କରୋନା କଟକଣା: ୪୦ ହଜାର ଛାତ୍ରୀଛାତ୍ର ଶିକ୍ଷାଦାନରୁ ବଞ୍ଚତ୍ତ ହେବେ

ମାଲକାନଗିରି,୧୪ା୫ (ଡି.ଏନ୍‌.ଏ.)-ରାଜ୍ୟରେ କରୋନା ମହାମାରୀରେ ଯେପରି ଛାତ୍ରୀଛାତ୍ରମାନେ ସଂକ୍ରମିତ ନ ହୁଅନ୍ତି ଏହାକୁ ଦଅଟେିରେ ରଖି ସରକାର ଗତ ମାର୍ଚ୍ଚ ମାସରେ ପ୍ରଥମରୁ ନବମ ଶ୍ରେଣୀ ବୃତ୍ତି ପରୀକ୍ଷା ବାତିଲ କରି ବିଦ୍ୟାଳୟଗୁଡିକ ଛୁଟି ଘୋଷଣା କରିଥିଲେ। ମାଲକାନଗରି ଜିଲାରେ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ବିଭିନ୍ନ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ନିଜ ଘରକୁ ପଠାଯାଇଥିଲା। ରାଜ୍ୟରେ ୪ର୍ଥ ଥର ପାଇଁ ଲକଡାଉନ ବୃଦ୍ଧି ହୋଇପାରେ। ବିଦ୍ୟାଳୟଗୁଡିକ ବନ୍ଦ ଥିବାରୁ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ପାଇଁ ଥିବା ଖଟ, ଗଦି, ସଙ୍ଗରୋଧ କେନ୍ଦ୍ରଗୁଡିକୁ ସ୍ଥାନାନ୍ତରିତ ହୋଇଛି। ସରକାର ଛାତ୍ରୀଛାତ୍ରଙ୍କ ଲାଗି ଅନଲାଇନ ଶିକ୍ଷାଦାନ ବ୍ୟବସ୍ଥା କରିଛନ୍ତି। ମାଲକାନଗିରି ପରି ଆଦିବାସୀ ଅଧ୍ୟୁଷିତ ଜିଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ଏହା ସମ୍ଭବ ନୁହେଁ। ଛାତ୍ରୀଛାତ୍ରମାନେ ସ୍ମାର୍ଟ ଫୋନ୍‌ରେ ନେଟ୍‌ ବ୍ୟବହାର ବିଷୟରେ ଜାଣନ୍ତିନାହିଁ। ମଙ୍ଗଳ ବିଭାଗ ଅଧୀନରେ ଶିକ୍ଷା ଲାଭ କରୁଥିବା ୪୦ ହଜାରରୁ ଊଦ୍ଧ୍ୱର୍ର୍ ଛାତ୍ରୀଛାତ୍ର ଚଳିତବର୍ଷ ଅନଲାଇନ ଶିକ୍ଷାଗ୍ରହଣ କରିବା ସମ୍ଭବ ନୁହେଁ। ଏହି ଛାତ୍ରୀଛାତ୍ରଙ୍କ ଶିକ୍ଷା ଗ୍ରହଣ ଲାଗି ଅନ୍ୟ ବ୍ୟବସ୍ଥା କରା ନ ଗଲେ ଚଳିତ ଶିକ୍ଷା ବର୍ଷରେ ଉକ୍ତ ଛାତ୍ରୀଛାତ୍ରମାନେ ଶିକ୍ଷାଗ୍ରହଣରୁ ବଞ୍ଚତ୍ତ ହେବେ। ସରକାର ଏନେଇ ବିକଳ୍ପ ବ୍ୟବସ୍ଥା କରିବାକୁ ଶିକ୍ଷାବିତ, ବୁଦ୍ଧିଜୀବିମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ଟପ୍‌ କ୍ୟାଡର ମାଓବାଦୀ, ସରକାରଙ୍କ ତରଫରୁ ମିଳିଲା…

ମାଲକାନଗିରି,୪ା୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଟପ୍‌ କ୍ୟାଡର ମାଓବାଦୀ ସୁଖରାମ ମରକମ୍‌ ଓରଫ ସୁରେଶ ଓରଫ ୟୋଗେସ୍‌ ବୁଧବାର ମାଲକାନଗିରି ପୋଲିସ ନିକଟରେ ଅସ୍ତ୍ରଶସ୍ତ୍ର…

ଲାଞ୍ଚ ନେଇ ଧରାପଡ଼ିଲେ JE, ବିଦ୍ୟୁତ୍‌ ସଂଯୋଗ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ…

ମାଲକାନଗିରି,୩।୨(ଦୁର୍ଯ୍ୟୋଧନ ପାତ୍ର): ଲାଞ୍ଚ ନେଇ ଧରାପଡ଼ିଲେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ। ୨୦ ହଜାର ଲାଞ୍ଚ ନେଉଥିବାବେଳେ JE ପ୍ରଦେଶ ନାୟକଙ୍କୁ ଭିଜିଲାନ୍ସ ଧରିଛି। ସଦର ମହକୁମା…

ଏକାବେଳକେ ଆଖିବୁଜିଦେଲେ ଦୁଇ ସାଙ୍ଗ : ଘରକୁ ଫେରିବା ବେଳେ…

ପଡିଆ,୨୧।୧(ଭାସ୍କର ରାଓ): ମାଲକାନଗିରି ଜିଲା ପଡିଆ ସଦର ବ୍ଲକ କମାରଗୁଡା ନିକଟରେ ଦୁର୍ଘଟଣା ଘଟିଛି। ଦୁଇ ସାଙ୍ଗ ଏକ ବାଇକ୍‌ରେ ଯିବା ବେଳେ ଦୁର୍ଘଟଣାରେ ଉଭୟଙ୍କ ମୃତ୍ୟୁ…

ହେଟାବାଘର କାଟିନେଲେ ଲାଞ୍ଜ, ଗୋଡ, ନଖ

କାଲିମେଳା,୧୯।୧(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ରେଞ୍ଜ ଅଧୀନ କାଲିମେଳା-ମୋଟୁ ୩୨୬ ନମ୍ୱର ଜାତୀୟ ରାଜପଥର ଏମ୍‌ଭି ୭୨ ନିକଟ ଶାନ୍ତିନଗର ନିକଟରୁ ସୋମବାର ଗୋଟିଏ…

୩୨୬ ଜାତୀୟ ରାଜପଥରେ ହେଟା ବାଘକୁ ଧକ୍କା ଦେଲା ଅଜଣା ଗାଡି

କାଲିମେଳା,୧୯।୧(ଜୀବନ କୃଷ୍ଣ ଦାସ): ଦିନକୁ ଦିନ ଜଙ୍ଗଲ କ୍ଷୟ ହେବା ଫଳରେ ବନ୍ୟଜନ୍ତୁ ସହରମୁଖୀ ହେବାରେ ଦେଖିବାକୁ ମିଳିଛି। ଏଭଳି ସ୍ଥଳେ ଏକ ମାଲକାନଗିରି ଜିଲା କାଲିମେଳା…

ପୋଲିସ-ମାଓବାଦୀ ମୁହାଁମୁହିଁ: ଟଳିପଡିଲେ ମାଓବାଦୀ ନେତା ପାପା ରାଓ

ମାଲକାନଗିରି,୧୭ା୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ଜଣ ମାଓବାଦୀ ନିହତ ହୋଇଛନ୍ତି। ବିଜାପୁର…

ବେଆଇନ ପଥର ଖାଦାନରେ ଅଘଟଣ: ୨ ଶ୍ରମିକଙ୍କ ମୃତ, ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା

ମାଲକାନଗିରିରେ,୧୬।୨: ମାଲକାନଗିରି ଜିଲାରେ ବେଆଇନ ପଥର ଖାଦାନରୁ ପଥର ଖସି ଦୁଇ ଶ୍ରମିକଙ୍କ ପ୍ରାଣହାନି ଘଟିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ…

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ, ଭିଡିଓ କନ୍‌ଫରେନ୍ସିଂରେ ମୁଖ୍ୟମନ୍ତ୍ରୀ…

କାଲିମେଳା,୭ା୧(ଜୀବନକୃଷ୍ଣ ଦାସ): ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ପାପୁଲୁରୁ, କାଲିମେଳା ବ୍ଲକ, ମାଲକାନଗିରିରେ ହୋଇଯାଇଛି। ଯେଉଁଥିରେ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri