Pneumonia coronavirus
ଭୁବନେଶ୍ୱର,୧୮।୫(ବ୍ୟୁରୋ): ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲାରେ ୪୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲାରେ ପ୍ରବାସୀଙ୍କ ସଂଖ୍ୟା ବଢ଼ୁଥିବାରୁ ଆଗାମୀ ଦିନରେ ଏହା ଆହୁରି ବଢ଼ିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜିଲା ଉପରେ ସ୍ବତନ୍ତ୍ର ନଜର ରଖିଛନ୍ତି। ଶୁକ୍ରବାର ୩ ଆଏଇଏଏସଙ୍କୁ ଗଞ୍ଜାମ ପଠାଯାଇଛି। ସେମାନେ ଜିଲା ପ୍ରଶାସନକୁ କରୋନା ମୁକାବିଲାରେ ସହଯୋଗ କରିବେ। ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂହ ଏ ନେଇ ସୂଚନା ଦେଇଛନ୍ତି।