କଟକ ଡବଲ ମର୍ଡରକୁ ବିତିଲା ୪୮ ଘଣ୍ଟା: ଅଭିଯୁକ୍ତଙ୍କ ପତ୍ତା ପାଉନି ପୋଲିସ

କଟକ ଅଫିସ, ୧୫।୧୨: କଟକ ବେଲେଶ୍ୱର ନ୍ୟୁ କଲୋନୀ ବୃଦ୍ଧ ଦମ୍ପତିଙ୍କ ହତ୍ୟା ଘଟଣାକୁ ୪୮ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି। ହତ୍ୟାକାଣ୍ଡ ଘଟିଥିବା ଘରକୁ ପୋଲିସ ସିଲ୍‌ କରିଥିବା ବେଳେ ସେଠାରେ ୨୪ଘଣ୍ଟିଆ ପୋଲିସ ପହରା ବ୍ୟବସ୍ଥା ହୋଇଛି। ଏହି ଘଟଣାରେ ଶନିବାର ପୋଲିସ ମୃତ ଦମ୍ପତିଙ୍କ ଘରେ କାମ କରୁଥିବା ଚାକରାଣୀଙ୍କୁ ଜେରା କରିଥିଲା। ଦୀର୍ଘ ସମୟର ଜେରା ପରେ ହତ୍ୟାକାଣ୍ଡ ସହିତ ଚାକରାଣୀଙ୍କ କୌଣସି ସମ୍ପର୍କ ନ ଥିବା ପୋଲିସ ସୂଚନା ଦେଇଛି। ଏଥିସହିତ ଦମ୍ପତିଙ୍କ ଘରେ ଭଡାରେ ରହୁଥିବା ଲୋକଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ୪ଟି ଟିମ୍‌ ଗଠନ କରାଯାଇଛି। ସେଥିମଧ୍ୟରୁ ୨ଟି ଟିମ୍‌ ବ୍ରହ୍ମପୁର ଓ ଜଗତ୍‌ସିଂହପୁର ଯାଇଥିବା ବେଳେ ଅନ୍ୟ ୨ଟିମ କଟକରେ ତଦନ୍ତ କରୁଛନ୍ତି। ପୋଲିସ ସ୍ଥାନୀୟ ଲୋକଙ୍କୁ ପଚାରିବା ସହ ବୃଦ୍ଧ ଦମ୍ପତିଙ୍କ ପରିଚିତ ଲୋକଙ୍କୁ ମିଶାଇ ଅଦ୍ୟାବଧି ମୋଟ ୧୬ଜଣଙ୍କୁ ଜେରା କରିଛି। ଡିସିପି ଅଖିଳେଶ୍ୱର ସିଂଙ୍କ କହିବା ଅନୁଯାୟୀ, ପୋଲିସ ତଦନ୍ତ ଜାରି ରହିଛି। ଖୁବଶୀଘ୍ର ହତ୍ୟାକାରୀ ଧରାପଡ଼ିବେ। ଅନ୍ୟପକ୍ଷରେ ଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ ଏହି ହତ୍ୟାକାଣ୍ଡରେ ୩ଜଣ ସାମିଲ ଅଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମୁଖ୍ୟତଃ ଫରେନ୍‌ସିକ ପରୀକ୍ଷାରୁ ପୋଲିସ ହାତରେ ବଡ଼ ସୁରାକ ଲାଗିଥିବା ସମ୍ପୃକ୍ତ ଅଧିକାରୀ କହିଛନ୍ତି।

ସୂଚନାଥାଉ କି, ଗୁରୁବାର ରାତିରେ ମଧୁପାଟଣା ଥାନା ଅନ୍ତର୍ଗତ ବେଲେଶ୍ୱର ନ୍ୟୁ କଲୋନୀରେ ରହୁଥିବା ଶ୍ରୀନାଥ ସାମଲ(୭୦) ଓ ବିଦୁଲତା ସାମଲ(୬୫)ଙ୍କୁ କେହି ନିର୍ମମ ଭାବେ ହତ୍ୟା କରିଥିଲେ। ରାତି ପ୍ରାୟ ୯ଟାରେ ଦମ୍ପତିଙ୍କ ଝିଅ ସେମାନଙ୍କୁ ଫୋନ କରିଥିଲେ। ବାରମ୍ବାର ରିଂ କରିବା ପରେ କେହି ଫୋନ ନ ଉଠାଇବାରୁ ସେ ଜଣେ ପଡୋଶୀଙ୍କ ସହ ଯୋଗାଯୋଗ କରିଥିଲେ। ପଡୋଶୀ ଜଣକ ତାଙ୍କ ଘରକୁ ଯାଇ ଦେଖିବା ବେଳକୁ ଘରର କବାଟ ଖୋଲା ରହିଥିଲା। ପଡୋଶୀ ଜଣକ କଲିଂ ବେଲ ବଜାଇଥିଲେ ମଧ୍ୟ କେହି ବାହାରକୁ ଆସି ନ ଥିଲେ। ତେବେ ପଡୋଶୀ ଜଣକ ଘର ଭିତରକୁ ଯାଇ ଦେଖିବାରୁ ବୃଦ୍ଧ ଦମ୍ପତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିଲା। ଏ ନେଇ ପଡ଼ୋଶୀ ଜଣକ ପ୍ରଥମେ ତାଙ୍କ ଝିଅଙ୍କୁ ଜଣାଇବା ସହ ସ୍ଥାନୀୟ ଲୋକଙ୍କୁ ଡାକିଥିଲେ। ଖବରପାଇ ମଧୁପାଟଣା ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଥିଲା। ହତ୍ୟାକାଣ୍ଡର ପାରିପାର୍ଶ୍ୱିକ ସ୍ଥିତି ଦେଖି ଏହା କୌଣସି ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହୋଇଥିବା ପୋଲିସ ସନ୍ଦେହ କରିଥିଲା। ତେଣୁ ପୋଲିସର ପ୍ରଥମ ସନ୍ଦେହ ମୃତ ଦମ୍ପତିଙ୍କ ପରିଚିତ ଲୋକଙ୍କ ଉପରେ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ବାଜିଲା ମୋହର: ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ, SC-ST-OBCଙ୍କୁ ମିଳିବ…

ଭୁବନେଶ୍ୱର,୫ା୪(ସୁନିତ୍‌ ମିଶ୍ର): ଓଡ଼ିଶାର ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମ କ୍ଷେତ୍ରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗମାନଙ୍କ…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

ଧରିତ୍ରୀର ବଡ଼ ପ୍ରଭାବ: ୭୭ ବର୍ଷର ଅନ୍ଧାର ଚିରି ପହଞ୍ଚିଲା ପ୍ରଶାସନ, ବିକାଶ ଆଶାରେ କେନ୍ଦୁଗୁଡ଼ା-କନ୍ଦାଗୁଡ଼ା

ଥୁଆମୁଳ ରାମପୁର,୫।୪(ଦୁର୍ଗା କୀର୍ତ୍ତି): ସାମ୍ବାଦିକତା ଯେତେବେଳେ ସମାଜର ଅନ୍ତିମ ପାହାଚରେ ଥିବା ମଣିଷର ସ୍ୱର ସାଜେ, ସେତେବେଳେ ପ୍ରଶାସନ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୁଏ। ଏହାର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri