କରୋନା ସଂକ୍ରମିତଙ୍କ ମଧ୍ୟରୁ ପ୍ରତି ହଜାରେ ଲୋକଙ୍କ ମଧ୍ୟରୁ ପ୍ରାୟ ୯ ଜଣଙ୍କ ଘଟିଥାଏ ମୃତ୍ୟୁ !

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୬।୩: କରୋନା ସଂକ୍ରମଣ ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଏଥିରୁ ଦୂରେଇ ରହିବା ପାଇଁ ସାମାଜିକ ଦୂରତା ସୃଷ୍ଟି ଉପରେ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ତେବେ ସଂକ୍ରମିତଙ୍କ ମଧ୍ୟରୁ ହାରାହାରି କେତେଜଣଙ୍କ ମୃତ୍ୟୁ ଘଟିଥାଏ ସେ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଚାଇନା, ଇଟାଲି ଏବଂ ଇରାନରେ ଏହା ଉପରେ ଗବେଷଣା କରୁଥିବା କିଛି ଗବେଷକଙ୍କ ଅନୁସାରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ପ୍ରତି ହଜାରେ ଲାକଙ୍କ ମଧ୍ୟରୁ ପ୍ରାୟ ୯ ଜଣଙ୍କର ମୃତ୍ୟୁ ଘଟିଥାଏ। ଏହା ସମ୍ପୂର୍ଣ୍ଣ ଭାବେ ସମ୍ପୃକ୍ତ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି ଉପରେ ହିଁ ନିର୍ଭର କରିଥାଏ। ଯଦି ସଂକ୍ରମିତଙ୍କଠାରେ ଅନ୍ୟ କୌଣସି ଶାରୀରିକ ସମସ୍ୟା ଥିଲେ ହୁଏତ କିଛି ଜଟିଳ ସ୍ଥିତି ଉତ୍ପନ୍ନ ହୋଇଥାଏ। ସଂକ୍ରମିତଙ୍କ ଚିକିତ୍ସା କ୍ଷେତ୍ରରେ ବୟସ, ଲିଙ୍ଗ, ସ୍ବାସ୍ଥ୍ୟାବସ୍ଥା ଏବଂ ସେ ବାସ କରୁଥିବା ଦେଶର ଚିକିତ୍ସା ସେବା ଆଦ ଗୁରୁତ୍ୱପୂର୍ଣ୍ଣ ବୋଲି ଗବେଷକ କହିଛନ୍ତି। ଏନେଇ ଲଣ୍ଡନର ଇମ୍ପାରିୟାଲ କଲେଜର ଗବେଷକ କହିଛନ୍ତି ଯେ, ବିଭିନ୍ନ ଦେଶ ତଥା ଭୌଗୋଳିକ ସ୍ଥିତିରେ କରୋନା ମୃତ୍ୟୁ ହାରରେ ଭିନ୍ନତା ପରିଲକ୍ଷିତ ହେବା ନିଶ୍ଚିତ। ଉପଲବ୍ଧ ସ୍ବାସ୍ଥ୍ୟ ସେବା ଏକ୍ଷେତ୍ରରେ ବିଶେଷ ଗୁରୁତ୍ୱ ବହନ କରିଥାଏ। ଏହି ସଂକ୍ରମଣରୁ ଦୂରେଇ ରହିବା ଲାଗି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ଜାରି ହୋଇଥିବା ମାର୍ଗଦର୍ଶିକାର ପାଳନ ସର୍ବୋତ୍ତମ ବୋଲି ଗବେଷକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତରଳୁଛି ହିମବାହ, ବିଶ୍ୱକୁ ବିପଦ

ଲଣ୍ଡନ୍‌/ ନୂଆଦିଲ୍ଲୀ,୧୬ା୨(ଏଜେନ୍ସି): ସାରା ବିଶ୍ୱରେ ପ୍ରାୟ ୩,୧୦୦ ହିମବାହ ଦ୍ରୁତଗତିରେ ତରଳୁଛି, ଯାହାକି ଅତ୍ୟନ୍ତ ବିରଳ ଘଟଣା। ବିଶ୍ୱରେ ଥିବା ମୋଟ ହିମବାହର ଏହା ମାତ୍ର ୧%…

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ମହମ୍ମଦ ୟୁନୁସ ହେବେ କି ବାଂଲାଦେଶର ରାଷ୍ଟ୍ରପତି? ନୂତନ ଭୂମିକାକୁ ନେଇ ବଢ଼ିଲା ଚର୍ଚ୍ଚା

ଢାକା,୧୫।୨: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ, ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଫେବୃଆରୀ ୧୨ରେ…

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

WHOର ଭୟଙ୍କର ଭବିଷ୍ୟବାଣୀ: ୨୦୫୦ ସୁଦ୍ଧା ବିଶ୍ୱରେ…

ଓ୍ବାଶିଂଟନ୍‌,୧୪।୨: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(WHO)ର ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ କରିଛି। ପ୍ରଥମ ଓ୍ବାଲର୍‌ଡ ରିପୋର୍ଟ ଅନ୍‌ ହିଅରିଂ ଅନୁଯାୟୀ, ୨୦୫୦ ସୁଦ୍ଧା ବିଶ୍ୱରେ ପ୍ରାୟ ୨.୫…

ମୋଦିଙ୍କ ଫର୍ମୁଲାରେ ବିଜୟୀ ହେଲେ ତାରିକ ରହମାନ

ଢାକା,୧୪।୨: ବାଂଲାଦେଶ ପୁଣିଥରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ମୋଡ଼ରେ ଅଛି। ତାରିକ ରହମାନଙ୍କ ନେତୃତ୍ୱରେ ଏହା ସ୍ଥିର ହେବ ଯେ ଢାକା କେଉଁ ପଥ ନେବ। ତାରିକ…

ବାଂଲାଦେଶ ନିର୍ବାଚନରେ ବିଜୟୀ ହୋଇ ୩ ହିନ୍ଦୁ ହେଲେ ସାଂସଦ

ଢାକା,୧୪।୨: ବାଂଲାଦେଶରେ ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ୨୯୭ ଆସନରୁ ୨୧୨ଟି ଜିତି ସମ୍ପୂର୍ଣ୍ଣ ବହୁମତ ସହିତ ସରକାର ଗଠନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri