Posted inଫୁରସତ

କରୋନା ଭାଇରସ୍‌ ଉପରେ ରିସର୍ଚ୍ଚ କରିବାକୁ ୪୨.୨ କିମି ଚାଲିଲେ ୧୦୩ ବର୍ଷୀୟ ଡାକ୍ତର

ସାରା ବିଶ୍ୱରେ କରୋନା ଭାଇରସ୍‌ କାୟା ବିସ୍ତାର କରିଛି। ଏବେ ଏହି ଭୂତାଣୁ ଯୋଗୁ ୪ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଗଲାଣି। କରୋନାର ମୂଳପୋଚ୍ଛ ପାଇଁ ବିଭିନ୍ନ ଦେଶ ଟୀକା ପ୍ରସ୍ତୁତ ପାଇଁ ଲାଗିପଡିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ଟୀକା ପ୍ରସ୍ତୁତ ହୋଇପାରି ନାହିଁ। ବେଲଜିୟମର ଜଣେ ୧୦୩ ବର୍ଷୀୟ ଡାକ୍ତର କରୋନା ଭାଇରସ ଉପରେ ରିସର୍ଚ୍ଚ ଲାଗି ଅର୍ଥ ସଂଗ୍ରହ କରିବା ପାଇଁ ୪୨.୨ କିମି ଚାଲିବା ଆରମ୍ଭ କରିଛନ୍ତି। ଅବସରପ୍ରାପ୍ତ ଡାକ୍ତର ଆଲଫୋନ୍ସ ଲିମପୋଲ୍ସ ଜୁନ ୪ରେ ବ୍ରୁସେଲ୍ସର ଉତ୍ତର-ପୂର୍ବର ରୋଟେସେଲାର ମ୍ୟୁନିସିପାଲିଟିରୁ ଯାତ୍ରା ଆରମ୍ଭ କରିଥିଲେ। ଏହାକୁ ଜୁନ ୩୦ରେ ଶେଷ କରିବାକୁ ଯୋଜନା କରିଛନ୍ତି ସେ। ପ୍ରତିଦିନ ସେ ୧୪୫ ମିଟର ଚାଲୁଛନ୍ତି। ଆଲଫୋନ୍ସ କହିଛନ୍ତି ଯେ, ଦ୍ୱିତୀୟ ବିଶ୍ୱଯୁଦ୍ଧର ଭେଟେରାନ ୧୦୦ ବର୍ଷୀୟ ଟମ ମୋର୍‌ ବ୍ରିଟେନରେ ଥିବା ନିଜ ବଗିଚାରେ ବୁଲି ଦେଶର ସ୍ବାସ୍ଥ୍ୟ ସେବା ପାଇଁ ୪୦ ମିଲିୟନ ଡଲାରରୁ ଅଧିକ ଅର୍ଥ ସଂଗ୍ରହ କରିଥଲେ। ସେତେବେଳେ ଏହି ଧାରଣା ତାଙ୍କ ନିକଟକୁ ଆସିଥିଲା। ଏପର୍ଯ୍ୟନ୍ତ ସେ ୬, ୦୦୦ ୟୁରୋ ସଂଗ୍ରହ କରିଛନ୍ତି। ନିକଟସ୍ଥ ଲିଉଭେନ ବିଶ୍ୱବିଦ୍ୟାଳୟ ସହ ସଂଲଗ୍ନ ହସ୍ପିଟାଲ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ଆଶା ରଖିଛନ୍ତି ଆଲଫୋନ୍ସ। ଏହି ହସ୍ପିଟାଲର ଗବେଷକମାନେ କୋଭିଡ୍‌-୧୯ର ଟୀକା ପ୍ରସ୍ତୁତ ପାଇଁ ରିସର୍ଚ୍ଚ ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri