କରୋନା ପ୍ରଭାବ: ଜୀବନ ପାଇଁ ବଦଳିଛି ଜୀବିକା

କେନ୍ଦ୍ରାପଡା ଅଫିସ୍‌, ୨୯।୪-ଦେଶରେ ତାଲାବନ୍ଦକୁ ଇତିମଧ୍ୟରେ ମାସେ ବିତିଛି। ହେଲେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ତାଲାବନ୍ଦ ଅବଧି ମେ ୩ରେ ଶେଷ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ସାରାଦେଶରେ ତାଲାବନ୍ଦ ଯୋଗୁ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଥିବା ବେଳେ ଅନେକ ବ୍ୟବସାୟ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିଛି। ହେଲେ ଏହି ସମୟରେ ଅନେକ ଲୋକ ଘରେ ବସିବା ଅପେକ୍ଷା ଜୀବିକା ବଦଳାଇ ପରିବାର ପ୍ରତିପୋଷଣ ପାଇଁ ନୂଆ ଜୀବିକାକୁ ଆପଣେଇ ନେଇଛନ୍ତି। କେନ୍ଦ୍ରାପଡ଼ା ଜିଲାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ବସ୍‌ ଚାଳକ ଶ୍ରୀଧର ବେହେରା ସହରର ଇଚ୍ଛାପୁରସ୍ଥିତ ରଥଦାଣ୍ଡରେ ପରିବା ବିକ୍ରି କରୁଛନ୍ତି। ସେହିପରି ଖଡିଅଙ୍ଗ ଛକଠାରେ ସେଲୁନ କରିଥିବା କୁଞ୍ଜବିହାରୀ ବାରିକ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କାମ କରୁଥିବା ଜଣାପଡ଼ିଛି। ସହରର ପୁରୁଣା ବସଷ୍ଟାଣ୍ଡସ୍ଥିତ ଚା’ ଦୋକାନୀ ଭୀମସେନ ବେହେରା ଫଳ ବ୍ୟବସାୟ ଆରମ୍ଭ କରିଛନ୍ତି। ଏ ସମ୍ପର୍କରେ ସହରର କମାରଖଣ୍ଡି ଗ୍ରାମର ଶ୍ରୀଧର ବେହେରା କୁହନ୍ତି ଯେ, ସେ ବସ୍‌ ଚାଳନା କରି ଦିନକୁ ୫୦୦ ଟଙ୍କା ରୋଜଗାର କରୁଥିଲେ। ଏଥିରେ ୪ ଜଣିଆ ପରିବାର ଚଳି ଯାଉଥିଲା। ତେବେ ତାଲାବନ୍ଦ ଫଳରେ ବସ ଚଳାଚଳ ବନ୍ଦ ରହିଛି। ପ୍ରଥମ ପର୍ଯ୍ୟାୟ ତାଲାବନ୍ଦ ସମୟରେ କୌଣସି ରୋଜଗାର ପାଇଁ ଚିନ୍ତା ନ କରି ସଞ୍ଚିତ ଅର୍ଥରେ ପରିବାର ଚଳି ଯାଉଥିଲା। କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ଜୀବନ ପାଇଁ ଜୀବିକା ବଦଳାଇ ପରିବା ବ୍ୟବସାୟ ଆରମ୍ଭ କରିଛନ୍ତି ବୋଲି କହିଛନ୍ତି। ଦିନକୁ ମାତ୍ର ୫ ଘଣ୍ଟା ଦୋକାନ ଖୋଲୁଥିବାରୁ ଆୟ ଅଧିକ ହେଉନି। ତେବେ ଗୁଜୁରାଣ ମେଣ୍ଟିଯାଉଛି। ସେଲୁନ ମାଲିକ କୁଞ୍ଜବିହାରୀ କହିଛନ୍ତି, କରୋନା ସଂକ୍ରମଣ ଜୀବନ ଓ ଜୀବିକାକୁ ପ୍ରଭାବିତ କରିଛି। ଲକ୍‌ଡାଉନ୍‌ ଯୋଗୁ ସେଲୁନ୍‌ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା ଯୋଗୁ ଘର ଚଳାଇବା କଷ୍ଟକର ହୋଇପଡ଼ିଲା। ତେଣୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପ୍ରତିଦିନ କାମକୁ ଯାଉଛନ୍ତି ବୋଲି କୁଞ୍ଜବିହାରୀ କହିଛନ୍ତି। ସେହିପରି ପୁରୁଣା ବସଷ୍ଟାଣ୍ଡର ଚା’ ଦୋକାନୀ ଭୀମସେନ କହିଛନ୍ତି, ଖରାଦିନେ ସେ ଲସି ବ୍ୟବସାୟ କରିଥାନ୍ତି। ଏଥିରେ ଭଲ ଦି’ପଇସା ରୋଜଗାର ହୁଏ। ତେବେ ତାଲାବନ୍ଦ ଯୋଗୁ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରହିଥିବାରୁ ଫଳ ବ୍ୟବସାୟ ଆରମ୍ଭ କରିଛି। ଲକ୍‌ଡାଉନ୍‌ ଅବଧି ସରିଲେ ପୁଣି ଦୋକାନ ଖୋଲିବେ ବୋଲି ଭୀମସେନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri