠାକୁରମୁଣ୍ଡା ଥାନା ପୋଲିସ ଜଣକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ନେପା ଜରିକା। ଏନେଇ ଥାନାରେ ଏକ ମାମଲା (ନଂ.୩୯/୨୦୨୦) ରୁଜୁ ହୋଇଛି।
ପୋଲିସ ସୂଚନା ଅନୁଯାୟୀ, ଏକ ସ୍ବେଚ୍ଛାସେବୀ ସଂଗଠନ ସହିତ ଜଡିତ ଥିବା ନେପା ଜରିକା ସକାଳେ ଗ୍ରାମବାସୀଙ୍କ ଘରକୁ ଯାଇ କରୋନା ସଂକ୍ରମଣ ରୋକିବା ଦିଗରେ ଏକ ସଚେତନତା ବୈଠକ ହେବ ବୋଲି ସୂଚନା ଦେଇଥିଲେ। ଅପରାହ୍ନରେ ଏଥିନିମନ୍ତେ ଲୋକମାନେ ଗ୍ରାମରେ ରୁଣ୍ଡ ହୋଇଥିଲେ। ଖବରପାଇ ପୋଲିସ ଫୋର୍ସଙ୍କ ସମେତ ଠାକୁରମୁଣ୍ଡା ଥାନା ଅଧିକାରୀ ନିରୋଜ କୁମାର ସାମଲ, ବିଡ଼ିଓ ଶ୍ୟାମସୁନ୍ଦର ଟୁଡୁ, ତହସିଲଦାର ପ୍ରଦ୍ୟୁମ୍ନ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚି ବୈଠକକୁ ବନ୍ଦ କରି ଆୟୋଜକ ନେପାଙ୍କୁ ଗିରଫ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଟଙ୍କା ଆତ୍ମସାତ୍‌ ଅଭିଯୋଗ: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ଶିକ୍ଷକ

ନୂଆପଡ଼ା,୪ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି କଲେଜରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଦରମା ଟଙ୍କା ଆତ୍ମସାତ୍‌ କରିଥିବା ସିନାପାଲି…

ରାତି ହେଲେ ଅବକାରୀ ଥାନା ବନ୍ଦ: ଡିସ୍‌ପ୍ଲେ ବୋର୍ଡ ଜଳୁଛି, କାର୍ଯ୍ୟାଳୟରେ ତାଲା ଝୁଲୁଛି

ଲୋଇସିଂହା,୪।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଅବକାରୀ ଥାନାରେ ରାତି ସମୟରେ କେହି ଷ୍ଟାଫ ରହୁ ନ ଥିବା ଅଭିଯୋଗ ହେଉଛି ା ବୁଧବାର ସନ୍ଧ୍ୟାରେ କାର୍ଯ୍ୟାଳୟର ଡିସପ୍ଲେ…

ଜବରଦଖଲରେ ସରକାରୀ ଜମି: ୯ ଏପ୍ରିଲରେ ଡିମାର୍କେଶନ ନିର୍ଦ୍ଧାରିତ

ବଞ୍ଚୋ,୪।୪(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲ ନେଇ ସମସ୍ୟା ଗୁରୁତର ରୂପ ନେଇଥିଲା । ଏହି…

ସୌନ୍ଦର୍ଯ୍ୟ ହରାଇଲାଣି ଚିଲଡ୍ରେନ ପାର୍କ: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ପଦ୍ମପୁର,୪ା୪(ପ୍ରଦୀପ୍ତ ଦାଶ ):ସହରକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏ ସବୁ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ପ୍ରଶାସନ ଆଖି ଆଗରେ ପ୍ରଦୂଷଣ: ରାସ୍ତାପାର୍ଶ୍ୱ ପାଲଟିଛି ଡମ୍ପିଂ ୟାର୍ଡ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ଆଖି ଆଗରେ ପ୍ରଦୂଷଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତ କିଛିଦିନ ହେଲା ସହରର ବିଭିନ୍ନ ରାସ୍ତାରେ ସ୍ତୁପ ଭଳି କୁଢ଼…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଥାନାରେ ପହଞ୍ଚିଲେ ଯୁବତୀ

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲା…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri