Posted inଫୁରସତ

କବର ବଦଳରେ ମୁଖାଗ୍ନି

ହରିୟାଣା: ବହୁବିଧ ପରମ୍ପରା, ଧର୍ମୀୟ ବିଶ୍ୱାସକୁ ନେଇ ସମୃଦ୍ଧ ଭାରତବର୍ଷ। ବିବିଧତା ଭିତରେ ଏକତା ୧୩୦ କୋଟି ଲୋକଙ୍କୁ ବାନ୍ଧି ରଖିଛି। ଐଶ୍ୱର୍ଯ୍ୟ, ବିଭବରେ ପରିପୂର୍ଣ୍ଣ ଏହି ଦେଶ ଦୀର୍ଘବର୍ଷ ଧରି ବିଦେଶୀଙ୍କ କୁଚକ୍ରାନ୍ତର ଶିକାର ହୋଇ ରହିଥିଲା। ପର୍ତ୍ତୁଗୀଜ, ଆଫ୍‌ଗାନ, ମୋଗଲଠାରୁ ଆରମ୍ଭ କରି ବ୍ରିଟିଶମାନେ ବିଭିନ୍ନ ସମୟରେ ଦେଶକୁ ଲୁଟିଛନ୍ତି। ନିଜ ନିଜର ସାମ୍ରାଜ୍ୟବାଦୀ ନୀତିରେ ବଦଳାଇବାକୁ ଚେଷ୍ଟା କରିଛନ୍ତି ଭାରତୀୟଙ୍କ ମନୋଭାବ। ସେମାନେ ଏଥିରେ କେତେକାଂଶରେ ସଫଳ ମଧ୍ୟ ହୋଇଛନ୍ତି। ହେଲେ ବିଦେଶୀ ଶାସନର ପତନ ସହ ଭାରତୀୟ ସମାଜ ପୁଣିଥରେ ଅଣ୍ଟା ସଳଖିଛି। ବିଦେଶୀ ଚାଲିଚଳଣିକୁ ପଛ କରି ଅନେକେ ଡେରିରେ ହେଲେ ମଧ୍ୟ ନିଜର ମୂଳ ସଂସ୍କୃତିକୁ ଫେରିଛନ୍ତି। ଏପରି ଅନେକ ଘଟଣା ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି, ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ହରିୟାଣା ରାଜ୍ୟର ହିସାର ଜିଲାରେ। ଏଠାକାର ଏକ ପୁରାତନ ସମ୍ପ୍ରଦାୟ ଦୀର୍ଘ ୩୦୦ବର୍ଷ ଧରି ପ୍ରଚଳିତ ମୃତଦେହ ସଂସ୍କାର ପଦ୍ଧତିରେ ପରିବର୍ତ୍ତନ ଆଣିଛି। କବର ପରିବର୍ତ୍ତେ ହିନ୍ଦୁ ସଂସ୍କୃତି ଅନୁଯାୟୀ ମୁଖାଗ୍ନି ଦେଇ ସେମାନେ କରିଛନ୍ତି ନିଜର ପରିଜନଙ୍କ ଶେଷକୃତ୍ୟ।
ହିସାରଠାରୁ ପାଖାପାଖି ୫୦ କିମି ଦୂରରେ ଅବସ୍ଥିତ ଓକଲାନାର ବିଠମଣ୍ଡା ଗ୍ରାମରେ ଏକ ପୁରାତନ ସମ୍ପ୍ରଦାୟର ଲୋକେ ଦୀର୍ଘବର୍ଷ ଧରି ବାସ କରି ଆସୁଛନ୍ତି। ନିକଟରେ ଉକ୍ତ ସମ୍ପ୍ରଦାୟର ଜଣେ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ତାଙ୍କର ଅନ୍ତିମ ସଂସ୍କାର ହିନ୍ଦୁ ପରମ୍ପରା ଅନୁଯାୟୀ କରାଯାଇଥିଲା। ମୃତ ମହିଳାଙ୍କ ପୁଅ ସତ୍‌ବୀରଙ୍କ କହିବା କଥା, ପୂର୍ବରୁ ସମ୍ପ୍ରଦାୟରେ ମୃତଦେହକୁ ଦାହ କରାଯିବାର ବିଧି ପ୍ରଚଳିତ ଥିଲା। ଏକଚ୍ଛତ୍ରବାଦୀ ମୋଗଲ ସମ୍ରାଟ ଔରଙ୍ଗଜେବ୍‌ଙ୍କ ଶାସନ କାଳରେ ମୃତଦେହକୁ କବର ଦେବା ଲାଗି ଚାପ ପଡ଼ିଥିଲା। ଅତ୍ୟାଚାରୀ ଶାସକଙ୍କ ଭୟରେ ସେତେବେଳେ ଏହାକୁ ତାଙ୍କ ପୂର୍ବଜମାନେ ମାନିନେବାକୁ ବାଧ୍ୟ ହୋଇଥିଲେ। କାଳକ୍ରମେ ଏହା ପରମ୍ପରାରେ ବଦଳିଗଲା। ହେଲେ ହିନ୍ଦୁଧର୍ମ ଉପରେ ସେମାନଙ୍କ ବିଶ୍ୱାସ ଅତୁଟ ରହିଥିଲା। ତେଣୁ ମା’ଙ୍କ ଅନ୍ତିମ ସଂସ୍କାର ପଦ୍ଧତିରେ ପରିବର୍ତ୍ତନକୁ ସମସ୍ତେ ସ୍ବାଗତ କରିଥିଲେ। ଆଗାମୀ ଦିନରେ ଗ୍ରାମର ଅନ୍ୟ ୩୦ ପରିବାର ମଧ୍ୟ ଅନୁରୂପ ଭାବେ ମୃତଦେହ ସଂସ୍କାର କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। କାହାର ଚାପର ବଶବର୍ତ୍ତୀ ନ ହୋଇ ସେମାନେ ଏପରି ବିଚାର କରିଥିବା ସତ୍‌ବୀର କହିଛନ୍ତି। ଅନ୍ୟପଟେ ବିଠମଣ୍ଡା ଗ୍ରାମବାସୀଙ୍କ ଏପରି ନିଷ୍ପତ୍ତିକୁ ନିକଟବର୍ତ୍ତୀ ହିନ୍ଦୁ ଗ୍ରାମୀଣ ଇଲାକାର ଲୋକେ ସ୍ବାଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri