Posted inଜାତୀୟ

କରୋନା ମୁକାବିଲା ଲାଗି ପ୍ରସ୍ତୁତ କି ଭାରତୀୟ ସ୍ବାସ୍ଥ୍ୟ ସେବା: ୧୦,୭୦୦ ଲୋକଙ୍କ ପାଇଁ ଜଣେ ଡାକ୍ତର

ନୂଆଦିଲ୍ଲୀ,୪।୩: ଭାରତରେ କରୋନା ସଂକ୍ରମଣ ନେଇ ସତର୍କତା ଜାରି ହୋଇଛି। ଏପରିସ୍ଥଳେ ଭାରତୀୟ ସ୍ବାସ୍ଥ୍ୟ ସେବା ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଜାତୀୟ ସ୍ବାସ୍ଥ୍ୟ ପ୍ରୋଫାଇଲ୍‌ ୨୦୧୯ ରିପୋର୍ଟ ଅନୁସାରେ ଭାରତରେ ପ୍ରାୟ ୨୫,୭୭୮ ସରକାରୀ ହସ୍ପିଟାଲ ରହିଛି। ଏଠାରେ ୭ ଲକ୍ଷ ୧୩ ହଜାର ଶଯ୍ୟା ଅଛି।  ୧୦,୭୦୦ ରୋଗୀଙ୍କ ପାଇଁ ଦେଶରେ ହାରାହାରି ଜଣେ ଡାକ୍ତର, ୬ଟି ଶଯ୍ୟା ଏବଂ ୧୬ ଜଣ ନର୍ସ ଉପଲବ୍ଧ ହୋଇଥାନ୍ତି। ସେହିପରି ହାରାହାରି ୪୭ ହଜାର ଲୋକଙ୍କ ଚିକିତ୍ସା ଲାଗି ଗୋଟିଏ ହସ୍ପିଟାଲ ରହିଛି। ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ମଧ୍ୟପ୍ରଦେଶ, ଦିଲ୍ଲୀ, ଗୁଜରାଟ, ଛତିଶଗଡ଼ରେ ଦେଶର ୨୧ ପ୍ରତିଶତ ଜନସଂଖ୍ୟା ବାସ କରନ୍ତି। ତେବେ ଏସବୁ ଅଞ୍ଚଳରେ ୧ଲକ୍ଷ ଲୋକଙ୍କ ପିଛା ପ୍ରାୟ ଗୋଟିଏ ବି ହସ୍ପିଟାଲ ପଡୁନିି। ଦିଲ୍ଲୀର ୧ ଲକ୍ଷ ୫୦ ହଜାର ଲୋକଙ୍କ ପିଛା ଗୋଟିଏ ହସ୍ପିଟାଲ ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ସେହିପରି ମହାରାଷ୍ଟ୍ରରେ ଲକ୍ଷେ ୬୦ ହଜାର, ମଧ୍ୟପ୍ରଦେଶରେ ଲକ୍ଷେ ୫୬ ହଜାର, ଗୁଜରାଟରେ ଲକ୍ଷେ ୩୭ ହଜାର, ଛତିଶଗଡ଼ରେ ଲକ୍ଷେ ୧୯ ହଜାର ଲୋକଙ୍କ ପିଛା ଗୋଟିଏ ଲେଖାଏଁ ହସ୍ପିଟାଲ ରହିଛି। ତେବେ ଅରୁଣାଚଳ ପ୍ରଦେଶ ଏବଂ ହିମାଚଳପ୍ରଦେଶରେ ଏହି ସଂଖ୍ୟା ଯଥାକ୍ରମେ ୬,୩୦୦ ଏବଂ ୮,୫୭୦ ରହିଛି। ଦେଶରେ ପ୍ରାୟ ୧,୧୬,୭୫୭ ଜଣ ଏଲୋପ୍ୟାଥିକ ଡାକ୍ତର ଅଛନ୍ତି। ସ୍ବାସ୍ଥ୍ୟ ସେବାରେ ଡାକ୍ତରଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଆନୁମାନିକ ୨୦ ଲକ୍ଷ ୫୦ ହଜାର ନର୍ସ ରହିଛନ୍ତି। ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ପାଇଁ ସଚେତନତା ଏବଂ କିଛି ବିଦେଶୀ ରାଷ୍ଟ୍ର ଉପରେ ଯାତାୟାତ ନେଇ କଡ଼ା କଟକଣା ଜାରି ମଧ୍ୟ କରିଛନ୍ତି। ସୂଚନାଯୋଗ୍ୟ, ୨୦୧୫ରେ ହୋଇଥିବା ସ୍ବାଇନ୍‌ ଫ୍ଲୁରେ ୪୨,୫୯୨ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨,୯୯୦ ଜଣଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri