କନିଷ୍ଠ ଯନ୍ତ୍ରୀଙ୍କୁ ବସ୍‌ଉଠ୍‌ କରାଇବା ମାମଲା: ଝାରପଡ଼ା ଜେଲ୍‌ରେ ରହିଲେ ପାଟଣାଗଡ଼ ବିଧାୟକ

ଭୁବନେଶ୍ୱର,୨।୭ (ବ୍ୟୁରୋ): ନିମ୍ନମାନର ରାସ୍ତା କାମକୁ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ (ଜେଇ)ଙ୍କୁ ରାସ୍ତା ଉପରେ ବସ୍‌ଉଠ୍‌ କରାଇବା ମାମଲାରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ଜାମିନ ଆବେଦନର ଶୁଣାଣି ସୋମବାର ଭୁବନେଶ୍ୱର ସ୍ବତନ୍ତ୍ର କୋର୍ଟରେ ହୋଇଥିଲା। ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିବାରୁ ବିଧାୟକ ମେହେର ଓ ଅଭିଯୋଗକାରୀମାନେ ନିଜ ପକ୍ଷ ରଖିଥିଲେ। ଅତିରିକ୍ତ ଜିଲା ଦୌରାଜଜ୍‌ ଅରୁଣ ମଲ୍ଲିକ ଉଭୟ ପକ୍ଷରୁ ଶୁଣିବା ପରେ ମାମଲାର ବିଚାର କରି ପରବର୍ତ୍ତୀ ଶୁଣାଣି ଆସନ୍ତା ୫ ତାରିଖକୁ ଧାର୍ଯ୍ୟ କରିଛନ୍ତି। ସେପର୍ଯ୍ୟନ୍ତ ବିଧାୟକ ଝାରପଡ଼ା ଜେଲ୍‌ରେ ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେବା ପରେ ତାଙ୍କୁ ସେଠାକୁ ପଠାଇ ଦିଆଯାଇଛି। ସ୍ବାସ୍ଥ୍ୟଗତ ସମସ୍ୟା ଉପୁଜିଲେ ଜେଲ୍‌ କର୍ତ୍ତୃପକ୍ଷ ଓ ଡାକ୍ତରଙ୍କ ପରାମର୍ଶ ନେବାକୁ ଆଦେଶ ଦିଆଯାଇଛି।
ବିଧାୟକ ମେହେର ଦର୍ଶାଇଥିଲେ ଯେ, ଯେଉଁ ଦଫା ବଳରେ ତାଙ୍କୁ ଗିରଫ କରାଯାଇଛି, ସେଥିମଧ୍ୟରୁ କେବଳ ୫୩୫ ଦଫାକୁ ଛାଡିଦେଲେ ଅନ୍ୟସବୁ ଜାମିନ ଯୋଗ୍ୟ। ସେ ଜଣେ ଲୋକ ପ୍ରତିନିଧି ହୋଇଥିବାରୁ ପଳାତକ କାର୍ଯ୍ୟ କରିବେ ନାହିଁ। ବିଧାନସଭା ଚାଲିଥିବାରୁ ସେଠାରେ ଲୋକଙ୍କ ସମସ୍ୟା ପହଞ୍ଚାଇବା ନେଇ ଉପସ୍ଥିତ ରହିବା ଆବଶ୍ୟକତା ରହିଛି। ସେ କୋର୍ଟର ସମସ୍ତ ସର୍ତ୍ତକୁ କଡ଼ାକଡ଼ି ପାଳନ କରିବେ। ତେଣୁ ତାଙ୍କୁ ଜାମିନ ଦିଆଯାଉ ବୋଲିି ସେ ଆବେଦନରେ ଲଲ୍ଲେଖ କରିଛନ୍ତି। ଅପରପକ୍ଷରେ ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବର ଓ ତାଙ୍କ ସ୍ତ୍ରୀ ତଥା ମାମଲାର ଅଭିଯୋଗକାରୀ ମଧ୍ୟ କୋର୍ଟରେ ହାଜର ହୋଇ ପକ୍ଷ ରଖିଥିଲେ। ସେମାନଙ୍କୁ ଅନେକ ଅଜଣା ମୋବାଇଲ୍‌ ନମ୍ବରରୁ ଧମକପୂର୍ଣ୍ଣ କଲ୍‌ ଆସୁଛି। ବିଧାୟକଙ୍କୁ ଜାମିନ ମିଳିଲେ ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ସେମାନେ କହିଥିଲେ।
ଗତ ମାସରେ ପାଟଣାଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗମ୍ଭାରୀ ଗ୍ରାମରେ ପୂର୍ତ୍ତ ବିଭାଗ ପକ୍ଷରୁ ଚାଲିଥିବା ଏକ ରାସ୍ତା କାମ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଥିଲା। ବିଧାୟକ ମେହେର ଲୋକଙ୍କ ସହ ସେଠାରେ ପହଞ୍ଚତ୍ କନିଷ୍ଠ ଯନ୍ତ୍ରୀ ଜୟକାନ୍ତଙ୍କୁ ରାସ୍ତା ଉପରେ ବସ୍‌ଉଠ୍‌ କରିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜୟକାନ୍ତଙ୍କ ସ୍ତ୍ରୀ ପାଟଣାଗଡ ଥାନାରେ ଏ ନେଇ ଅଭିଯୋଗ କରିଥିଲେ। ଯନ୍ତ୍ରୀ ଜଣକ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ବିଭିନ୍ନ ସଂଗଠନ ପକ୍ଷରୁ ବିଧାୟକଙ୍କୁ ଗିରଫ ଦାବି ଜୋର୍‌ ଧରିଥିଲା। ଗତ ୨୪ ତାରିଖରେ ନୂଆପଡାରୁ ପୋଲିସ ତାଙ୍କୁ ଗିରଫ କରିଥିଲା। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲଙ୍କ ଅନ୍ଦୋଳନ ଚାଲିଥିବାରୁ ପାଟଣାଗଡ ଏଡିଜେ ତାଙ୍କ ଜାମିନ ଉପରେ ଶୁଣାଣି ନ କରି ଜୁଲାଇ ୧ ତାରିଖରେ ଭୁବନେଶ୍ୱର ହେବାକୁ ଧାର୍ଯ୍ୟ କରିଥିଲେ। ଜେଲରେ ବିଧାୟକ ଅସୁସ୍ଥ ହେବାପରେ ୨୫ ତାରିଖଠାରୁ ପାଟଣାଗଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତେବେ ରବିବାର ଅପରାହ୍ନରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇ ପାଟଣାଗଡ଼ ଜେଲ୍‌କୁ ପଠାଇ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri