କଟକରେ ୬ ବର୍ଷର ଝିଅ କରୋନା ପଜିଟିଭ

କଟକ ଅଫିସ,୧୫।୬: କଟକ ସହରରେ ଜଣେ ୬ ବର୍ଷର ଝିଅ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରବିବାର ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏ ହେଉଛନ୍ତି ଗତ ୧୩ ତାରିଖରେ କଟକ ଅରୁଣଦୟ ନଗରରୁ ପଜିଟିଭ ଚିହ୍ନଟ ହୋଇଥିବା ୩୭ ବର୍ଷୀୟ ବ୍ୟକ୍ତିଙ୍କ ଝିଅ।
ପ୍ରକାଶ ଯେ, ବାପା, ମା’ ଏବଂ ଝିଅ କିଛି ଦିନ ପୂର୍ବେ ମୁମ୍ବାଇରୁ ଫେରି ଗୃହ ସଙ୍ଗରୋଧରେ ରହିଥିଲେ। ସମସ୍ତଙ୍କ ସ୍ବାବ୍‌ ସଂଗ୍ରହ କରାଯାଇଥିଲା। ବାପା ଏବଂ ଝିଅଙ୍କ ରିପୋର୍ଟ ପଜିଟିଭ ଆସିଥିବା ବେଳେ ମା’ଙ୍କ ରିପୋର୍ଟ ଆସିବା ବାକି ଅଛି।