କପ୍ତିପଦା-ଶରତ ପ୍ରଧାନମନ୍ତ୍ରୀ ସଡ଼କ ନିମ୍ନମାନର: ତଦନ୍ତ ଦାବି, ପ୍ରତିବାଦ ଶୋଭାଯାତ୍ରା

କପ୍ତିପଦା,୪ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକରେ ପ୍ରଧାନମନ୍ତ୍ରୀ ସଡକ ଯୋଜନା ବାଟବଣା ହୋଇଛି ା ଗତ କିଛି ଦିନ ତଳେ ମହିଁଷାସୁରୀ ଛକରୁ ପଦ୍ମପୋଖରୀ ପର୍ଯ୍ୟନ୍ତ ଦୀର୍ଘ ୧୯ କି.ମି. ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗର ୧ ମାସ ନ ପୂରୁଣୁ ଏବେ କପ୍ତିପଦାଠାରୁ ଶରତ ପର୍ଯ୍ୟନ୍ତ ୧୩ କି.ମି. ୮୦୦ମିଟର ରାସ୍ତା ନିର୍ମାଣରେ ମଧ୍ୟ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଅଞ୍ଚଳବାସୀ ବୁଧବାର ଏକ ଶୋଭାଯାତ୍ରାରେ ଶରତ ବଜାର ପରିକ୍ରମା କରିଥିଲେ। ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସେମାନେ ମୁଖ୍ୟମନ୍ତ୍ରୀ, ଜିଲାପାଳ, ଭିଜିଲାନ୍ସ ବିଭାଗକୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଏହି ରାସ୍ତା ନିର୍ମାଣ ପାଇଁ ୪ କୋଟି ୭୦ଲକ୍ଷ ବ୍ୟୟ ଅଟକଳ ରହିଛି ା ଏଥିରେ କେନ୍ଦ୍ର ସରକାରଙ୍କର ୬୦ ଓ ରାଜ୍ୟ ସରକାରଙ୍କର ୪୦ ପ୍ରତିଶତ ଅନୁଦାନ ବିନିଯୋଗ ହୋଇଛି। ଏହି କାମ ୧୦ ସେପ୍ଟେମ୍ବର ୨୦୧୬ରେ ଆରମ୍ଭ ହୋଇ ୯ ସେପ୍ଟେମ୍ବର ୨୦୧୭ରେ ଶେଷ ହେବା ପାଇଁ ସୂଚନା ଫଳକରୁ ଜଣାପଡିଛି ା ରାସ୍ତା ଶେଷ ହେବାର ଅବଧି ୨ ବର୍ଷ ପରେ ମଧ୍ୟ କାମ ଅଦ୍ୟାବଧି ସରି ନ ଥିବା ବିଭାଗ ସୂତ୍ରରୁ ଜଣାଯାଇଛି ା ଅଧିକାଂଶ ସ୍ଥାନରେ କାମ ହେବାର ମାସେ ନ ପୂରୁଣୁ ପିଚୁ ଉଠିଯାଇ ରାସ୍ତା ଦବି ଯାଇଛି। ଶରତ କଲେଜ ଛକରୁ ନୁଟୋ ଛକ ଓ ଶାଣଦେଇରୁ ଲାବଣ୍ୟଦେଇପୁର ପର୍ଯ୍ୟନ୍ତ ପିଚୁ ଉଠି ରାସ୍ତା ପୂର୍ବ ଅପେକ୍ଷା ଅଧିକ ଖରାପ ହୋଇ ମରଣଯନ୍ତା ପାଲଟିଛି ା ପୁରୁଣାପାଣି, ଖାରାଇଟଲା, ହାଟସାହି, କଟୁରିଆ, ଚାପଲସାହି ଓ ମୁକୁରୁସାହି ନିକଟରେ ନିମ୍ନମାନର କାମ ପାଇଁ ରାସ୍ତା ଦବିଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରଶସ୍ତୀକରଣ କାର୍ଯ୍ୟ ପାଇଁ ଆବଶ୍ୟକ ପରିମାଣର ମାଟି ପଡି ନ ଥିବା ବେଳେ କେତେକ ସ୍ଥାନରେ ରାସ୍ତା କଡରୁ ମାଟି ଉଠାଯାଇ ପକାଯାଇଛି ା ଏହି ମାଟି ସହିତ ବାଲି ମିଶା ଯାଉ ନ ଥିବାରୁ ରାସ୍ତାର ସ୍ଥାୟିତ୍ୱ ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ। ଏହା ବ୍ୟତୀତ ଭାଇବ୍ରେଶନ ରୋଲର ବ୍ୟବହାର କରା ନ ଯାଇ ସାଧାରଣ ରୋଲର ବ୍ୟବହାର କରାଯାଉଥିବାରୁ ଏହା ରାସ୍ତା ଦବିବାର ମୁଖ୍ୟ କାରଣ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ା ରାସ୍ତା ନିର୍ମାଣରେ ଆବଶ୍ୟକୀୟ ମେଶିନେରି ଜିନିଷ ମଧ୍ୟ ବ୍ୟବହାର କରାଯାଉ ନାହିଁ ା ଜାଣିଶୁଣି ବିଭାଗ ପକ୍ଷରୁ ଏସ୍‌କ୍ୟୁଏମ୍‌ (ଷ୍ଟେଟ୍‌ କ୍ୱାଲିଟି ମନିଟରିଂ) ଓ ଏନ୍‌କ୍ୟୁଏମ୍‌ (ନ୍ୟାଶନାଲ କ୍ୱାଲିଟି ମନିଟରିଂ) ଟିମ୍‌କୁ ଡାକି ଉକ୍ତ ରାସ୍ତାର ଯାଞ୍ଚ କରାଯାଉ ନାହିଁ ା ମେଟାଲିଂ କାମରେ ରିଙ୍ଗ ମେଟାଲ ପରିବର୍ତ୍ତେ ଅତି ନିମ୍ନମାନର ସ୍ଥାନୀୟ ମେଟାଲ ବ୍ୟବହାର କରାଯାଉଛି ା କେତେକ ସ୍ଥାନରେ ପୁରୁଣା ପିଚରୁ ତଡା ଯାଇଥିବା ପୁରୁଣା ମେଟାଲକୁ ଭଲ ଭାବେ ପରିଷ୍କାର କରା ନ ଯାଇ ରାସ୍ତା କାର୍ଯ୍ୟରେ ଲଗାଯାଉଛି ା ଡବଲ ଲେୟାର ମେଟାଲିଂ ପରିବର୍ତ୍ତେ ସିଙ୍ଗଲ ଲେୟାର ମେଟାଲିଂ କରାଯାଇ ନିମ୍ନମାନର ପିଚୁ ବ୍ୟବହାର କରାଯାଉଛି ା ଏ ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀ ସତ୍ୟବ୍ରତ ନାୟକଙ୍କୁ ପଚାରିବାରୁ ଠିକାଦାର କାମରେ ଅବହେଳା କରିଥିବା ବେଳେ ତାଙ୍କୁ ତାଗିଦ କରାଯାଇଛି ା ପୂଜା ପରେ ମରାମତି ସହିତ ବାକିଥିବା କାମକୁ ତ୍ୱରାନ୍ବିତ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri