ରସୁଲପୁର,୨|୮(ଡିଏନ୍ଏ)- ରସୁଲପୁର ବ୍ଲକ ଅଧୀନ କଲଣ ପଞ୍ଚାୟତର ବେସରକାରୀ ଖୁଚରା ବିକ୍ରେତା(ରିଟେଲର) କାଳନ୍ଦୀ ଚରଣ ସାହୁଙ୍କୁ ଯାଜପୁର ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ନିଲମ୍ବନ କରିଛନ୍ତି ା ଏଥିସହ ଉପଜିଲାପାଳ ଏହି ପଞ୍ଚାୟତର ଅନ୍ୟ ଦୁଇଜଣ ନିଲମ୍ବିତ ରିଟେଲର ରାଜେଶ କୁମାର ସାହୁ ଓ ପଦନ ମୋହନ ସାହୁଙ୍କୁ ସପ୍ତାହକ ମଧ୍ୟରେ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଯୋଗାଣ ବିଭାଗର ଆକ୍ରମଣାତ୍ମକ ଭଙ୍ଗୀକୁ ନେଇ ରିଟେଲରଙ୍କ ମଧ୍ୟରେ ଛନକା ପଶିଛି।
ପ୍ରକାଶ ଯେ, ଗତ ଫେବୃୟାରୀ ୧୪ରେ ୩ଜଣ ରିଟେଲରଙ୍କୁ ନିଲମ୍ବନ କରାଯାଇଥିଲା। ଖାଉଟିଙ୍କୁ କଣ୍ଟ୍ରୋଲ ସାମଗ୍ରୀ ବଣ୍ଟନରେ ଅନିୟମିତତା ଯୋଗୁ ଉପଜିଲାପାଳ କାର୍ଯ୍ୟାଳୟ ପକ୍ଷରୁ ରିଟେଲରଙ୍କୁ ନିଲମ୍ବନ କରାଯାଇଥିଲା। ଏଥିସହ ନିଜ ସପକ୍ଷରେ ମତ ରଖିବାକୁ ସେମାନଙ୍କୁ କାର୍ଯ୍ୟାଳୟ ପକ୍ଷରୁ ସୁଯୋଗ ପ୍ରଦାନ କରାଯାଇଥିଲା। ନିଲମ୍ବିତ ରିଟେଲର କାଳନ୍ଦି ଚରଣ ସାହୁ ଉପଜିଲାପାଳଙ୍କ ନିକଟରେ ନିଜର ପକ୍ଷ ରଖିଥିଲେ। ମାତ୍ର କାଳନ୍ଦୀଙ୍କ ମତାମତ ସନ୍ତୋଷଜନକ ନ ଥିଲା। ଫଳରେ ଉପଜିଲାପାଳ ତାଙ୍କୁ ନିଲମ୍ବନ କରିଛନ୍ତି। ତାଙ୍କର ଲାଇସେନ୍ସ ନଂ-୧୩୦୯କୁ ଅସ୍ଥାୟୀ ଭାବେ ବାତିଲ କରାଯାଇଛି ା ଏଥିସହ ଅନ୍ୟ ଦୁଇଜଣ ରିଟେଲର ରାଜେଶ କୁମାର ସାହୁ ଓ ପଦନ ମୋହନ ସାହୁଙ୍କୁ ସପ୍ତାହକ ମଧ୍ୟରେ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ା ଏଥିରେ ବିଫଳ ହେଲେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।
କଣ୍ଟ୍ରୋଲ ସାମଗ୍ରୀ ବଣ୍ଟନରେ ଅନିୟମିତତା: ଜଣେ ରିଟେଲର ନିଲମ୍ବିତ,୨ ଜଣଙ୍କୁ ପକ୍ଷ ରଖିବାକୁ ନିର୍ଦ୍ଦେଶ
Posted inଆମ ଜିଲା ଖବର, ଯାଜପୁର View All
ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା
ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...
ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ
ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...
ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ
ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...
କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…
ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...
ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…
ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...
ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ
ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...
ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି
ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...
ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ
ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...
Archives


