Posted inଖେଳ

ଓସିଏ ନିର୍ବାଚନ: ଅକ୍ଟୋବର ୨୦ ସୁଦ୍ଧା ସରିବ

କଟକ ଅଫିସ,୩୦ା୮- ଆସନ୍ତା ଅକ୍ଟୋବର ୨୦ ତାରିଖ ମଧ୍ୟରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର କର୍ମକର୍ତ୍ତା ନିର୍ବାଚନ ହେବ। ଏ ନେଇ ଗୁରୁବାର ଓସିଏର ନିର୍ବାଚନ ଅଧିକାରୀ ମାଖନ ଲାଲ ମଜୁମଦାର ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି। ଓସିଏ ନିର୍ବାଚନକୁ ନେଇ ଏବେ ଏହା ହେଉଛି ସବୁଠାରୁ ବଡ଼ ଘୋଷଣା। ଗୁରୁବାର ନିର୍ବାଚନ ଅଧିକାରୀ ମାଖନଲାଲ କିଛି ଦିନ ନିମନ୍ତେ ବିହାର ଫେରି ଯାଇଥିବା ବେଳେ ଉକ୍ତ ଘୋଷଣା ରାଜ୍ୟ କ୍ରିକେଟ ସଙ୍ଗଠକଙ୍କ ମହଲରେ ଆଲୋଡନ ସୃଷ୍ଟି କରିଛି। ଅକ୍ଟୋବର ୨୨ରେ ହେଉଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର କର୍ମକର୍ତ୍ତା ନିର୍ବାଚନ। ଏହା ପୂର୍ବରୁ ରାଜ୍ୟ ସଂଘର ନିର୍ବାଚନ ଶେଷ କରିବାକୁ ଚେଷ୍ଟା କରାଯାଉଛି। କୌଣସି ସଠିକ ତାରିଖ ନିର୍ଦ୍ଧାରଣ ହୋଇ ନ ଥିଲେ ମଧ୍ୟ ଅକ୍ଟୋବର ୧୭ରୁ ୨୦ ତାରିଖ ମଧ୍ୟରେ ଏହା ହେବା ନିଶ୍ଚିତ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ନୂତନ ସମ୍ବିଧାନରେ ଓସିଏ ସହ ଅନୁବନ୍ଧିତ ୟୁନିଟ ଗୁଡ଼ିକ ନିଜର ପ୍ରତିନିଧି ତାଲିକା ଆସନ୍ତା ସେପ୍ଟେମ୍ବର ୧୨ ତାରିଖ ଅପରାହ୍ନ ୪ଟା ସୁଦ୍ଧା ପଠାଇବାକୁ ନିର୍ବାଚନ ଅଧିକାରୀ ମାଖନଲାଲଙ୍କ ନିର୍ଦ୍ଦେଶ ରହିଛି।
ଓସିଏ ନିର୍ବାଚନ ନେଇ ନିର୍ଦ୍ଦିଷ୍ଟ ତାରିଖ ସ୍ଥିର ହୋଇ ନ ଥିଲେ ବି ଏହା ଏକ ପ୍ରକାର ନିର୍ବାଚନୀ ବିଗୁଲ ବୋଲି କୁହାଯାଇ ପାରେ। ଆଶାୟୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ଏବେଠାରୁ ଆରମ୍ଭ ହୋଇଯିବ। ସେପ୍ଟେମ୍ବର ୧୨ ମଧ୍ୟରେ ଅନୁବନ୍ଧିତ ୟୁନିଟ ଗୁଡ଼ିକ ପ୍ରତିନିଧି ତାଲିକା ପଠାଇବେ। ଏହି ତାଲିକାରୁ ହିଁ ବଛାଯିବେ ଓସିଏର ଆଗାମୀ ଉତ୍ତରାଧିକାରୀ। ଏଣୁ ପ୍ରତିନିଧି ବାଛିବା ହିଁ ସମସ୍ତ ଅନୁବନ୍ଧିତ ୟୁନିଟ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। ଓସିଏର ନୂତନ ସମ୍ବିଧାନରେ ସଦସ୍ୟ ସଂଖ୍ୟା ହେଉଛି ୭୩। ୩୦ଟି ଜିଲା, ୨୦ କ୍ଲବ, ୧୦ ସ୍କୁଲ, ୫ କଲେଜ, ଭୁବନେଶ୍ୱର, ରାଉରକେଲା, ରେଲୱେ, ପାରାଦ୍ୱୀପ ଓ କିଟ୍‌ ଜଣେ ଲେଖାଏ ସଦସ୍ୟଙ୍କ ନାମ ପଠାଇଲେ ଭୋଟରଙ୍କ ସଂଖ୍ୟା ୭୦ ହେବ। ଏହାଛଡ଼ା ସଦସ୍ୟ ଭାବେ ସାମିଲ ହୋଇଥିବା ୩ ଅନ୍ତର୍ଜାତୀୟ ଖେଳାଳି ଶିବ ସୁନ୍ଦର ଦାସ, ସଞ୍ଜୟ ରାଉଳ ଓ ଦେବାଶିଷ ମହାନ୍ତି ମଧ୍ୟ ଏହି ପ୍ରକ୍ରିୟାରେ ଭୋଟ ଦେବେ। ଅକ୍ଟୋବର ୨୦ ମଧ୍ୟରେ ୬ଟି ପଦବୀର ନିର୍ବାଚନ କରାଯିବ। ଏଗୁଡ଼ିକ ହେଲା ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ ଓ କାଉନସିଲ ମେମ୍ବର। ଏହା ପରେ ଖେଳାଳି ସଂଘରୁ ଜଣ ଲେଖାଏ ନିର୍ବାଚିତ ହେବା ବେଳେ ଏଜି ଗୋଟିଏ ପଦବୀରେ ରହିବେ। ମୋଟ ୯ଜଣଙ୍କୁ ନେଇ ଓସିଏ ପରିପୂର୍ଣ୍ଣ ହେବ। ଖେଳାଳି ସଂଘରୁ ଜଣେ ଲେଖାଏ ପୁରୁଷ ଓ ମହିଳା ଖେଳାଳି ନିର୍ବାଚନ ମାଧ୍ୟମରେ ଓସିଏର ପଦବୀରେ ଅବସ୍ଥାପିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri