ABF9CN jaundice visible on the sclera in a patient with pancreatic cancer
କଟକ ଅଫିସ, ୩୧ା୭: କଟକ ସହରରେ ପୁଣି ଜଣ୍ଡିସ ବ୍ୟାପିଛି। ୨୫ନମ୍ବର ୱାର୍ଡ ଅଧୀନ ଆଖଡ଼ାଗଳିର ଏ.ଜମାଦଙ୍କ ସମେତ କେଶରପୁର ଅଞ୍ଚଳରେ ଅନେକ ଲୋକ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଦୂଷିତ ପରିବେଶ, ଦୂଷିତ ପାଣି ପ୍ରଭାବରେ ଜଣ୍ଡିସ ବ୍ୟାପୁଛି। ସିଏମ୍ସି କିମ୍ବା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ବିଭିନ୍ନ ଅଞ୍ଚଳରେ ବର୍ଷାପାଣି ଜମିରହି ମଶା, ମାଛିଙ୍କ ପ୍ରାଦୁର୍ଭାବ ବଢୁଛି। ସିଏମ୍ସି ପକ୍ଷରୁ ମଶାତେଲ କିମ୍ବା ଧୂଅଁା ବ୍ୟବସ୍ଥା କରାଯାଉନାହିଁ। ଜନସ୍ବାସ୍ଥ୍ୟ ବିଭାଗର ପାଇପଲାଇନ ଫାଟିଯାଇଥିଲେ ମଧ୍ୟ ତାହାକୁ ବଦଳା ଯାଇନାହିଁ। ଫଳରେ ଅଞ୍ଚଳବାସୀ ଦୂଷିତ ପାଣି ପିଇ ଜଣ୍ଡିସରେ ଆକ୍ରାନ୍ତ ହେଉଥିବା କୁହାଯାଉଛି। ପୂର୍ବରୁ ସହରରେ ୨୩ଜଣ ଲୋକ ଜଣ୍ଡିସରେ ଆକ୍ରାନ୍ତ ହୋଇଥିଲେ। ଗଙ୍ଗାମନ୍ଦିର, ଓଡ଼ିଆ ବଜାର, ସୂତାହାଟ, ଦର୍ଜିସାହି ଅଞ୍ଚଳରେ ଜଣ୍ଡିସ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଏ ନେଇ ସିଏମ୍ସି ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଉମେଶ ପାଣିଗ୍ରାହୀଙ୍କୁ ପଚାରିବାରେ ଆଖଡ଼ାଗଳିରେ ଜଣ୍ଡିସ ଚିହ୍ନଟ ଘଟଣାକୁ ସ୍ବୀକାର କରିବା ସହ ସେହି ଅଞ୍ଚଳରେ ସିଏମ୍ସି ପକ୍ଷରୁ ସମସ୍ତ ପ୍ରକାର ନିରାକରଣ ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି।