Odisha Elections 2024

କଟକ ଲୋକ ସଭା ଆସନ: ଅଭିଜ୍ଞ ବନାମ ନୂଆ ଚେହେରା

କଟକ,୩୦।୪(ଶିଳ୍ପା ପ୍ରିୟଦର୍ଶିନୀ):କଟକ ସଂସଦୀୟ କ୍ଷେତ୍ରରେ ତ୍ରିମୁଖୀ ଲଢେଇ ହେବା ନେଇ ଆଲୋଚନା ହେଉଛି। ଲୋକ ସଭା ଆସନ ପାଇଁ ବିଜେଡି ସଂତୃପ୍ତ ମିଶ୍ର, ଭାଜପା ଭର୍ତ୍ତୃହରି ମହତାବ ଓ କଂଗ୍ରେସ ସୁରେଶ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି। ତେଣୁ ଏଥର ଅଭିଜ୍ଞ ଓ ନୂଆ ଚେହେରା ପ୍ରାର୍ଥୀଙ୍କ ମଧ୍ୟରେ ଏକ ଘମାଘୋଟ ଲଢେଇ ଦେଖିବାକୁ ମିଳିବ। ସଂତୃପ୍ତ ନୂଆ କରି ରାଜନୀତିରେ ଯୋଗଦେଇଥିବାବେଳେ ପ୍ରଥମ ଥର ଦଳ ତାଙ୍କୁ ଲୋକ ସଭା ଆସନରୁ ଟିକେଟ ଦେଇଛି। ସେହିପରି ଭର୍ତ୍ତୃହରି ପୂର୍ବରୁ ୬ଥର ଏମ୍‌ପି ରହି ଆସିଛନ୍ତି। ହେଲେ ଏବେ ବିଜେଡି ଛାଡ଼ି ଭାଜପାରେ ଯୋଗଦେଇଛନ୍ତି। ଅନ୍ୟପଟେ ସୁରେଶ ପୂର୍ବରୁ ୪ ଥର ବିଧାନସଭା ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଥିବାବେଳେ ଥରେ ମ୍ୟୁନିସିପାଲିଟି ଅଧ୍ୟକ୍ଷ ପଦ ଲାଗି ମଇଦାନକୁ ଓହ୍ଲାଇଥିଲେ। ଭର୍ତ୍ତୃହରି ଅଭିଜ୍ଞ ଓ ସୁରେଶ ରାଜନୀତିରେ ବହୁ ପୁରୁଣା। ହେଲେ ସଂତୃପ୍ତ ସମ୍ପୂର୍ଣ୍ଣ ନୂଆ ଚେହେରା। ପ୍ରାର୍ଥୀଙ୍କ ନାଁ ଘୋଷଣା ପରଠୁ ଉଭୟ ବିଜେଡି, ଭାଜପା ପ୍ରାର୍ଥୀ ପ୍ରଚାର ଓ ବୈଠକ ଆରମ୍ଭ କରିଛନ୍ତି। ରବିବାର କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଘୋଷଣା କରିବା ପରେ ସୁରେଶ ମଧ୍ୟ ପ୍ରଚାର ପାଇଁ ଅଣ୍ଟା ଭିଡ଼ିଛନ୍ତି। କେଉଁ ରଣନୀତି ଓ ପ୍ରସଙ୍ଗ ନେଇ ସେମାନେ ଭୋଟ ମାଗିବେ ତାହା ଉପରେ ସମସ୍ତଙ୍କ ନଜର। ଏନେଇ କଂଗ୍ରେସ ପ୍ରାର୍ଥୀ ସୁରେଶଙ୍କୁ ପଚାରିବାରୁ ସେ କହିଛନ୍ତି, ଭର୍ତ୍ତୃହରି ୬ଥର ଏମ୍‌ପି ହୋଇଥିଲେ ମଧ୍ୟ ଗୋଟିଏ ଦଳରେ ରହିପାରିଲେନି ଏବଂ କଟକରେ ତାଙ୍କ କାର୍ଯ୍ୟକଳାପ ଲୋକେ ଜାଣିସାରିଲେଣି। ଅନ୍ୟପଟେ ଆଉଜଣେ ସମ୍ପୂର୍ଣ୍ଣ ନୂଆ। ବ୍ୟବସାୟ ଛାଡ଼ି ରାଜନୀତି କରିବାକୁ ଆସିଛନ୍ତି। ଉଭୟ ବିରୋଧୀ ଦଳ ପ୍ରାର୍ଥୀଙ୍କୁ ଲୋକେ ଗ୍ରହଣ କରିବେ ନାହିଁ ବୋଲି ମହାପାତ୍ର କହିଛନ୍ତି। ସେହିପରି ଭାଜପା ପ୍ରାର୍ଥୀ ଭର୍ତ୍ତୃହରି କହିଛନ୍ତି, ଲୋକେ ଜାଣିଛନ୍ତି କିଏ କ’ଣ କାମ କରିଛି। ବିଜେଡିରେ ସମସ୍ୟା ଥିବାରୁ ମୁଁ ଦଳ ଛାଡ଼ିଛି। କଟକ ତଥା ରାଜ୍ୟରେ ପରିବର୍ତ୍ତନ ହେବ ଏବଂ ତାହା ଭାଜପା ସରକାର ହିଁ କରିବ ବୋଲି ସେ କହିଛନ୍ତି। ତେବେ ବିଜେଡି ପ୍ରାର୍ଥୀ ସଂନ୍ତୃପ୍ତଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼

ପଡ଼ିଆ,୨୦ା୫(ଭାସ୍କର ରାଓ)- ଗୁଣିଗାରେଡ଼ି ସନ୍ଦେହରେ ଗାଁ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରକୁ କିମ୍ବା ଥାନାରେ ଅଭିଯୋଗ କଲେ ପରିବାରର ସମସ୍ତଙ୍କୁ ଜୀବନରୁ...

ଡ୍ୟୁଟି ସାରି ଘରକୁ ଫେରୁଥିଲେ: ହାଇୱା ଧକ୍କାରେ ଚାଳିଗଲା ଜୀବନ

ଭବାନୀପାଟଣା,୨୦।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଏମ୍‌ଏସ୍‌ଏ ଛକରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଏକ ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ...

ଆମ୍ବ ତୋଳିବାକୁ ଯାଇଥିଲେ: ହେଲା ବଜ୍ରପାତ

ଟିକିରି/ରାୟଗଡ଼ା,୨୦।୫(ପ୍ରଫୁଲ୍ଲ କୁମାର ବେହେରା/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ନକଟିଗୁଡା ପଞ୍ଚାୟତ ସାନମାଟିକଣା ଗାଁରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ମହିଳାଙ୍କ...

ଯୁବକଙ୍କ ଉପରେ ମାଡ଼ିଗଲା ହାଇୱା, ଉତ୍ତେଜନା

ତିହିଡ଼ି,୨୦।୫(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଆରୁହା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୨ଜଣ ବାଇକ୍‌ ଆରୋହୀଙ୍କ ମଧ୍ୟରେ ଧକ୍କା ହେବା...

ଅପରାହ୍ନ ୫ଟା ସୁଦ୍ଧା ବରଗଡ଼ ଜିଲାରୁ ଆସିଲା ମତଦାନ ହାର

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ଏବେବି ମତଦାତାଙ୍କ...

ଜୀବନ ହାରିଦେଲେ ମହିଳା: କାରଣ ଖୋଜୁଛି ପୋଲିସ

ଗଞ୍ଜାମ,୨୦ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଥାନା ଅଧୀନ ପାଳିବନ୍ଧ ପଞ୍ଚାୟତର ପୁରୁଣାବନ୍ଧ ଗ୍ରାମର ଜଣେ ମହିଳା ସୋମବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ପିଙ୍କି ବେହେରା (୨୮)।...

ଟ୍ରକ ଧକ୍କାରେ ଶଳା, ଭିଣୋଇ ମୃତ

ଛତ୍ରପୁର,୨୦।୫(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଛତ୍ରପୁର ବ୍ଲକ ଚମାଖଣ୍ଡି ଥାନା ଅନ୍ତର୍ଗତ ଟାଟା ପ୍ଲାଣ୍ଟ ସମ୍ମୁଖ ଜାତୀୟ ରାଜପଥରେ ଏକ ଦୁଃଖଦ ଘଟଣା ସୋମବାର ଦେଖିବାକୁ ମିଳିଛି।...

ମୋଦିଙ୍କ ଭକ୍ତ ହେଉଛନ୍ତି ଜଗନ୍ନାଥ, କହୁ କହୁ ଏମିତି କହିଦେଲେ ସମ୍ବିତ ପାତ୍ର: ଭାଇରାଲ ହେଉଛି ଭିଡିଓ

ଭୁବନେଶ୍ୱର,୨୦।୫(ଅସମାପିକା ସାହୁ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପୁରୀରେ ଏକ ବିଶାଳ ରୋଡ ଶୋ’ କରିଛନ୍ତି। ମୋଦିଙ୍କ ସହ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri