କପିଳାସ ନାଟ୍ୟ ମହୋତ୍ସବର ତୃତୀୟ ସନ୍ଧ୍ୟା:ପଥଭ୍ରଷ୍ଟ ପୁତ୍ରଙ୍କୁ ଶିକ୍ଷା ଦେବାକୁ ‘ପୁତ୍ରପୂଜା’

ଢେଙ୍କାନାଳ ଅଫିସ,୨୮ା୧୨ ଢେଙ୍କାନାଳର ନାଟ୍ୟ ଅନୁଷ୍ଠାନ କଳାପରିଷଦ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମସ୍ଥିତ ଗଜଲକ୍ଷ୍ମୀ କଳାମଣ୍ଡପଠାରେ ଆୟୋଜିତ ହେଉଥିବା ଜାତୀୟ ବହୁଭାଷୀ କପିଳାସ ନାଟକ ମହୋତ୍ସବର ଶୁକ୍ରବାର ତୃତୀୟ ସନ୍ଧ୍ୟାରେ ଭୁବନେଶ୍ୱରର ପଞ୍ଚମବେଦ ପକ୍ଷରୁ ଓଡ଼ିଆ ନାଟକ ‘ପୁତ୍ର ପୂଜା’ ମଞ୍ଚସ୍ଥ ହୋଇଥିଲା ା ନାଟ୍ୟକାର ହେମେନ୍ଦ୍ର ମହାପାତ୍ର ଏହାକୁ ରଚନା କରିଥିବା ବେଳେ ହରେନ ସାହୁ ନାଟ୍ୟ ନିର୍ଦ୍ଦେଶନା ଦେଇଥିଲେ। ନାଟକ ‘ପୁତ୍ରପୂଜା’ର କାହାଣୀ ହେଲା, ସମାଜର ସବୁ ମା’ବାପା ନିଜର ଏକମାତ୍ର ସନ୍ତାନକୁ ନେଇ ଅନେକ ସ୍ବପ୍ନ ଦେଖିଥାନ୍ତି। ସେହିଭଳି ଆଦର୍ଶ ଶିକ୍ଷକ ବ୍ୟୋମକେଶ ବାବୁ ମଧ୍ୟ ନିଜର ଏକମାତ୍ର ସନ୍ତାନ କୁମାରଙ୍କୁ ନେଇ ବହୁ ସ୍ବପ୍ନ ଦେଖିଥିଲେ। କଳ୍ପନାର ରଙ୍ଗରେ ଇଚ୍ଛା ଅନୁଯାୟୀ ସୁନ୍ଦର ଭବିଷ୍ୟତର ଚିତ୍ର ଅଙ୍କନ କରିଥିଲେ। କିନ୍ତୁ ସମୟ ସ୍ରୋତରେ ସବୁକିଛି ପାଣି ଫୋଟକା ଭଳି ମିଳାଇ ଯାଇଥିଲା। କୁମାର ବାଟ ହୁଡିଲେ, କଲମ ବଦଳରେ ଭୁଜାଲି ଧରିଲେ ା ମଦ ପିଇ ମା’ ବାପାଙ୍କ ଉପରକୁ ହାତ ଉଠାଇଲେ ା ଏପରିକି ନିଜେ ପ୍ରଶ୍ନପତ୍ର ଚୋରିକରି ସତ୍‌ ପଥରେ ଚାଲୁଥିବା ବାପାଙ୍କୁ ଚୋର ସଜେଇଦେଲେ। ଅତ୍ୟଧିକ ସ୍ନେହ, ଶ୍ରଦ୍ଧାରେ ବଢିଥିବା ପୁତ୍ର ଶେଷକୁ ମା’ବାପାଙ୍କ ପ୍ରତି ବିପଦ ସୃଷ୍ଟିକଲା, ଯାହା ଭାଗ୍ୟର ଏକ ବିଡମ୍ବନା। ପୁଣ୍ୟଭୂମୀ ଭାରତରେ ବହୁ କାଳରୁ ପିତୃପୂଜାର ପରମ୍ପରା ରହିଛି। କିନ୍ତୁ ସାମ୍ପ୍ରତିକ ସମାଜରେ କୁମାରଙ୍କ ଭଳି ପଥଭ୍ରଷ୍ଟ ପୁତ୍ରମାନଙ୍କୁ ଉଚିତ ଶିକ୍ଷା ଦେବାକୁ ଯାଇ ବ୍ୟୋମକେଶ ବାବୁ ଏକ ଅଭିନବ ପୁତ୍ରପୂଜାର ପରମ୍ପରା ସୃଷ୍ଟି କଲେ। ଏହା ତାଙ୍କର ଭୁଲ କି ଠିକ୍‌ ଥିଲା, ତାହା ଭବିଷ୍ୟତ ହିଁ କହିବ। ଏହାହିଁ ଥିଲା ନାଟକର କଥାବସ୍ତୁ। ବିଭିନ୍ନ ଭୂମିକାରେ ନଟବର ଆଚାର୍ଯ୍ୟ, ପ୍ରକାଶ ମହାରଣା, ମାନସ କୁମାର ପରିଡା, ଅଶୋକ ପଟ୍ଟନାୟକ, କାଞ୍ଚନ ଦାସ, ବାପୁ ରଥ ଓ ଅବକାଶ ମିଶ୍ର ଅଭିନୟ କରିଥିଲେ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିନୟ ଦାସ ଓ ମମତା କବି। ସୁରେନ୍ଦ୍ରନାଥ ଗୌଡ ଓ ରାଜକିଶୋର ସାହୁ ଏହାକୁ ପରିଚାଳନା କରିଥିଲେ। ଆଲୋକ ସଜାଇଥିଲେ ରାକେଶ ଶତପଥୀ। ପ୍ରଶାନ୍ତ ସ୍ବାଇଁ ଓ ନୃସିଂହ ଦାସ ମଞ୍ଚ ସାଜସଜ୍ଜା କରିଥିଲେ। ପୋଷାକ ସଜାଇଥିଲେ ବିରଞ୍ଚି ସ୍ବାଇଁ ଓ ଲୋଚନ ବାରିକ। ଅଭିମନ୍ୟୁ ସେଠୀ ଓ ଅବିନାଶ ମିଶ୍ର ସହଯୋଗ କରିଥିଲେ। ପ୍ରାରମ୍ଭରେ ଜିଲାପାଳ ଭୂମେଶଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଓ ଏସ୍‌ପି ଅନୁପମା ଜେମ୍‌ସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କଳାପରିଷଦ ସଭାପତି ଦିଲ୍ଲୀଶ୍ୱର ମହାରଣା ସଭାରେ ଅଧ୍ୟକ୍ଷତା କରିଥିଲେ। ବରିଷ୍ଠ ସଦସ୍ୟ ମନ୍ମଥ ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ। ଅବନୀ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶନିବାର ନୁଆଦିଲ୍ଲୀର ଡ୍ରାମାଟୋଲୋଜି ଥିଏଟର ଗ୍ରୁପ୍‌ ଦ୍ୱାରା ହିନ୍ଦୀ ନାଟକ ‘କାହାନୀ ଏକ୍‌ କଂସ କୀ’ ମଞ୍ଚସ୍ଥ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri