କମୁଛି ସାମୁଦ୍ରିକ ମାଛ ଉତ୍ପାଦନ

ବାସୁଦେବପୁର,୨୮।୨(ଡି.ଏନ.ଏ.)-ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ। ଏହି ବ୍ଲକର ୩୬ ପଞ୍ଚାୟତ ମଧ୍ୟରୁ ୧୫ରୁ ଊର୍ଦ୍ଧ୍ୱ ପଞ୍ଚାୟତ ଓ ପୌରପାଳିକାର ୨ଟି ୱାର୍ଡ ବଙ୍ଗୋପସାଗର ଉପକୂଳରେ ରହିଛି। ବାସୁଦେବପୁର ଅଞ୍ଚଳର ୧୫ ହଜାରରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ପରିବାର ମାଛ ଉପତ୍ାଦନ, ବିକ୍ରି ଓ ରପ୍ତାନୀ ଆଦି କାର୍ଯ୍ୟରେ ନିୟୋଜିତ ରହି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ଚଳିତବର୍ଷର ଜଳବାୟୁ ପରିବର୍ତ୍ତନ ହେତୁ ଆବଶ୍ୟକ ପରିମାଣରେ ମାଛ ଉତ୍ପାଦନ ହୋଇପାରି ନାହିଁ। ତେବେ ଭିତ୍ତିଭୂମି ବିକାଶ ହୋଇପାରୁ ନ ଥିବାରୁ ମାଛ ଉତ୍ପାଦନ କମୁଥିବା କୁହାଯାଉଛି।
ବ୍ଲକର ଚୁଡ଼ାମଣି, କଷିଆ ଓ ପଢୁଁଆଠାରେ ସରକାରୀ ଭାବେ ୩ଟି ଜେଟି ନିର୍ମାଣ କରାଯାଇ ମାଛ ଉପତ୍ାଦନ ଓ ରପ୍ତାନୀ ପାଇଁ ବ୍ୟବସ୍ଥା କରାଯାଇଛି। ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୨୦୧୯-୨୦ ଆର୍ଥିକ ବର୍ଷରେ ସାମୁଦ୍ରିକ ମାଛ ଉପତ୍ାଦନ କ୍ଷେତ୍ରରେ ୬୨୫୦ ମେଟ୍ରିକ ଟନ୍‌ ଧାର୍ଯ୍ୟ ଥିଲା। ଏହିବର୍ଷ ମୋଟ ୫୮୯୨.୪୬ ମେଟ୍ରିକ ଟନ୍‌ ମାଛ ଉପତ୍ାଦନ ହୋଇପାରିଛି। ଯାହାକି ଲକ୍ଷ୍ୟଠାରୁ ପଛରେ ପଡ଼ିଯାଇଛି। ଚୁଡ଼ାମଣି ଜେଟିରୁ ୧୯୧୯.୭୧ ଟନ୍‌, କଷିଆ ଜେଟିରୁ ୨୧୮୮.୩୨ ମେଟ୍ରିକ ଟନ୍‌, ପଢ଼ୁଁଆ ଜେଟିରୁ ୭.୦୫ ମେଟ୍ରିକ ଟନ୍‌ ମାଛ ଉପତ୍ାଦନ ହୋଇଛି। ଏହି ୩ଟି ଜେଟିରୁ ୨୦୧୯-୨୦ ଆର୍ଥିକ ବର୍ଷରେ ୫୫୯୦ ମେଟ୍ରିକ ଟନ୍‌ ମାଛ, ୩୦୫ ମେଟ୍ରିକ ଟନ୍‌ ଚିଙ୍ଗୁଡ଼ି ଓ ୧.୫ ଟନ୍‌ କଙ୍କଡ଼ା ଉତ୍ପାଦନ ହୋଇଛି। ସେହିପରି ୨୦୧୮-୧୯ ଆର୍ଥିକ ବର୍ଷରେ ୫.୫୦୦ ମେଟ୍ରିକ ଟନ୍‌ ମାଛ ଧରିବାକୁ ଲକ୍ଷ୍ୟ ଧାର୍ଯ୍ୟ ଥିଲାବେଳେ ୫୪୯୦ ମେଟ୍ରିକ ଟନ୍‌ ଧରାଯାଇପାରିଥିଲା। ୩ଟି ଜେଟିରୁ ଉପତ୍ାଦିତ ମାଛ ସ୍ଥାନୀୟ ଅଞ୍ଚଳ ଓ ବାହାର ବଜାରର ମାଛ ଚାହିଦାକୁ ମେଣ୍ଟାଇ ପାରୁନାହିଁ। ଚୁଡ଼ାମଣି, କଷିଆ ଜେଟିର ଦୁର୍ବଳ ଭିତ୍ତିଭୂମି ଯୋଗୁ ମାଛ ଉପତ୍ାଦନ ହ୍ରାସ ହେଉଛି। ଚୁଡ଼ାମଣି ଜେଟି ଗୃହ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ନଷ୍ଟ ହୋଇଯାଇଥିବା ବେଳେ ଏହା ମରାମତି କରାଯାଉ ନାହିଁ। ଅର୍ଦ୍ଧଭଗ୍ନ ଅବସ୍ଥାରେ ଜେଟି ଗୃହଗୁଡ଼ିକ ଏବେ ଭୂତକୋଟି ପାଲଟିଛି। ଗୃହ କାନ୍ଥରେ ବଡ଼ ବଡ଼ ଫାଟ ସହିତ ଛାତରୁ ପ୍ଲାଷ୍ଟର ଖସୁଛି। ଚୁଡ଼ାମଣି ଜେଟି ଅଧୀନରେ ୬୪ ଟ୍ରଲର, ୨୪ ଗିଲେଟିନ୍‌, ୯୬ ମୋଟରଚାଳିତ ବୋଟ ଥିଲାବେଳେ କଷିଆ ଜେଟିରେ ୯ଟି ଗିଲେଟିନ୍‌, ୭୫ ଯନ୍ତ୍ରଚାଳିତ ବୋଟ ଏବଂ ପଢୁଁଆରେ ୬ଟି ମୋଟରଚାଳିତ ବୋଟ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ରେଜିଷ୍ଟ୍ରେଶନ ସହ ଲାଇସେନ୍ସପ୍ରାପ୍ତ ବୋଲି ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ଅମର କୁମାର ସାହୁ କହିଛନ୍ତି। କଷିଆ ଜେଟିରେ ମୁହାଣ ପୋତି ହୋଇପଡ଼ିଥିବା ସହିତ ଜେଟି ଗୃହ ନିର୍ମାଣ ହୋଇପାରିନାହିଁ। ଦୁର୍ବଳ ଭିତ୍ତିଭୂମି ଯୋଗୁ ଶତାଧିକ ମତ୍ସ୍ୟଜୀବୀ ପରିବାର ନିଜର ବେଉସା ହରାଇବାକୁ ବସିଛନ୍ତି ବୋଲି ଟ୍ରଲର ମାଲିକ ସଂଘ ପକ୍ଷରୁ ସମ୍ପାଦକ ଶଶୀକାନ୍ତ ନାୟକ ଓ ସଭାପତି ନୀଳକଣ୍ଠ ମଲିକ ପ୍ରକାଶ କରିଛନ୍ତି। ଦୁଇ ଜେଟିର ଭିତ୍ତିଭୂମି ବିକାଶ ପାଇଁ ମତ୍ସ୍ୟଜୀବୀଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡରେ ୨ଟି ଫୁଲମାଳା ବିନିମୟରେ ବାଛିଲେ ଜୀବନସାଥୀ… ନା ଦେଖିଥିଲେ ଜାତି, ନା ଦେଇଥିଲେ ଯୌତୁକ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ନ ଥିଲା ଜାତି ଭେଦଭାବ। ବାହାରି ନ ଥିଲା ବରାତି ଶୋଭାଯାତ୍ରା। କେବଳ ୨ଟି ଫୁଲମାଳା…

ଦୋକାନରେ ଚାଲିଥିଲା ଗଞ୍ଜେଇ ବିକ୍ରି, ପୋଲିସ ଅତର୍କିତ ଚଢ଼ାଉ କରି…

ତିହିଡ଼ି,୧୨ା୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ଏକ ବେଆଇନ ଗଞ୍ଜେଇ ଦୋକାନ ଉପରେ ତିହିଡ଼ି ପୋଲିସ ଅତର୍କିତ ଚଢ଼ାଉ କରି ଜଣେ ଗଞ୍ଜେଇ ବିକ୍ରେତା…

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

୫୩ନଂ ରାଜ୍ୟ ରାଜପଥରେ ଗୋଟିଏ ପରେ ଗୋଟିଏ ହାଇଓ୍ବାକୁ ମାଡ଼ି ବସିଲା ପୋଲିସ 

ବନ୍ତ,୧୨।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ପୋଲିସ ପକ୍ଷରୁ ବେଆଇନ ବାଲି ଚାଲାଣ କରୁଥିବା ୯ଟି ହାଇଓ୍ବା ଜବତ ହୋଇଛି। ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥରେ…

ଯୁବକଙ୍କୁ ଧକ୍କାଦେଇ ଫେରାର ମାରିଲେ ହାଇଓ୍ବା ଚାଳକ, ଘଟଣାସ୍ଥଳରେ ପଡ଼ିରହିଛି ମୃତଦେହ

ବାଲେଶ୍ୱର,୧୨ା୪(ବାଞ୍ଛାନିଧି ଦେ): ଏଆର୍‌ଏସ୍‌ଏସ୍‌ କମ୍ପାନୀର ହାଇଓ୍ବା ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲା ବସ୍ତା ଥାନା ଅମର୍ଦ୍ଦାରୋଡ୍‌ ରେଳ ଷ୍ଟେଶନ ପରିସରରେ ମୋରମ ବୋଝେଇ ହାଇଓ୍ବା…

କେନ୍ଦ୍ରାପଡ଼ା ଜିଲାର ଏହି ବ୍ଲକରେ ବିଜେଡିରୁ ସମସ୍ତେ ଦେଇଦେଲେ ଇସ୍ତଫା

ପାଟକୁରା,୧୨ା୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡା ଜିଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ବିଜେଡି ସମର୍ଥିତ ତଥା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଅନୁଗତମାନେ ବିଜେଡିରୁ ସମୂହ ଇସ୍ତଫା…

ଜିଲାପାଳଙ୍କ ତଦାରଖ ପରେ ଫେରିଘାଟ ବନ୍ଦ ନିର୍ଦ୍ଦେଶ, ଡଙ୍ଗା ଇଞ୍ଜିନ ଚାବି ଜବତ କରି…

ମହାକାଳପଡ଼ା,୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବାହାକୁଦ-ମୂଷଡିଆ ମହାନଦୀ ଫେରିଘାଟରେ ଲାଇଫ ଜ୍ୟାକେଟ, ସିସିଟିଭି ଆଦି ବ୍ୟବାହର ହେଉ ନ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri