କଟକ ସହରରେ ହୃଦୟ ବିଦାରକ ଦୃଶ୍ୟ: ମୃତ ଶିଶୁକୁ ଧରି ଗୋଟିଏ ଦିନ ବୁଲିଲେ ମା’

କଟକ ଅଫିସ, ୧୮ା୭: କଥାରେ ଅଛି ମା’ କୋଳରୁ ଛୁଆକୁ ବାଘ ବି ଝାମ୍ପିନେବା ସହଜ ନୁହେଁ। ତା’ର ଏକ ପ୍ରମାଣ ବୁଧବାର କଟକ ସହରରେ ଦେଖିବାକୁ ମିଳିଛି। ମାନସିକ ବିକାରଗ୍ରସ୍ତ ଜଣେ ମା’ କୋଳରେ ୩ ବର୍ଷର ମୃତ ଶିଶୁକନ୍ୟା। ସାଙ୍ଗରେ ଆଉ ୨ ଜଣ ୫ ବର୍ଷ ଓ ୭ ବର୍ଷର ନାବାଳିକା। ମଙ୍ଗଳବାର ଦିନତମାମ କୋଳରେ ମୃତଶିଶୁ ଓ ସାଙ୍ଗରେ ଅନ୍ୟ ୨ ନାବାଳିକାଙ୍କୁ ଧରି ଏହି ମା’ ଜଣକ ବକ୍ସିବଜାର ଏବଂ ଏହାର ଆଖପାଖ ଅଞ୍ଚଳରେ ଘୂରି ବୁଲୁଥିଲେ। ମହିଳାଙ୍କ କୋଳରେ ଥିବା ଶିଶୁଟି ଯେ ମୃତ ତାହା ଲୋକେ ଜାଣିପାରୁ ନ ଥିଲେ। କାରଣ ମା’ ଜଣକ ଟିକିଏ ଛାଡ଼ି ହାତରେ ଧରିଥିବା କ୍ଷୀରବୋତଲକୁ ଛୁଆ ପାଟିରେ ପୂରାଉଥାନ୍ତି। ଏହି ଦୃଶ୍ୟ ଦେଖିବା ପରେ ଲୋକେ ଭାବୁଥାନ୍ତି ଯେ ବୋଧ ହୁଏ ମା’ ତା ଛୁଆକୁ କ୍ଷୀର ଖୁଆଉଛି। କିନ୍ତୁ ବକ୍ସିବଜାର ଛକର ଏକ ଜାଗାରେ ମହିଳା ଜଣକ ବୁଧବାର ସକାଳୁ ଦୀର୍ଘସମୟ ଧରି ବସି ରହିଥିଲେ। କୋଳରେ ଥିବା ଶିଶୁର ମୁଣ୍ଡ ଓହଳି ମାଟିରେ ଲାଗିବା ପରେ ଲୋକଙ୍କ ମନରେ ସନ୍ଦେହ ହୋଇଥିଲା। ଏହାପରେ ସ୍ଥାନୀୟ ଲୋକେ ନିରିଖେଇ ଦେଖିବା ପରେ ଶିଶୁଟି ମୃତ ବୋଲି ଜାଣିବାକୁ ପାଇଥିଲେ। ଲୋକେ ମହିଳାଙ୍କ ପାଖକୁ ଯିବାରୁ ସେ ସମସ୍ତଙ୍କୁ ମାରି ଗୋଡାଇଥିଲେ। ମୋ ଛୁଆ କାହାରିକି ଦେବିନି। ଯିଏ ଆସିବ ତାକୁ ମାରିଦେବି। ମୋ ଛୁଆ କାନ୍ଦି କାନ୍ଦି ଏବେ ଶୋଇଛି। ଦୁଇଦିନ ହେବ କିଛି ଖାଉନି। ଏବେ ମୁଁ ତାକୁ ଏହି ବୋତଲରେ କ୍ଷୀର ପିଆଇ ଦେବାରୁ ସେ ଶୋଇପଡ଼ିଛି। ଏହି କଥା କହି ମହିଳା ଜଣକ ଶିଶୁ ପାଟିରେ କ୍ଷୀର ବୋତଲକୁ ଜୋରଜବରଦସ୍ତ ଭର୍ତ୍ତି କରୁଥାନ୍ତି। କିନ୍ତୁ କ୍ଷୀର ଶିଶୁଙ୍କ ପାଟିକୁ ନ ଯାଇ ବୋହି ପଡ଼ୁଥାଏ। ମହିଳାଙ୍କ ଏଭଳି ଆଚରଣ ଦେଖି ଲୋକେ ଚାଇଲଡ୍‌ ଲାଇନକୁ ଫୋନ କରିଥିଲେ। ଚାଇଲ୍‌ଡ ଲାଇନ ସଂଯୋଜକ ନାରାୟଣ ଶୁକ୍ଳ ଘଟଣାସ୍ଥଳରେ ପହଞ୍ଚତ୍ କ୍ୟାଣ୍ଟନମେଣ୍ଟ ଥାନା ପୋଲିସକୁ ଖବର ଦେଇଥିଲେ। ଚାଇଲ୍‌ଡ ଲାଇନ କର୍ମକର୍ତ୍ତା ଓ ପୋଲିସ ମହିଳାଙ୍କୁ ସେଠାରୁ ଉଦ୍ଧାର କରି ଏସ୍‌ସିବି ମେଡିକାଲକୁ ଆଣିଥିଲେ। ମେଡିକାଲରେ ପହଞ୍ଚତ୍ବା ପର୍ଯ୍ୟନ୍ତ ମଧ୍ୟ ମହିଳା ଜଣକ ନିଜ କୋଳରୁ ମୃତ ଶିଶୁକୁ ଛାଡୁ ନ ଥାନ୍ତି। ଅନେକ ସମୟ ପରେ ମେଡିକାଲରେ ମହିଳାଙ୍କ କୋଳରୁ ମୃତଶିଶୁଙ୍କୁ ଅଲଗା କରାଯାଇଥିଲା। ତାଙ୍କ ସହିତ ଥିବା ଅନ୍ୟ ୨ ଜଣ ଶିଶୁଙ୍କୁ ବସୁନ୍ଧରା ମୁକ୍ତାଶ୍ରୟ କେନ୍ଦ୍ରକୁ ପଠାଯାଇଥିଲା। ଏହି ହୃଦୟ ବିଦାରକ ଦୃଶ୍ୟ ଦେଖିବା ପରେ ସରକାରଙ୍କ ସାମାଜିକ ସଶକ୍ତୀକରଣ ଅଭିଯାନ କେତେ ସଶକ୍ତ ତାହାର ପ୍ରମାଣ ମିଳୁଛି। ସାମାଜିକ ସ୍ତରରେ ଅସୁରକ୍ଷିତ ଥିବା ଲୋକଙ୍କ ପାଇଁ ପ୍ରତ୍ୟେକ ଜିଲାରେ ସାମାଜିକ ସୁରକ୍ଷା ବିଭାଗ ଖୋଲାଯାଇ ଜଣେ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ମାତ୍ର ଏହି ବିଭାଗ କେତେ କ୍ରିୟାଶୀଳ ତାହା ସମ୍ପୃକ୍ତ ମହିଳାଙ୍କ କ୍ଷେତ୍ରରୁ ପ୍ରମାଣିତ ହୋଇଛି। ଚାଇଲ୍‌ଡ ଲାଇନ ସଂଯୋଜକ ଶୁକ୍ଳଙ୍କ କହିବା ଅନୁଯାୟୀ, ମହିଳା ଜଣକ ହାଡିଆପଠା ଅଞ୍ଚଳରେ ରୁହନ୍ତି। ତାଙ୍କର ଉକ୍ତ ମୃତଶିଶୁଙ୍କୁ ମିଶାଇଲେ ମୋଟ ୪ଟି କନ୍ୟା ସନ୍ତାନ। ବଡ଼ ଝିଅ (୧୩)ଙ୍କୁ ଏକ ଶିଶୁ ଯନତ୍ ଅନୁଷ୍ଠାନରେ ଥଇଥାନ କରାଯାଇଛି। ଗିରିଶ ଏସ୍‌.ଏନ୍‌. ଜିଲାପାଳ ଥିବା ସମୟରେ ତାଙ୍କୁ ଉଦ୍ଧାର କରାଯାଇ ସ୍ବଧାର ହୋମ୍‌କୁ ପଠାଯାଇଥିଲା। ମାତ୍ର ସେ ସେଠାରୁ ପଳାଇ ଆସିଥିଲେ। ତେବେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ ମିଶ୍ରଙ୍କୁ ଘଟଣା ସମ୍ପର୍କରେ ପଚାରିବା ପାଇଁ ତାଙ୍କ ମୋବାଇଲକୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ମହିଳାଙ୍କ ହାତରେ ରାଜଧାନୀର ୧୧୩ ପାର୍କ

ଭୁବନେଶ୍ୱର,୨୦।୪ (ଅନୁରାଧା ମହାରଣା)ରାଜଧାନୀ ଭୁବନେଶ୍ୱରରେ ବନ ବିଭାଗ ଅଧୀନରେ ୭ରୁ ଅଧିକ ଉଦ୍ୟାନ ରହିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପାଖାପାଖି ୬୦ଟି ଛୋଟ ବଡ଼ ପାର୍କର...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା

ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ...

ବଢ଼ୁଛି ଖରା, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା, ୨୦ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଉତ୍ତାପ ୪୨ ଡିଗ୍ରୀ ଉପରେ ଅଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ଥିବା ୭ ନଦୀ ଶୁଖିଲା...

ଖଣି ବିଭାଗର ଡ୍ରୋନ୍‌ କ୍ୟାମେରାରେ ମାପଚୁପ

ଯାଜପୁର,୨୦।୪ (ହର୍ଷବର୍ଦ୍ଧନ ବେହେରା)ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri