Posted inଫୁରସତ

କରୋନା ଭୟ: ଆପାର୍ଟମେଣ୍ଟରେ ୫୦ କିମି ଦୌଡ଼ିଲେ ଧାବକ, ବାଲ୍‌କୋନିରେ ମାରିଲେ ୬୨୫୦ ଚକ୍କର

ବେଜିଂ: ଚାଇନାରେ କରୋନା ଭାଇରସ୍‌ ଆତଙ୍କ ବଢ଼ିବାରେ ଲାଗିଛି। ଏହି କାରଣରୁ ଏଠାକାର ଲୋକଙ୍କୁ ଘରୁ ବାହାରକୁ ଯିବା ପାଇଁ ବାରଣ କରାଯାଇଛି। ଏହାର ପ୍ରଭାବ ଲୋକଙ୍କ ଦୈନନ୍ଦିନ ଜୀବନ ଉପରେ ପଡ଼ିଛି। ଫଳରେ ଝୋଜିୟାଙ୍ଗ୍‌ ହାଙ୍ଗ୍‌ଝୋଉର ଏକ ଆପାର୍ଟମେଣ୍ଟରେ ରହୁଥିବା ଜଣେ ଧାବକ ଘରେ ଦୌଡ଼ିଛନ୍ତି। ଧାବକ ପେନ୍‌ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି କ୍ୟାପଶନ୍‌ ଲେଖିଛନ୍ତି, ମୁଁ କିଛିଦିନ ଘରୁ ବାହାରକୁ ଯାଇ ନ ପାରିବାରୁ ମୋ’ ଏକ୍ସସର୍‌ସାଇଜ୍‌ ବନ୍ଦ ହୋଇଗଲା। ଫଳରେ ମୁଁ ଶାନ୍ତିରେ ବସି ପାରିଲିନି କି ଶୋଇ ପାରିଲିନି। ମୁଁ ପ୍ରଥମେ ମୋ’ ରୁମ୍‌ର ବାଲକୋନିରୁ ଦୌଡ଼ିବାକୁ ଲାଗିଲି। ଆପାର୍ଟମେଣ୍ଟ ମଧ୍ୟରେ ୫୦ କିଲୋମିଟର ଦୌଡ଼ିବାକୁ ତାଙ୍କୁ ୪ ଘଣ୍ଟା ୪୮ ମିନିଟ୍‌ ୪୪ ସେକେଣ୍ଡ୍‌ ଲାଗିଥିଲା। ସେହିପରି ବାଲ୍‌କୋନିରେ ସେ ୬୨୫୦ ଚକ୍କର ମାରିଥିଲେ। ଏଥିରେ ତାଙ୍କର ଝାଳ ବୋହିବାରୁ ଆରାମ ଲାଗିଥିଲା। ପେନ୍‌ଙ୍କ ଏହି ଏହି ପୋଷ୍ଟରେ ଜଣେ ୟୁଜର ଲେଖିଛନ୍ତି। ଘର ଭିତରେ ୫୦ କିଲୋମିଟର ଦୌଡ଼ିବା ମୋତେ ଉତ୍ସାହିତ କରିଦେଲା। ଆଉ ଜଣେ ୟୁଜର ଲେଖିଛନ୍ତି, ତୁମ ଆପାର୍ଟମେଣ୍ଟ ତଳେ କ’ଣ ଲୋକ ରହୁଛନ୍ତି? ତାଙ୍କ ପ୍ରତି ତୁମର ଧ୍ୟାନ ନ ଥିଲା। ଏହିପରି ପେନ୍‌ଙ୍କୁ ଭିନ୍ନ ଭିନ୍ନ କମେଣ୍ଟ ସବୁ ମିଳିଛି। ଅଧିକାଂଶ ୟୁଜର ତାଙ୍କୁ ପ୍ରଶଂସା କରିଥିବା ବେଳେ ଆଉ କିଛି ଟ୍ରୋଲ୍‌ କରିଛନ୍ତି।
ସୂଚନାଯୋଗ୍ୟ, କରୋନା ଭାଇରସ୍‌ ପାଇଁ ବ୍ରିଟେନରେ ଟ୍ରାଭେଲ୍‌ ଆଡଭାଇଜରି ଜାରି ହୋଇଛି। ଏଠାରେ ରହୁଥିବା ୯ଟି ଦେଶର ଲୋକଙ୍କ ପାଇଁ ଏହା ଜାରି କରାଯାଇଛି। ଚାଇନା, ଥାଇଲାଣ୍ଡ୍‌, ଜାପାନ, କୋରିଆ, ତାଇବନ୍‌, ସିଙ୍ଗାପୁର, ମାଲେସିଆରେ ରହୁଥିବା ଲୋକଙ୍କୁ କରୋନା ଭାଇରସ୍‌ ତୁରନ୍ତ ଦେଖାଦେଲେ ଫେରିଆସିବାକୁ କୁହାଯାଇଛି। ଏହା ପ୍ରାୟ ୨୮ ଦେଶକୁ କବଳିତ କରିସାରିଲାଣି। ଏଥିରେ ୫୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି। ୩୦ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ସବୁଠୁ ଅଧିକ ରୋଗୀ ଚାଇନାରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri