କରୋନା ସଂକ୍ରମଣ କମ୍‌ କରେ ଗଗର୍ଲିଂ

କରୋନା ସଂକ୍ରମଣକୁ ରୋକିବା ଓ ଏହାର ପ୍ରତିଶେଧକ ଟିକା ଲାଗି ବିଶ୍ୱର ବୈଜ୍ଞାନିକ ଗବେଷଣା କରୁଛନ୍ତି। ଏହାର ଟିକା ତିଆରିରେ ଅନେକ ସକାରାତ୍ମକ ଫଳାଫଳ ମିଳିଛି। ଅନ୍ୟପଟେ କେତେକ କମ୍ପାନୀ ଏହାର ଔଷଧ ତିଆରି ପାଇଁ ଲାଗି ପଡ଼ିଛନ୍ତି। ବର୍ତ୍ତମାନ ସମୟରେ ଅନେକ ପଜିଟିଭ୍‌ ସ୍ବାସ୍ଥ୍ୟ ହୋଇ ଘରକୁ ଫେରୁଇବା ବେଳେ ଘରୋଇ ଉପଚାର କରାଯାଉଛି। ଏହାକୁ ରୋକିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସମୟ ସମୟରେ ପରାମର୍ଶ ମଧ୍ୟ ଦେଉଛି। ଲୋକମାନେ କରୋନାକୁ ଏଡାଇବା ପାଇଁ ବିଭିନ୍ନ ଘରୋଇ ଉପଚାର ଗ୍ରହଣ କରୁଛନ୍ତି । ଲୋକେ କରୋନାକୁ ଏଡାଇବା ପାଇଁ ବିଭିନ୍ନ ଘରୋଇ ଉପଚାର ଗ୍ରହଣ କରୁଛନ୍ତି । ଲୁଣ ପାଣିରେ ଗଗର୍ଲିଂ କରିବା ଏଥି ମଧ୍ୟରୁ ଅନ୍ୟତମ। ବ୍ରିଟେନର ଗବେଷକମାନେ ମଧ୍ୟ ଏକ ଗବେଷଣା ଅଧ୍ୟୟନରେ ଏହା ନିଶ୍ଚିତ କରିଛନ୍ତି।

ବ୍ରିଟେନର ଏଡିନବର୍ଗ ବିଶ୍ୱବିଦ୍ୟାଳୟର ଏହାକୁ ନେଇ ଗବେଷଣା କରାଯାଇଛି। ଗବେଷକଙ୍କ କହିବା ଅନୁଯାୟୀ ଲୁଣ ପାଣିରେ ଗଗର୍ଲିଂ କରୋନା ସଂକ୍ରମଣର ଲକ୍ଷଣକୁ ବହୁ ମାତ୍ରାରେ ହ୍ରାସ କରିପାରେ। ଏହା ସହିତ କୋଭିଡ ସଂକ୍ରମଣ ମଧ୍ୟ କମ୍‌ ହୋଇଥାଏ।

ବ୍ରିଟେନର ଗବେଷକ ମାନେ ୬୬ କରୋନା ସଂକ୍ରମିତ ରୋଗୀଙ୍କ ଉପରେ ଏହି ଅଧ୍ୟୟନ କରିଛନ୍ତି। ଗବେଷକମାନେ ୧୨ ଦିନ ଧରି ଏହି ଅଧ୍ୟୟନ କରିଥିଲେ। ଏହି ୬୬ ରୋଗୀଙ୍କୁ ଚିକିତ୍ସା ସହିତ ଉଷୁମ ପାଣିରେ ଗଗଲିଂ କରିବାକୁ କୁହାଯାଇଥିଲା। ୧୨ ଦିନ ପରେ, ଯେତେବେଳେ ଏହି ରୋଗୀଙ୍କ ନାକରୁ ନମୁନା ନିଆଗଲା, ସଂକ୍ରମଣର ଲକ୍ଷଣ ବହୁତ କମ୍‌ ଥିଲା।

ଜର୍ଣ୍ଣାଲ ଅଫ ଗ୍ଲୋବାଲ ହେଲଥ୍‌ରେ ପ୍ରକାଶିତ ଏହି ଅନୁସନ୍ଧାନ ଅନୁଯାୟୀ, ଲୁଣ ଗଗଲିଂ କରିବା ଫଳରେ ସଂକ୍ରମିତ ରୋଗୀମାନେ ଅଳ୍ପଦିନ ମଧ୍ୟରେ ସୁସ୍ଥ ହୋଇଥିବା ଜଣାପଡିଛି। ଅନୁସନ୍ଧାନକାରୀମାନେ ଦାବି କରିଛନ୍ତି ଯେ ଲୁଣ ଗଗଲିଂ କରୋନା ଜୀବାଣୁ ସଂକ୍ରମଣର ପ୍ରଭାବକୁ ହ୍ରାସ କରିପାରେ।

ସେ କହିଛନ୍ତି ଯେ ଯଦି ନିୟମିତ ବ୍ୟବଧାନରେ ପାଟି ଧୋଇବା ଗାର୍ଗଲ କରାଯାଏ, ତେବେ ଏହା କରୋନା ଜୀବାଣୁର ଗମ୍ଭୀରତାକୁ ହ୍ରାସ କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri