New Delhi, April 03 (ANI): Prime Minister Narendra Modi holds a meeting with 40 sportspersons via video conferencing over Coronavirus, in New Delhi on Friday. (ANI Photo)
ଭୁବନେଶ୍ୱର,୧୧।୫(ବ୍ୟୁରୋ): ତୃତୀୟ ପର୍ଯ୍ୟାୟ ଲକ୍ଡାଉନ ଅବଧି ଶେଷ ହେବାକୁ ଆଉ ସପ୍ତାହେ ବାକି ରହିଛି। ଦୀର୍ଘ ୪୭ ଦିନ ଲକ୍ଡାଉନ ପରେ ମଧ୍ୟ ଦେଶର ବିଭିନ୍ନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଗାମୀ ଦିନରେ କରୋନା ମୁକାବିଲା ଓ ବର୍ତ୍ତମାନର କରୋନା ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଅପରାହ୍ନ ୩ଟାରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିବେ। କରୋନା ମୁକାବିଲା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀଙ୍କ ସହିତ ୫ମ ଥର ଆଲୋଚନା କରିବାକୁ ଯାଉଛନ୍ତି। ତେବେ ଲକ୍ଡାଉନ ପରେ କରୋନା ମୁକାବିଲା ନେଇ କେନ୍ଦ୍ର ସରକାର କି ପଦକ୍ଷେପ ନେଉଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।