Posted inଫୁରସତ

କମ୍‌ ବଜେଟ୍‌ରେ ବି କରିପାରିବେ ସୁନ୍ଦର ବଗିଚା

ଆଜିକାଲି ସମୟରେ ସମସ୍ତଙ୍କ କ୍ଷେତ୍ରରେ ବଡ଼ ଫ୍ଲାଟ୍‌ କିମ୍ବା ବଗିଚା କରିବା ସମ୍ଭବ ନୁହେଁ। ତେଣୁ କମ୍‌ ବଜେଟ୍‌ ଆଉ ଅଳ୍ପ ସ୍ଥାନରେ ବି ଏକ ସୁନ୍ଦର ବଗିଚା କରିହେବ। ପରିବେଶ୍‌ବିତ୍‌ଙ୍କ ମତରେ ଡ୍ରଇଂ କିମ୍ବା ଡାଇନିଂ ରୁମ୍‌ରେ ମଧ୍ୟ ଆପଣ ଛୋଟ ବଗିଚାଟିଏ ତିଆରି କରିପାରିବେ। ଘର ଭିତରେ ଉଇଣ୍ଡୋ ଗାର୍ଡେନ୍‌, ଭର୍ଟିକାଲ୍‌ ଗାର୍ଡେନ ଏବଂ ଟେରେନିୟମ ଗାର୍ଡେନ ବି କରିପାରିବେ। ଯାହା ସୁସ୍ଥ ଏବଂ ସ୍ବଚ୍ଛ ବାତାବରଣ ସୃଷ୍ଟି କରିପାରିବ। ଘରେ ସବୁଜ ବଗିଚା ତିଆରି କଲେ ଖାଲି ସୁନ୍ଦର ଦେଖାଯାଏ ତା’ ନୁହେଁ, ଏହାର ସକାରାତ୍ମକ ପ୍ରଭାବ ମଧ୍ୟ ପକାଇଥାଏ। ଜାଣନ୍ତୁ ଏ ସମ୍ପର୍କରେ…


ଉଇଣ୍ଡୋ ଗାର୍ଡେନ:
ଉଇଣ୍ଡୋ ବା ଝରକାର ବାହାର ପଟେ ଗାର୍ଡେନ ପ୍ରସ୍ତୁତ କରିପାରିବେ। ଏହାର ବାହାରପଟ ଖିଡିକିରେ ମେଟାଲ କିମ୍ବା ସିମେଣ୍ଟ ବକ୍ସ ତିଆରି କରି ମାଟି, ଗୋବର, ଖତ ଆଦି ଦେଇ ବିଭିନ୍ନ ଗଛ ଲଗାଇପାରିବେ।

ଭର୍ଟିକାଲ ଗାର୍ଡେନ:
ଘରର ପାଚେରିରେ ଯେକୌଣସି ସୁନ୍ଦର ଗଛଲତା ମଡ଼ାଇ ପାରିବେ। ଯାହା ଖୁବ୍‌ ସୁନ୍ଦର ଦିଶିବ। ଏହା ସହିତ ପାଚେରି ଉପରେ ସିମେଣ୍ଟର କୁଣ୍ଡ ରଖି ବିଭିନ୍ନ ଫୁଲ ଯଥା କାକ୍‌ସ କମ୍ବୋ, କସ୍‌ମସ୍‌ ପିଟୁନିୟା, ବର୍ବିନା, ଝରବେରା ଆଦି ପ୍ଲାଣ୍ଟ ଲଗାଇ ପାରିବେ।

ଟେରେନିୟମ ଗାର୍ଡେନ:
ଡ୍ରଇଂ କିମ୍ବା ଡାଇନିଂ ରୁମ୍‌ରେ ଟେରେନିୟମ ଗାର୍ଡେନ ପ୍ରସ୍ତୁତ କରିପାରିବେ। କାଚପାତ୍ରରେ ବିଭିନ୍ନ ରଙ୍ଗର ଫୁଲ ଗଛ ଲଗାଇ ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହିତ ଏକ ସୁସ୍ଥ ବାତାବରଣରେ ରହିପାରିବେ। ଯାହା ମନକୁ ଅପୂର୍ବ ଶାନ୍ତି ପ୍ରଦାନ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri