କଂଗ୍ରେସ ଧରାଶାୟୀ

ଢେଙ୍କାନାଳ ଅଫିସ/ପରଜଙ୍ଗ(ଡି.ଏନ.ଏ.), ୨୫।୫- ସାଧାରଣ ନିର୍ବାଚନରେ ଭୟଙ୍କର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି କଂଗ୍ରେସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାଓ୍ବା ଆଗରେ ଫେଲ୍‌ ମାରିଛି ବିପକ୍ଷ ଦଳର ସବୁ ରଣନୀତି। ଢେଙ୍କାନାଳ ଲୋକ ସଭା ନିର୍ବାଚନମଣ୍ଡଳୀରେ ଦଳ ଖାତା ଖୋଲିପାରିନାହିଁ। ଅଧିକାଂଶ ସ୍ଥାନରେ ଦଳୀୟ ପ୍ରାର୍ଥୀ ଅମାନତ ହରାଇଛନ୍ତି। ବିଶେଷ କରି ଢେଙ୍କାନାଳ ଜିଲାର ସମସ୍ତ ୪ ବିଧାନସଭା ଆସନରେ ଦଳର ଏପରି ନୈରାଶ୍ୟଜନକ ପ୍ରଦର୍ଶନରେ ମୁଣ୍ଡିଆଳମାନେ ଭାଷାଶୂନ୍ୟ ହୋଇପଡ଼ିଛନ୍ତି। କେଉଁ କାରଣରୁ ଦଳ ଏପରି ବିପର୍ଯ୍ୟୟର ସମ୍ମୁଖୀନ ହେଲା ତାକୁ ନେଇ ଆରମ୍ଭ ହୋଇଛି କାରଣ ଖୋଜା। ଅନ୍ୟପଟେ ବିଫଳତା ପରେ ଦଳୀୟ ପ୍ରାର୍ଥୀ ଇସ୍ତଫା ଦେବା ଆରମ୍ଭ କଲେଣି। ଆଉ କେତେଜଣ ନିର୍ବାଚନ ଲଢ଼ିବେନାହିଁ ବୋଲି ସ୍ପଷ୍ଟ କରିସାରିଲେଣି।
ଜିଲାରେ ମୁଖ୍ୟତଃ ଭାଜପା ଏବଂ ବିଜେଡି ମଧ୍ୟରେ ଟକ୍କର ହୋଇଥିଲା। ଢେଙ୍କାନାଳ ବିଧାନସଭା ଆସନରେ ଦଳୀୟ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ନବୀନ ନନ୍ଦ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ବାନ୍ଧିଥିଲେ। ହେଲେ ତାଙ୍କୁ ମାତ୍ର ୨୪,୭୮୮ ଭୋଟ ମଳିଥିବାବେଳେ ୩ୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଏଠାରୁ ବିଧାୟକ ଭାବେ ବିଜୟୀ ହୋଇଛନ୍ତି ବିଜେଡିର ସୁଧୀର କୁମାର ସାମଲ। ମୋଟ ୧ଲକ୍ଷ ୯୧ହଜାର ୨୦ଖଣ୍ଡ ଭୋଟରୁ ମଧ୍ୟରୁ ତାଙ୍କୁ ମିଳିଛି ୮୯,୫୩୬। ଏହା ହାରାହାରି ୪୬.୯୨%। ସେହିପରି ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର କୃଷ୍ଣଚନ୍ଦ୍ର ପାତ୍ର ୬୮,୮୯୬ (୩୬.୧୧%) ଭୋଟ ପାଇଛନ୍ତି।
ଫଳାଫଳ ପ୍ରକାଶ ପାଇବାପରେ କଂଗ୍ରେସ ଶିବିରରେ ନିରାଶ ଛାଇଯାଇଛି। ଅପରପକ୍ଷେ ଏପରି ପ୍ରଦର୍ଶନ ପରେ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ନବୀନ ନନ୍ଦ। ସେ କହିଛନ୍ତି ଏହା ତାଙ୍କର ଶେଷ ନିର୍ବାଚନ। ତାଙ୍କ ପାଖରେ କଳା ଟଙ୍କା ନାହିଁ। କୋଟି କୋଟି ଟଙ୍କା କିଏ, ଆମେ କିଏ। କଳା ଟଙ୍କା କାରବାର ଆମେ କରିପାରିବୁନି ା ତେଣୁ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି ସେ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି। ତେବେ ଲୋକଙ୍କ ସ୍ବାର୍ଥ ପାଇଁ ଲଢେଇ ଜାରିରହିବ ବୋଲି ସେ କହିଛନ୍ତି। ନବୀନ ନନ୍ଦ ୨୦୦୦ରେ ଗଁଦିଆ ବିଧାନସଭା ଆସନରୁ ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୯ରେ ଏନ୍‌ସିପିରୁ ଢେଙ୍କାନାଳ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ବିଜେଡିରେ ଯୋଗଦେଇଥିଲେ। ଚଳିତ ନିର୍ବାଚନ ପୂର୍ବରୁ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ସେ ଭାଜପାର ନିକଟତର ହେବାକୁ ଚେଷ୍ଟା କରିଥିଲେ। ବୈଜୟନ୍ତ ପଣ୍ଡାଙ୍କ ସହ ତାଙ୍କୁ ବିଭିନ୍ନ ସମୟରେ ସଭାସମିତିରେ ମଧ୍ୟ ଦେଖିବାକୁ ମିଳିଥିଲା। ସେ ଭାଜପାରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା। ହେଲେ ଶେଷ ସମୟରେ ସେ କଂଗ୍ରେସରେ ମିଶି ବିଧାୟକ ପ୍ରାର୍ଥୀ ହୋଇଥିଲେ।
ପରଜଙ୍ଗ, ହିନ୍ଦୋଳ ଏବଂ କାମାକ୍ଷାନଗରରେ ମଧ୍ୟ ବିପର୍ଯ୍ୟୟରୁ ବର୍ତ୍ତିପାରିନି କଂଗ୍ରେସ। ହିନ୍ଦୋଳ ସଂରକ୍ଷିତ ଆସନରୁ ତ୍ରିନାଥ ବେହେରା ୯୩୬୬, କାମାକ୍ଷାନଗରରୁ ଭବାନୀ ଶଙ୍କର ମହାପାତ୍ର ୬୬୯୪ ଏବଂ ପରଜଙ୍ଗରୁ ଯଶସ୍ବିନୀ ରାଉତ ୬୭୯୫ ଭୋଟ ପାଇ ଅମାନତ ହରାଇଛନ୍ତି। ଏପରି ପ୍ରଦର୍ଶନ ପରେ ପରଜଙ୍ଗ ବିଧାନସଭାର ପୂର୍ବତନ ବିଧାୟକ ପ୍ରାର୍ଥୀ ସନ୍ତୋଷ କୁମାର ରାଉତ ଏବଂ ଚଳିତ ଥର ଏହି ଆସନରୁ ଲଢ଼ିଥିବା ତାଙ୍କ ସ୍ତ୍ରୀ ଯଶସ୍ବିନୀ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର ଜିଲା ସଭାପତି ଏବଂ ପିସିସି ଉପସଭାପତି ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ନିକଟକୁ ପଠାଇଦେଇଥିବା କହିଛନ୍ତି। ଟିକେଟ ଚୟନରେ ବିଳମ୍ବ, ଦଳୀୟ କର୍ମୀଙ୍କ ବିରୋଧ, ପିସିସିର ଅସହଯୋଗ କାରଣରୁ ସେମାନେ ପରାଜୟ ଭୋଗିଲେ ବୋଲି ଏଥିରେ ଦର୍ଶାଇଛନ୍ତି। ସେହିପରି ୧୫ବର୍ଷ ପରେ ପ୍ରତ୍ୟକ୍ଷ ରାଜନୀତିରେ ପାଦ ରଖିଥିବା ପୁରୁଖା କଂଗ୍ରେସ ନେତା ତଥା କାମାକ୍ଷା ପ୍ରସାଦ ସିଂଦେଓ ଭୋଟରଙ୍କ ଆସ୍ଥାଭାଜନ ହୋଇପାରିନାହାନ୍ତି। ଲୋକ ସଭା ନିର୍ବାଚନରେ ତାଙ୍କର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ସେ ମାତ୍ର ୮୦,୩୪୯ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି। ସାଧାରଣ ନିର୍ବାଚନରେ ଧୂଳିଚାଟିବା ପରେ ଦଳର ସ୍ଥିତି ଦୋହଲିଯାଇଛି। ଏହାକୁ ପୂରଣ କରିବାକୁ ଆଗାମୀ ଦିନରେ କ’ଣ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି, ତାହା ଦେଖିବାକୁ ବାକି ରହିଲା ବୋଲି ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri