ଓ୍ବାଟର ପ୍ୟୁରିଫାୟର ବଜାର ଅଂଶ ଦୃଢ଼ କରିବ ହାଭେଲ୍ସ

ଭୁବନେଶ୍ୱର,୧୪|୨ – ପ୍ରମୁଖ ଏଫ୍‌ଏମ୍‌ସିଜି ଏବଂ କଞ୍ଜ୍ୟୁମର ଡ୍ୟୁରେବୁଲ କମ୍ପାନୀ ହାଭେଲ୍ସ ଇଣ୍ଡିଆ ଲିମିଟେଡ (ଏଚ୍‌ଆଇଏଲ୍‌) ପକ୍ଷରୁ ଓଡିଶା ବଜାରରେ ନୂଆ ପରିବେଶ ଉପଯୋଗୀ ଓ୍ବାଟର ପ୍ୟୁରିଫାୟର ଡିଲାଇଟ ଆଲକାଲାଇନ ହାଇ ରିକଭରି ଶୁକ୍ରବାର ଶୁଭାରମ୍ଭ ହୋଇଛି। ଏହି ବର୍ଗରେ ସାରା ଦେଶରେ ବଜାର ଅଂଶ ବଢାଇବା ନେଇ କମ୍ପାନୀ ଯୋଜନା ରଖିଛି। ଏହା ଅନ୍ତର୍ଗତ ଆଗାମୀ ୩ରୁ ୪ ବର୍ଷରେ ଶୀର୍ଷ ୩ ପ୍ଲେୟରଙ୍କ ମଧ୍ୟରେ କମ୍ପାନୀ ନିଜକୁ ସାମିଲ କରିବା ଯୋଜନା ରହିଛି। ପୋର୍ଟଫୋଲିଓ ବୃଦ୍ଧି କରାଯାଇ ଏବେ ୨୦ ପ୍ରଡକ୍ଟ ଓ୍ବାଟର ପ୍ୟୁରିଫାୟର ବର୍ଗରେ ସାମିଲ କରାଯାଇଛି। ଚଳିତ ବର୍ଷ ମେ ମାସ ବେଳକୁ ଆଉ ୫ ମଡେଲ ଯୋଡିବାକୁ ଯୋଜନା ରହିଥିବା କମ୍ପାନୀର ଉପସଭାପତି ଶଶାଙ୍କ ଶ୍ରୀବାସ୍ତବ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, କମ୍ପାନୀର ଏହି ସଦ୍ୟତମ ବର୍ଗ ଗ୍ରାହକଙ୍କୁ ଅତୁଳନୀୟ ଲାଭ ପ୍ରଦାନ କରିବ। ଏଥିରେ ଅତ୍ୟାଧୁନିକ ଆର୍‌ଓ ପ୍ୟୁରିଫାୟର ରହିଛି, ଯାହାକି ୫୦%ରୁ ଅଧିକ ଜଳ ଫେରସ୍ତ କରିବାରେ ସହାୟକ ହେବ। ଶିଳ୍ପର ପ୍ରଥମ ହାଇ ରିକଭରି ଆଲ୍‌କାଲାଇନ ପ୍ୟୁରିଫାୟର ଭାବେ ଏଥିରେ ଷ୍ଟେନଲେସ ଟାଙ୍କି ରହିଛି। ୧୦୦% ଆର୍‌ଓ ୟୁଭି ବିଶୋଧିତ ଆଲକାଲାଇନ ପାଣି ସହିତ ୮ରୁ ଅଧିକ ପିଏଚ୍‌ ସ୍ତର ପ୍ରଦାନ କରିବା ପାଇଁ ୮ ପ୍ରକାରର ବିଭିନ୍ନ ସ୍ତର ପ୍ରକ୍ରିୟାକୁ ବ୍ୟବହାର କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି।
ସର୍ଭିସ ନେଟଓ୍ବର୍କ ଉପରେ ସୂଚନା ଦେଇ ସେ କହିଛନ୍ତି ଯେ, ଓ୍ବାଟର ପ୍ୟୁରିଫାୟର ଲାଗି ୩୫୦ ପ୍ରଫେଶନାଲଙ୍କୁ ନିଯୁକ୍ତ କରାଯାଇଛି। ଓ୍ବାଟର ପ୍ୟୁରିଫାୟର ବର୍ଗରେ ଉଭୟ ସଙ୍ଗଠିତ ଏବଂ ଅଣ ସଙ୍ଗଠିତ ଶିଳ୍ପ କଥା ବଚାରକୁ ନେଲେ ଏହା ପ୍ରାୟ ୬୫୦୦ କୋଟି ଟଙ୍କାରୁ ୭ ହଜାର କୋଟି ଟଙ୍କା ହେବ। ଏଥିରେ ସଙ୍ଗଠିତ ବଜାର ପ୍ରାୟ ୪,୫୦୦ କୋଟି ଟଙ୍କା ହେବ। ହାଭେଲ୍ସ ଲାଗି ଓଡିଶା ବଜାର ଗୁରୁତ୍ୱପୂର୍ଣ୍ଣ ରହିଛି। ଆଗାମୀ ୩ ବର୍ଷରେ ହାଭେଲ୍ସ ଗ୍ରୁପ କାରବାର ୨୦ ହଜାର କୋଟି ଟଙ୍କା ରହିବା ନେଇ ଆଶା ରହିଛି। ଓଡିଶାରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ରହିଛି। ଓଡ଼ିଶାରେ ଭୁବନେଶ୍ୱର, କଟକ, ରାଉରକେଲା, ପୁରୀ ସମେତ ଅନ୍ୟ କିଛି ସ୍ଥାନରେ ଓ୍ବାଟର ଫ୍ୟୁରିଫାୟର କାରବାର ଉନ୍ନତ ରହିଛି। ରାଜ୍ୟରେ ଏହି ଶିଳ୍ପର ସାଇଜ ୪୦ କୋଟି ଟଙ୍କା ରହିଛି।
କମ୍ପାନୀ ବର୍ତ୍ତମାନ ଦେଶର ୩୭୫ ସହରରେ ଉପସ୍ଥିତି ଜାହିର କରିଥିବା ସେ ମତ ପ୍ରକାଶ କରିଛନ୍ତି। ଏହା ମଧ୍ୟରେ ୮,୫୦୦ରୁ ୯ ହଜାର ରିଟେଲ ପଏଣ୍ଟ ରହିଛି। ୩୦୦ରୁ ଊର୍ଦ୍ଧ୍ୱ ଡିଷ୍ଟ୍ରିବ୍ୟୁଟର୍ସ କମ୍ପାନୀର ନେଟଓ୍ବର୍କରେ ସାମିଲ ଅଛନ୍ତି। ଆଞ୍ଚଳିକ ରିଟେଲ ନେଟଓ୍ବର୍କ, ଲାର୍ଜ ଫର୍ମାଟ ଷ୍ଟୋର ଏବଂ ଅନଲାଇନରେ ପ୍ରକଳ୍ପ ଉପଲବ୍ଧ କରାଯାଉଛି। ଗ୍ରାହକ ସେମାନଙ୍କ ଇଚ୍ଛା ମୁତାବକ ସାମଗ୍ରୀ କିଣି ପାରିବେ। କମ୍ପାନୀ ନିକଟରେ ୭.୫ରୁ ୧୨% ବଜାର ଅଂଶ ରହିଛି। ଗ୍ରାହକମାନେ ହାଭେଲ୍ସ ପ୍ରଡକ୍ଟକୁ ଡିଜାଇନ, ଟେକ୍ନୋଲୋଜି ଭଳି ବିଭିନ୍ନ ପ୍ରସଙ୍ଗକୁ ବିଚାର କରି ବ୍ୟବହାର କରୁଥିବା ସେ ମତ ଦେଇଛନ୍ତି। ପ୍ରଡକ୍ଟ ରେଞ୍ଜର ବଜାର ପ୍ରବେଶ ଅବସରରେ ଓଡିଶା ବାଣିଜ୍ୟ ମୁଖ୍ୟ ଦେବାଶିଷ ମିତ୍ର, କର୍ପୋରେଟ କମ୍ୟୁନିକେଶନ ଉପସଭାପତି ଅନିଲ ଶର୍ମା, ଏଚ୍‌ଆଇଏଲ୍‌ ଭୁବନେଶ୍ୱର ପକ୍ଷରୁ ମନୋଜ ପଲାଇ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତୁ ରେଳବାଇର ଏହି ଜରୁରୀ ନିୟମ, ନ ହେଲେ ଗଣିବାକୁ ପଡ଼ିପାରେ ଜରିମାନା

ନୂଆଦିଲ୍ଲୀ,୧୭।୮: ପ୍ରାୟତଃ ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ।…

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri