କନ୍ୟାପକ୍ଷଙ୍କୁ ବରଯାତ୍ରୀଙ୍କ ଛୁରାମାଡ଼

ବଲାଙ୍ଗୀର ଅଫିସ/ଲାଠୋର/କଣ୍ଟାବାଞ୍ଜି,୨୬୨(ଡି.ଏନ୍‌.ଏ.)ବଲାଙ୍ଗୀର ଜିଲା ତୁରେକେଲା ଥାନା ମୁରିବାହାଲ ଗଁାରେ ବରାତି ଶୋଭାଯାତ୍ରା ଚାଲିଥିବାବେଳେ କନ୍ୟାପକ୍ଷର କେତେଜଣ ବ୍ୟକ୍ତି ନାଚିବାରୁ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ବରପକ୍ଷ ଲୋକେ କନ୍ୟାପକ୍ଷ ଲୋକଙ୍କୁ ଛୁରାମାଡ଼ କରିଛନ୍ତି ା ଏଥିରେ କନ୍ୟାପକ୍ଷର ଦୁଇଜଣ ଗୁରୁତର ଆହତ ହୋଇଛନ୍ତି ା ଘଟଣା ପରେ ବିବାହ ବନ୍ଦ ହୋଇଯାଇଥିବାବେଳେ ମୁରିବାହାଲରେ ଉତ୍ତେଜନା ଲାଗିରହିଛି। ସୂଚନା ମୁତାବକ, ବଡ଼ବାଙ୍କୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମୁରିବାହାଲ ଗାଁର ବେଲଖମ ତାଣ୍ଡିଙ୍କ ଦ୍ୱିତୀୟ କନ୍ୟା ପ୍ରମିଳାଙ୍କର ବିବାହ ଛତିଶଗଡ଼ ରାୟପୁରର କୁକୁରବେଡ଼ା ନିବାସୀ ମଗଶିର ଛୁରାଙ୍କ ପୁଅ ଜୟାନନ୍ଦଙ୍କ ସହ ସ୍ଥିର ହୋଇଥିଲା। ଶୁକ୍ରବାର ସନ୍ଧ୍ୟାରେ ବରପକ୍ଷ ଲୋକେ ମୁରିବାହାଲ ଗଁାରେ ପହଞ୍ଚତ୍ଥିଲେ। ଗଁାରେ କନ୍ୟାପକ୍ଷରୁ ଅତିଥି ଚର୍ଚ୍ଚା ପରେ ବର ସହ ବରାତି ଶୋଭାଯାତ୍ରାରେ ବରଯାତ୍ରୀ ବାହାରିଥିଲେ। ବ୍ୟାଣ୍ଡପାର୍ଟି ଗଁାରେ ଯିବାବେଳେ ବରପକ୍ଷ ଲୋକେ ନୃତ୍ୟଗୀତରେ ମସ୍‌ଗୁଲ ଥିଲେ। ଏହି ସମୟରେ କନ୍ୟାପକ୍ଷର ୨-୩ ଜଣ ଶୋଭାଯାତ୍ରାରେ ମିଶି ନାଚିଥିଲେ। ଏହି ଘଟଣାକୁ ନେଇ ବରପକ୍ଷ ଓ କନ୍ୟାପକ୍ଷ ମଧ୍ୟରେ କଥା କଟାକଟି ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ବରପକ୍ଷର କେତେଜଣ ଯୁବକ କନ୍ୟାପକ୍ଷର ସମ୍ପର୍କୀୟ ଶଙ୍କର ତାଣ୍ଡି ଓ ଚିନ୍ତା ତାଣ୍ଡିଙ୍କୁ ଛୁରାମାଡ଼ କରିଥିଲେ। ଏଥିରେ ଶଙ୍କର ଓ ଚିନ୍ତା ଗୁରୁତର ଆହତ ହେବା ସହ ଅନ୍ୟ କେତେଜଣ ସାମାନ୍ୟ ଆହତ ହୋଇଥିଲେ। କନ୍ୟାପକ୍ଷ ଲୋକେ ତୁରେକେଲା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଟିମ୍‌ ଗଁାରେ ପହଞ୍ଚତ୍ ବରପକ୍ଷର ଦୁଇ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟଚାଲାଣ କରିଥିବା ଥାନା ଆଇଆଇସି ଧର୍ମେନ୍ଦ୍ର ଶାନ୍ତି ସୂଚନା ଦେଇଛନ୍ତି। ଗୁରୁତର ଆହତ ଶଙ୍କର ଏବଂ ଚିନ୍ତାଙ୍କୁ ସ୍ଥାନୀୟ ହସ୍‌ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ରାୟପୁର ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଗଣ୍ଡଗୋଳ ପରେ ବରଙ୍କୁ ଶିଶୁପାଳ ହୋଇ ଫେରିବାକୁ ପଡ଼ିଛି ା ଏ ନେଇ ତୁରେକେଲା ଥାନାରେ ନଂ.୨୫/୨୩ରେ ଏକ ମାମଲା ରୁଜୁ ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

‘ଏହା କେବଳ ଟ୍ରେଲର ମାତ୍ର… ପିକ୍ଚର ଏବେବି ବାକି ଅଛି’, AAPକୁ ନେଇ ନୂଆ ଭିଡ଼ିଓ ଜାରି କଲେ ରାଘବ ଚଢା

ନୂଆଦିଲ୍ଲୀ,୫।୪: ରାଜ୍ୟ ସଭାରେ ଉପନେତା ପଦରୁ ତାଙ୍କୁ ହଟାଇବା ପରେ, ଆମ ଆଦମୀ ପାର୍ଟି (ଆପ) ନେତା ଏବଂ ରାଘବ ଚଢାଙ୍କ ମଧ୍ୟରେ ବାକ ଯୁଦ୍ଧ ତୀବ୍ର…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri