କମୁଛେ ପାରମ୍ପରିକ ଥଁଡା ପାନୀୟର ଚାହିଦା

ଭବାନୀପାଟଣା, ୩ା୬ (ଡି.ଏନ୍‌.ଏ):  କଳାହାଣ୍ଡି ଜିଲାର ଭବାନୀପାଟଣା ସହର ସମେତ ଆସର ପାସର ଅଂଚଲରେ ଖରା ଝାଉର ପରକୋପ ଜାରି ରହିଛେ। ଏନ୍‌ତାଥି ଦୁକାନ ବଜାରରେ ପାରମ୍ପାରିକ ଦେଶୀ ଥଁଡା ପାନୀୟର ଠାନ୍‌ ଭିନେ ଭିନେ କମ୍ପାନୀର ପାନୀୟ ନେଇଛେ। ଆଏଜକାଲି ଯୁବଗୋଷ୍ଠୀନୁ ଆରମ୍‌ କରି ସବୁ ବରଗର ଲୁକ୍‌କର ଭିତରେ ବୋଟଲ ଥଁଡା ପାନୀୟର ଚାହିଦା ବଢ଼ତେଲ ଯାଉଛେ। ଇତାକେ ଦେଖି କେତେ ନକଲି କମ୍ପାନୀ ବଜାରକେ ସେମାନକର ଥଁଡା ପାନୀୟ ଛାଡ଼ି ଭଲ ଦୁଇ ପଏସା ରୁଜଗାର କରୁଛନ୍‌। ବଡ଼ଭାରି ହିସାବେ ଗାଁଗଁଲିରେ ଇ ନକଲି ଥଁଡ଼ା ପାନୀୟର କାରବାର ହେଉଛେ। ନାଁକରା କମ୍ପାନୀର ଥଁଡା ପାନୀୟ ତୁଲନାରେ ନକଲି ପାନୀୟରେ ଅଧ୍‌କା ଲାଭ ମିଲୁଛେ। ଯେନ୍‌ଥିରଲାଗି ବେଉସାୟୀମାନେ ଲୁକ୍‌କୁ ବୁଝାସୁଝା କରି ଇ ନକଲି ଥଁଡା ପାନୀୟ ବିକୁଛନ୍‌। ଇଆଡ଼େ ନକଲି ପାନୀୟର ବିକ୍‌ରି ଉପରେ ରୋକ୍‌ ଲାଗି ସୁଆସ୍‌ତିଅ ବିଭାଗ ତରଫୁ କେହେନ୍‌ସି ପରକାର ପଦକ୍ଷେପ ନାଇଁ ନିଆଯିବାର। ଯେନ୍‌ଥିରଲାଗି ଗାଁଗଁଲିନୁ ସହରତକ୍‌ ନକଲି ଥଁଡା ପାନୀୟର ବିକ୍‌ରିବଟା ବଢ଼ତେଲ ଯାଉଛେ। କଳାହାଣ୍ଡି ଜିଲାର ବଡ଼ଭାଗି ଗାଁମାନକେ ନୀରିହ ଆଦିବାସୀମାନେ ବାସ କରୁଥିଲାବେଲେ ତାକର ସରଲତାର ସୁଯୋଗ ନେଇ ବେଉସାୟୀମାନେ ମାଲେମାଲ ହେଉଛନ୍‌। ଆଘ ଘରକେ କିଏ କୁନୁଆଁ ଆଏଲେ ଦହି ସରବତ୍‌, ଲେଁଭଉ ସରବତ, ବେଲପନା, ଗୁରପନା, କୁସେର ପନା ଲେଖେଁ ଅନେକ ପାରମ୍ପରିକ ସରବତ୍‌, ପନା ଦିଆଯାଉଥିଲା। ହେଲେ ଆଏଜ୍‌କାଲି ସସ୍‌ତା ଆର ସୁବିଧା ଦୁରୁଷ୍‌ଟିରୁ ଭିନେ ଭିନେ କମ୍ପାନୀର ଥଁଡା ପାନୀୟ କୁନୁଆଁମାନକୁ ଦେବାର ଗୁଟେ ରିକ୍‌ମା ହେଲାନ। ହେଲେ ଗଁାଗଁଲିରେ ଦୁକାନୀମାନେ ବ୍ରାଣ୍ଡେଡ୍‌ କମ୍ପାନୀର ପାନୀୟ ଜାଗାରେ ନକଲି କମ୍ପାନୀର ସସ୍‌ତା ପାନୀୟ ବିକି ଭଲ ଦୁଇପଏସା କମଉଛନ୍‌। ଯେନ୍‌ଥିରଲାଗି ପାରମ୍ପରିକ ସରବତ୍‌, ପନାର ଚାହିଦା କମ୍‌ବାର ସଂଗେ ବିକ୍‌ରିବଟା ବି ହେବାର ନାଇଁ ଦିଶବାର। ହେଲେ ସସ୍‌ତାରେ ମିଲୁଥିବାର ଇ ପାନୀୟ ଦିହିକେ କେତ୍‌କର ହିତ୍‌କର ଯେ କେହି ତାର ଗୁନ୍‌ ଧରମ୍‌ ପରୀକ୍ଷା ଦିଗେ ଧିଆନ୍‌ ନାଇଁ ଦେବାର। ଏନ୍‌ତା ପ୍ୟାକେଟ ଖାଏଦ୍‌ ସାମାନ ଉପରେ ଏଫ୍‌ଏସ୍‌ଏସ୍‌ଆଇ ପରମାନପତର ନମ୍ବର ଲଗାବାର ନିହାତି ଜରୁରି ଥିଲାବେଲେ ନକଲି ପାନୀୟରେ ଇ ସବୁ ଦେଖ୍‌ବାକେ ନାଇଁ ମିଲବାର। ଲୋକ୍‌ ଇ ସବୁ ପିଇ ନାନା ପରକାର ପେଟ ବେମାରୀର ଶିକାର ହେଉଛନ୍‌। ଭବାନୀପାଟଣା ଷ୍ଟେଚ୍ୟୁ ଛକ୍‌ରେ ଥିବାର ଜୁସ୍‌ ଦୁକାନର ମାଲିକ ମାନସ କୁମାର ସାହୁ ଆଘର ଲେଖେଁ ଆମ୍‌ରସ୍‌, ଲେଁଭଉପାନି, ବେଲପନା, ଲସି, ଦହିପାନିର ବେପାର ନାଇଁ ହେବାର ବଲି କହିଛନ୍‌। ଇଆଡ଼େ ଇ ନକଲି ପାନୀୟ ବାବ୍‌ଦେ ଫୁଡଇନ୍ସପେକ୍ଟର ଏ.କେ.ଚାନ୍ଦକୁଁ ପଚରାଲାରୁ ଇ ଦିଗେ ଧିଆନ୍‌ ଦେଇ ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri