କରୋନା ଭୂତାଣୁ ଓ ନାନୋକଣିକା

”କରୋନା ଭୂତାଣୁର ଆକାରକୁ ନାନୋମିଟର ସ୍କେଲରେ ମାପ କରାଯାଏ। ଆଜିକାଲି ନାନୋମିଟର ଓ ନାନୋଟେକ୍ନୋଲୋଜି ବିଷୟରେ ବେଶ୍‌ ଚର୍ଚ୍ଚା ହେଉଛି। ଆଗାମୀ ଦିନରେ ବୈଜ୍ଞାନିକ ଉଦ୍ଭାବନକୁ ଆହୁରି ଅବିଶ୍ୱସନୀୟ ଓ ଚମକପ୍ରଦ କରିବା ଦିଗରେ ନାନୋକ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ‘ନାନୋ’ ଶବ୍ଦର ଅର୍ଥ ୧୦୦୦୦୦୦୦ ଭାଗରୁ ଏକ ଭାଗ। ତେଣୁ ‘ନାନୋମିଟର’ ଶବ୍ଦର ଅର୍ଥ ୧ ମିଟର ଲମ୍ବର ୧୦୦ କୋଟି ଭାଗରୁ ଏକ ଭାଗ। ଏକ ନାନୋମିଟର ହେଉଛି ଆମ ମୁଣ୍ଡ ବାଳ ମୋଟେଇର ୮୦,୦୦୦ ଭାଗରୁ ମାତ୍ର ଏକ ଭାଗ ।“

ଆଜିକାଲି କରୋନା ଭୂତାଣୁ ବିଷୟରେ ବେଶ୍‌ ଚର୍ଚ୍ଚା ହେଉଛି। କାହିଁକି ନା, ଏଇ ଭୂତାଣୁ ସାରା ବିଶ୍ୱକୁ ଭୟଭୀତ କରି ରଖିଛି। ସାରା ପୃଥିବୀରେ ଲୋକମାନଙ୍କର ଜୀବନଶୈଳୀକୁ ପ୍ରଭାବିତ କରିଛି। ଏଇ ଭୂତାଣୁ ଏକ ବିଂଶ ଶତାବ୍ଦୀର ମହାଜ୍ଞାନୀ ବୈଜ୍ଞାନିକମାନଙ୍କର ମଧ୍ୟ ନିଦ ହଜେଇ ଦେଇଛି। କିନ୍ତୁ ଆଶ୍ଚର୍ଯ୍ୟର କଥା, ଯେଉଁ କରୋନା ଭୂତାଣୁ କଥା କୁହାଯାଉଛି, ତାହା ଧୂମକେତୁ କିମ୍ବା କୌଣସି ଉଲ୍‌କା ପଥର ପରି ବିଶାଳ ନୁହେଁ। ବରଂ ତାହାର ଆକାର ଅତି ଛୋଟ। ସେଗୁଡିକ ପ୍ରାୟତଃ ଗୋଲ, ଯାହାର ହାରାହାରି ମୋଟେଇ ମାତ୍ର ୧୨୫ ନାନୋମିଟର। ପୁଣି ବସ୍ତୁତ୍ୱ ହାରାହାରି ୦.୯ ଅଟୋଗ୍ରାମ୍‌।  ଏକ ଅଟୋଗ୍ରାମ୍‌ ହେଉଛି ୧ ଗ୍ରାମ୍‌ ବସ୍ତୁତ୍ୱର ୧,୦୦୦, ୦୦୦,୦୦୦,୦୦୦,୦୦୦,୦୦୦ ଭାଗରୁ ୧ ଭାଗ।
ନାନୋମିଟର କହିଲେ, ମିଟର ଓ ସେଣ୍ଟିମିଟର କଥା ମନେପଡେ। ଜଣେ ଲୋକର କହୁଣିଠାରୁ ମଝିଆଙ୍ଗୁଠିର ଅଗ୍ରଭାଗ ପର୍ଯ୍ୟନ୍ତ ଲମ୍ବକୁ ଆମେ କହୁ ‘ଏକ ହାତ’ ଲମ୍ବ। ଜଣେ ବୟସ୍କ ଲୋକର ପ୍ରାୟ ଦୁଇ ହାତ ଲମ୍ବର ଗୋଟିଏ ବାଡି ନେଲେ ତାହା ପାଖାପାଖି ଏକ ମିଟର ହେବ। ଆମେ ରାସ୍ତାରେ ଗଲାବେଳେ ଲେଖାଥାଏ ‘କିଲୋମିଟର’ । ‘କିଲୋ’ ଶବ୍ଦର ଅର୍ଥ ୧୦୦୦। ଏହାର ଅର୍ଥ, ଏକ କିଲୋମିଟର ହେଉଛି ୧୦୦୦ ମିଟର ସହିତ ସମାନ। ତେଣୁ ସିଧା ରାସ୍ତା ଉପରେ ୧୦୦୦ ଗୋଟି ଏକ ମିଟର ବାଡିକୁ ପଛକୁ ପଛ ଲଗେଇ ରଖିଲେ, ସମସ୍ତ ବାଡିକୁ ରଖିବା ସକାଶେ ଏକ କିଲୋମିଟର ରାସ୍ତା ଦରକାର ହେବ। ତେଣୁ ଏକ ମିଟର ଲମ୍ବର ୧୦୦ ଭାଗରୁ ୧ ଭାଗ ହେଉଛି ୧ ସେଣ୍ଟିମିଟର।
କରୋନା ଭୂତାଣୁର ଆକାରକୁ ନାନୋମିଟର ସ୍କେଲରେ ମାପ କରାଯାଏ। ଆଜିକାଲି ନାନୋମିଟର ଓ ନାନୋଟେକ୍ନୋଲୋଜି ବିଷୟରେ ବେଶ୍‌ ଚର୍ଚ୍ଚା ହେଉଛି। ଆଗାମୀ ଦିନରେ ବୈଜ୍ଞାନିକ ଉଦ୍ଭାବନକୁ ଆହୁରି ଅବିଶ୍ୱସନୀୟ ଓ ଚମକପ୍ରଦ କରିବା ଦିଗରେ ନାନୋ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ‘ନାନୋ’ ଶବ୍ଦର ଅର୍ଥ ୧୦୦୦୦୦୦୦ ଭାଗରୁ ଏକ ଭାଗ। ତେଣୁ ‘ନାନୋମିଟର’ ଶବ୍ଦର ଅର୍ଥ ୧ ମିଟର ଲମ୍ବର ୧୦୦ କୋଟି ଭାଗରୁ ଏକ ଭାଗ।
ଏକ
ନାନୋମିଟର ହେଉଛି
ଆମ ମୁଣ୍ଡ ବାଳ
ମୋଟେଇର ୮୦,୦୦୦
ଭାଗରୁ ମାତ୍ର ଏକ ଭାଗ।
ପଦାର୍ଥର କଣିକାଗୁଡିକର ଆକାର ୧ ନାନୋମିଟରରୁ ୧୦୦ ନାନୋମିଟର ଭିତରେ ରହିଲେ, ସେଗୁଡିକୁ ଆମେ ନାନୋକଣିକା ବୋଲି କହିପାରିବା। କରୋନା ଭୂତାଣୁଗୁଡିକ ନାନୋକଣିକା ସହିତ ତୁଳନୀୟ ା ଯେହେତୁ କରୋନା ଭୂତାଣୁର ମୋଟେଇ ୧୨୫ ନାନୋମିଟର, ତେଣୁ ତାହା ଆମ ମୁଣ୍ଡ ବାଳ ମୋଟେଇର ୬୦୦ ଭାଗରୁ ମାତ୍ର ଏକ ଭାଗ ହେବ।
ଏତେ କ୍ଷୁଦ୍ର ଭୂତାଣୁକୁ ଖାଲି ଆଖିରେ ଦେଖିବା ନିଶ୍ଚିତ ଭାବରେ ଅସମ୍ଭବ।
ଏହି କ୍ଷୁଦ୍ର ଭୂତାଣୁକୁ ଇଲେକ୍‌ଟ୍ରନ୍‌ ମାଇକ୍ରୋସ୍କୋପ୍‌ ସାହାଯ୍ୟରେ ଦେଖିହେବ। ଏହାର ଶରୀର ଉପରେ ଛୋଟ ଛୋଟ କୀଳା (ଶଙ୍କୁ) ରହିଥାଏ।
ସାଧାରଣ ଥଣ୍ଡା, ତଣ୍ଟିବଥା, ଛିଙ୍କ ଓ କାଶ କରୁଥିବା ଭୂତାଣୁଗୁଡିକ ଭିତରେ ରାଇନୋଭୂତାଣୁର ଅଧିକ ଭୂମିକା ରହିଛି।
ଏଗୁଡିକ କରୋନା ଭୂତାଣୁ ତୁଳନାରେ ଛୋଟ। ରାଇନୋଭୂତାଣୁର ହାରାହାରି ମୋଟେଇ ୩୦ ନାନୋମିଟର।ତେଣୁ କରୋନା ଭୂତାଣୁର ମୋଟେଇ ସାଧାରଣ ଥଣ୍ଡାକାଶ କରୁଥିବା ଭୂତାଣୁଠାରୁ ୪ ଗୁଣ ଅଧିକ। କରୋନା ଭୂତାଣୁକୁ ମାରିବା ପାଇଁ ଏଯାଏ ଔଷଧ ବାହାରି ନାହିଁ। ଏବେ ବି ସକ୍ରିୟ ଗବେଷଣା ଚାଲିଛି। କେତେକ ଦେଶରେ ମ୍ୟାଲେରିଆ ପାଇଁ ବ୍ୟବହୃତ ‘ହାଇଡ୍ରୋକ୍ସିକ୍ଲୋରକୁଇନ୍‌’ ଓ ଇବୋଲା ପାଇଁ ବ୍ୟବହୃତ ‘ରେମଡେସିଭିର’ ବ୍ୟବହାର କରାଯାଉଛି। ଭାରତରେ ଅଶ୍ୱଗନ୍ଧା ଓ ପିପ୍ପଳୀ ଆଦିରୁ ପ୍ରସ୍ତୁତ ଆୟୁର୍ବେଦିକ ଔଷଧ ଉପରେ ପରୀକ୍ଷଣ ଚାଲିଛି।

ସୁପ୍ରଭାତ ସେନାପତି
-ଏମ୍‌.ଫିଲ୍‌. (ପଦାର୍ଥ ବିଜ୍ଞାନ), ମାର୍ଫତ୍‌: ପ୍ରଭାକର ସେନାପତି, ସନ୍ଥିଆ, ଭଦ୍ରକ


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri