କମୁଛି କୀଟପତଙ୍ଗ ସଂଖ୍ୟା

ଓ୍ବାଶିଂଟନ: ପୃଥିବୀରେ ଧୀରେ ଧୀରେ କୀଟପତଙ୍ଗ ସଂଖ୍ୟା କମିବାରେ ଲାଗିଛି। ପ୍ରତି ୧୦ ବର୍ଷରେ ୨୫ ପ୍ରତିଶତ କୀଟପତଙ୍ଗ କମିବାରେ ଲାଗିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଶିଳ୍ପାୟନ, କୃଷିକାର୍ଯ୍ୟରେ ବ୍ୟବହୃତ ହେଉଥିବା କୀଟନାଶକ ଯୋଗୁ ଏଭଳି ହେଉଛି। ମଣିଷର ବିଭିନ୍ନ କାର୍ଯ୍ୟ ଯୋଗୁ ପ୍ରାୟ ୧ ନିୟୁତ ପ୍ରଜାତିର କୀଟପତଙ୍ଗ ଲୋପ ପାଇବାର ଆଶଙ୍କା ଦେଖାଦେଇଛି। ପ୍ରାକୃତିକ ପରିବେଶ ଉପରେ ମଣିଷ ଦ୍ୱାରା ହେଉଥିବା ବିଭିନ୍ନ କାର୍ଯ୍ୟ ଯୋଗୁ ମଧ୍ୟ କୀଟପତଙ୍ଗ ମରୁଥିବା କୁହାଯାଉଛି। ଫଳରେ ଆଗାମୀ ଦିନରେ ବହୁ ଅଜଣା ରୋଗ ମାନବ ସମାଜରେ ଦେଖାର ଆଶଙ୍କା ସୃଷ୍ଟି ହୋଇଛି।
ପରିବେଶ ଶୃଙ୍ଖଳରେ ଗୋଟିଏ ପ୍ରଜାତି ଅନ୍ୟ ପ୍ରଜାତିି ଉପରେ ନିର୍ଭରଶୀଳ। କୀଟପତଙ୍ଗଙ୍କ ସଂଖ୍ୟା କମିବା ଯୋଗୁ ସେମାନଙ୍କ ଉପରେ ନିର୍ଭର କରୁଥିବା ବହୁ ଉପକାରୀ ପ୍ରଜାତି ଲୋପ ହେବାର ଆଶଙ୍କା ରହିଛି। ମାଟିରେ ବାସ କରୁଥିବା କୀଟପତଙ୍ଗଙ୍କ ପରେ ବାୟୁମଣ୍ଡଳରେ ଉଡ଼ି ବୁଲୁଥିବା କୀଟପତଙ୍ଗ ଲୋପ ପାଇବାର ଦ୍ୱିତୀୟସ୍ତରରେ ରହିଛନ୍ତି। ପଶ୍ଚିମ ଆମେରିକା, ୟୁରୋପ ଏବଂ ଜର୍ମାନୀରେ ଏଭଳି କୀଟପତଙ୍ଗଙ୍କ ସଂଖ୍ୟା ଅଧିକ ରହିଛି। ୨୦୦୫ଠାରୁ ଜର୍ମାନୀରେ ବାୟୁମଣ୍ଡଳରେ ଉଡ଼ିବୁଲୁଥିବା କୀଟପତଙ୍ଗଙ୍କ ଲୋପ ପାଇବା ହାର ଅଧିକ। ପୃଥିବୀର ୧୬୬ ଅଞ୍ଚଳର ୧,୬୭୬ ସ୍ଥାନରେ ସର୍ଭେ କରାଯାଇ ଏହି ରିପୋର୍ଟ ପ୍ରକାଶ ପାଇଛି। ତେବେ ଜଳରେ ବାସ କରୁଥିବା କେତେକ କୀଟ ପ୍ରଜାତିଙ୍କ ସଂଖ୍ୟା ଇତିମଧ୍ୟରେ ବୃଦ୍ଧି ପାଇବାରେ ଲାଗିଛି। ପ୍ରଜାପତିଙ୍କ ଉପରେ ଦୀର୍ଘ ୩୦ ବର୍ଷ ଧରି ଆମେରିକାରେ ଅଧ୍ୟୟନ କରୁଥିବା ଆନ୍‌ ସ୍ବେନ୍‌ଞ୍ଜେଲ କହିଛନ୍ତି ଯେ, ମଣିଷର ବିଭିନ୍ନ କାର୍ଯ୍ୟ ଯୋଗୁ ବହୁ ଅଞ୍ଚଳରେ ପ୍ରଜାପତିଙ୍କ ବହୁ ପ୍ରଜାତି ଲୋପ ପାଇଥିଲେ ମଧ୍ୟ ଅନ୍ୟ କିଛି ସ୍ଥାନରେ ସେମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳେ କୀଟପତଙ୍ଗ ପ୍ରଜାତିକୁ ସଂରକ୍ଷଣ କରାଯିବା ଭଳି ପଦକ୍ଷେପ ପ୍ରାକୃତିକ ପରିବେଶ ଅକ୍ଷୁଣ୍ଣ ରଖିପାରିବ ବୋଲି ପରିବେଶବିତ୍‌ ଡ. ଭେନ୍‌ କ୍ଲିଙ୍କ୍‌ ସୂଚନା ଦେଇଛନ୍ତି। କୀଟପତଙ୍ଗ ଅଧିକ ସଂଖ୍ୟକ ଛୁଆ ସୃଷ୍ଟି କରୁଥିବାରୁ ଆବଶ୍ୟକ ସଂରକ୍ଷଣ ପଦ୍ଧତି ଦ୍ୱାରା ସେମାନଙ୍କ ସଂଖ୍ୟା ଖୁବ୍‌ଶୀଘ୍ର ପୂର୍ବପରି ହୋଇପାରିବ ବୋଲି ଅନୁମାନ କରାଯାଉଥିବା କ୍ଲିଙ୍କ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଯୁଦ୍ଧବିରତି ପରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଏମାନେ ପ୍ରଥମେ ପାଇବେ…

ନୂଆଦିଲ୍ଲୀ,୮।୪: ଆମେରିକା-ଇରାନ ଯୁଦ୍ଧବିରତି ପରେ ତୁରନ୍ତ କେନ୍ଦ୍ର ସରକାର LPG ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶବ୍ୟାପୀ LPG ଅଭାବକୁ ଦୃଷ୍ଟିରେ ରଖି, ସରକାର ଗ୍ୟାସ…

ଏପଟେ ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା, ସେପଟେ ଭାରତକୁ ଖୁସିଖବର ଦେଲେ…

ନୂଆଦିଲ୍ଲୀ,୮।୪: ଆମେରିକାରେ ଏକ ସ୍ବତନ୍ତ୍ର ବୈଠକ ସମୟରେ ରାଷ୍ଟ୍ରଦୂତ ସର୍ଗିଓ ଗର୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ରାତ୍ରୀଭୋଜନ କରିଥିଲେ। ସେ ଏହି ବୈଠକକୁ ବହୁତ…

ଇରାନ-ଆମେରିକା ଯୁଦ୍ଧବିରତିରେ ପାକିସ୍ତାନ ନୁହେଁ, ଏହି ଦେଶ ଅସଲ ଖେଳାଳି! ଟ୍ରମ୍ପ କଲେ ବଡ଼ ଖୁଲାସା

ଓ୍ବାଶିଂଟନ୍‌,୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ଘୋଷଣା କରିଛନ୍ତି। ଏଥିପାଇଁ ସେ ପାକିସ୍ତାନକୁ ଶ୍ରେୟ ଦେଇଛନ୍ତି । ହେଲେ ଏହି ସମୟରେ ଏକ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଯୁଦ୍ଧବିରତି ପରେ ଭାରତୀୟଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ନିର୍ଦ୍ଦେଶ, ହେଲ୍‌ପଲାଇନ ନମ୍ବର ଜାରି କରି…

ତେହରାନ,୮ା୪: ଇରାନରେ ବଢ଼ୁଥିବା ସଂଘର୍ଷ ମଧ୍ୟରେ ତେହରାନର ଭାରତୀୟ ଦୂତାବାସ ବୁଧବାର ଏକ ନୂଆ ସୁରକ୍ଷା ପରାମର୍ଶ ଜାରି କରିଛି। ଏଥିରେ ଇରାନରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri