କଟକରେ ୩ ଦିନମଜୁରିଆଙ୍କୁ ହତ୍ୟା ପରେ ରାଜଧାନୀରେ ଆତଙ୍କ

ଭୁବନେଶ୍ୱର,୨୬।୭(ବ୍ୟୁରୋ) : କଟକରେ ଫୁଟ୍‌ପାଥ୍‌ରେ ଶୋଇଥିବା ୩ଜଣ ଦିନମଜୁରିଆଙ୍କୁ ଅତି ନୃଶଂସ ଭାବେ ହତ୍ୟା କରାଯିବା ପରେ ସାରା ସହରରେ ଚାଞ୍ଚଲ୍ୟ ଖେଳିଯାଇଛି। କିଏ ଓ କାହିଁିକି ଏହି ଦିନମଜୁରିଆଙ୍କୁ ହତ୍ୟା କରିଛି ତାହା ଏବେ ପ୍ରଶ୍ନ ପାଲଟିଛି। ଏହି ଘଟଣାକୁ ନେଇ ଭୁବନେଶ୍ୱରର ବିଭିନ୍ନ ଫୁଟ୍‌ପାଥ୍‌ରେ ଶୋଉଥିବା ଦିନମଜୁରିଆ ଆତଙ୍କିତ ହୋଇପଡ଼ିଛନ୍ତି। ଏହି ହତ୍ୟାକାଣ୍ଡ ପଛରେ କେହି ସାଇକୋ କିଲରର ହାତଥିବା ପୋଲିସ କମିଶନର କହିଛନ୍ତି। ସେ ଅନ୍ୟ ଜଣଙ୍କୁ ଟାର୍ଗେଟ କରିବା ପୂର୍ବରୁ ପୋଲିସ ତାଙ୍କୁ ଧରିବା ପାଇଁ ଯୋଜନା କରିଛି। ପୋଲିସ ଆଶଙ୍କା କରିଛି କଟକରେ ଛାନ୍‌ଭିନ୍‌ ପରେ ସାଇକୋ କିଲର ଭୁବନେଶ୍ୱରକୁ ଚାଲିଆସି ଏଭଳି କାଣ୍ଡ ଘଟାଇ ପାରନ୍ତି। ତେଣୁ ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି ଓ ଡେପୁଟି ପୋଲିସ କମିଶନର ଅଖିଳେଶ୍ୱର ସିଂ ବୁଧବାର ଓ ଗୁରୁବାର ବିଳମ୍ବିତ ରାତିରେ ଷ୍ଟୁଡିଓ ଛକ, ପୋଖରୀପୁଟ, ନୟାପଲ୍ଲୀ ଆଦି ବିଭିନ୍ନ ସ୍ଥାନ ବୁଲି ପାଟ୍ରୋଲିଂ କରିଛନ୍ତି। ଫୁଟ୍‌ପାଥରେ ଶୋଉଥିବା ଲୋକଙ୍କୁ ସଚେତନ କରିବା ସହ ଆଶ୍ରୟସ୍ଥଳୀରେ ରହିବାକୁ ପରାମର୍ଶ ଦେଇଛନ୍ତି। ସେହିପରି କମିଶନର ପୋଲିସ କଣ୍ଟ୍ରୋଲ ରୁମ୍‌ ଅନୁଧ୍ୟାନ କରିଛନ୍ତି। ଗତ ଦୁଇଦିନ ହେଲା ରାତିରେ ବିଭିନ୍ନ ଫୁଟ୍‌ପାଥ୍‌ରେ ଶୋଇଥିବା ଦିନମଜୁରିଆଙ୍କୁ ପୋଲିସ କର୍ମଚାରୀମାନେ ଉଠାଇ ଆଣି ଆଶ୍ରୟସ୍ଥଳୀରେ ଛାଡ଼ିଛନ୍ତି। ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ଯାଞ୍ଚ ହେଉଛି। କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଲେ ତାଙ୍କୁ ତୁରନ୍ତ ଥାନାକୁ ଆଣି ପଚରାଉଚରା କରିବା ପାଇଁ ପୋଲିସ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ବିଳମ୍ବିତ ରାତିରେ ଯଦି କେହି କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ କରନ୍ତି ତେବେ ତୁରନ୍ତ ଜବାବ ଦେବା ସହ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାକୁ କୁହାଯାଇଛି। ପୋଲିସ କମିଶନର କହିଛନ୍ତି, ଭୁବନେଶ୍ୱରରେ ସେଭଳି କିଛି ହେବାର ଆଶଙ୍କା ନାହିଁ। କିନ୍ତୁ ସୁରକ୍ଷା ଦୃଷ୍ଟିରୁ ମୁଁ ଓ ଡିସିପି ବିଭିନ୍ନ ସ୍ଥାନ ବୁଲି ପାଟ୍ରୋଲିଂ କରୁଛୁ। ଅନ୍ୟପକ୍ଷରେ କଟକ ପୋଲିସ ହାତରେ କିଛି ସିସିଟିଭି ଫୁଟେଜ ଲାଗିଥିବା କୁହାଯାଉଛି। ଏହି ଫୁଟେଜ ସାଇକୋ କିଲରର ନା ଆଉ କାହାର ତାହା ପୋଲିସ ଯାଞ୍ଚ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri