Posted inଖେଳ

ଓସିଏକୁ ପୂର୍ଣ୍ଣ ଅନୁମୋଦନ: ଅନୁଦାନ ପାଇଁ ବାଟ ଫିଟିଲା

କଟକ ଅଫିସ,୧।୮- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)କୁ ପୂର୍ଣ୍ଣ ଅନୁମୋଦନ ମିଳିଛି, ଯାହା ଫଳରେ ଆଗାମୀ ଦିନରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ବିଭିନ୍ନ ଅନୁଦାନ ପାଇବା ପାଇଁ ବାଟ ଫିଟିଛି । ଦେଶର ୧୩ଟି କ୍ରିକେଟ ସଂଘକୁ ବିସିସିଆଇର କମିଟି ଅଫ ଆଡମିନିଷ୍ଟ୍ରେଟର(ସିଓଏ) ପୂର୍ଣ୍ଣ ଅନୁମୋଦନ ପ୍ରଦାନ କରିଥିବା ବେଳେ ଏହା ମଧ୍ୟରେ ଓସିଏ ସାମିଲ ଅଛି । ପୂର୍ଣ୍ଣ ଅନୁମୋଦନ ପାଇବା ନିମନ୍ତେ ଗୋଟିଏ ପାଦ ଦୂରରେ ଅଛୁ ବୋଲି ପୂର୍ବରୁ ଓସିଏ ପକ୍ଷରୁ ସୂଚନା ଦିଆଯାଇଥିଲା । ୯୯ ପ୍ରତିଶତ କାର୍ଯ୍ୟଧାରାକୁ ସିଓଏ ଅନୁମୋଦନ ପ୍ରଦାନ କରିଥିବା ବେଳେ ଗୋଟିଏ ପ୍ରତିଶତ ବାକି ରହିଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଲୋଧା କମିଟି ଦ୍ୱାରା ପ୍ରଣୀତ ନିୟମଧାରା ୪୪ ଏଯାଏ ପୂରଣ ହୋଇନି ବୋଲି ଓସିଏର ଜଣେ ଅଧିକାରୀ କହିଥିଲେ । ଏପରିକି ପୂର୍ଣ୍ଣ ଅନୁମୋଦନ ପାଇବା ପାଇଁ ପୂର୍ବରୁ ୬ ଥର ସିଓଏର ଦ୍ୱାରସ୍ଥ ହୋଇଛି ଓସିଏ । ଏବେ ଓସିଏର ଅଧିକାରୀମାନେ ଆଶ୍ୱସ୍ତ ହୋଇଛନ୍ତି। ଫନୀ ବାତ୍ୟାର କ୍ଷତିପୂରଣ ସମେତ ଅନ୍ୟ ସମସ୍ତ ଅନୁଦାନ ପାଇବାକୁ ଯୋଗ୍ୟତା ହାସଲ କରିଛି ଓସିଏ । ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ ଚୂଡ଼ାନ୍ତ ରାୟ ପ୍ରକାଶ ପାଇବା ପରେ ପୂର୍ଣ୍ଣ ଅନୁମୋଦନ ହାସଲ କରିଥିବା ସମସ୍ତ କ୍ରୀଡ଼ା ସଂଘ ଫାଇଦା ପାଇବେ ।
ବିହାରରୁ ଆସିବେ ନିର୍ବାଚନ ଅଧିକାରୀ
ଓସିଏର କର୍ମକର୍ତ୍ତା ନିର୍ବାଚନ ନିମନ୍ତେ କଣ୍ଟା ସାଜିଥିବା ନିର୍ବାଚନ ଅଧିକାରୀ ନିଯୁକ୍ତି ପ୍ରସଙ୍ଗ ସାମାନ୍ୟ ଟଳିଛି । ଓଡ଼ିଶାରୁ କୌଣସି ନିର୍ବାଚନ ଅଧିକାରୀ ନିଯୁକ୍ତ ନ କରାଯିବା ଫଳରେ ନିର୍ବାଚନ କରାଯିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ସିଓଏର ପରାମର୍ଶ ଲୋଡାଯାଇ ପଡ଼ୋଶୀ ରାଜ୍ୟରୁ ନିର୍ବାଚନ ଅଧିକାରୀ ଅଣାଯିବାକୁ ନିଷ୍ପତ୍ତି ହୋଇଥିଲା । ପ୍ରାଥମିକ ସ୍ତରରେ ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡ ସହ ଯୋଗାଯୋଗ କରାଯାଇଥିଲା । ଉକ୍ତ ୩ ରାଜ୍ୟର ନିର୍ବାଚନ କମିଶନରଙ୍କୁ ଏ ନେଇ ଇ-ମେଲ କରାଯାଇଥିଲା ବୋଲି ଓସିଏ କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ଧୀରେନ ପଲାଇ କହିଥିଲେ । ତେବେ ବିହାର ନିର୍ବାଚନ ଅଧିକାରୀ ପ୍ରଦାନ କରିବ ବୋଲି ସ୍ପଷ୍ଟ କରିଥିବା ଧୀରେନ କହିଛନ୍ତି । ସେମାନଙ୍କ ସହ ଯୋଗାଯୋଗ ଜାରି ରହିଛି । ଖୁବଶୀଘ୍ର ଏହି କାର୍ଯ୍ୟ ସମ୍ପନ୍ନ ହେବ ବୋଲି ସେ ପ୍ରକାଶ କରିଛନ୍ତି ।
ସଜାଡ଼ିବ ‘ଦେବ ମସ୍କୋ’, ଅର୍ଥ ଦେବ ବିସିସିଆଇ
କପିଳଦେବଙ୍କ କମ୍ପାନୀ ‘ଦେବ ମସ୍କୋ’ ଖୁବଶୀଘ୍ର କଟକରେ ପହଞ୍ଚିବ । ବାରବାଟୀ ଷ୍ଟାଡିୟମରେ ଫନୀ ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ଫ୍ଲଡ ଲାଇଟ ସଜାଡ଼ିବାକୁ ଏହି କମ୍ପାନୀ ଆଗ୍ରହ ପ୍ରକାଶ କରିଛି । ମରାମତି କରାଯିବା ପୂର୍ବରୁ ସ୍ଥିତି ଅନୁଧ୍ୟାନ କରିବାକୁ କପିଳ ଦେବ ମଧ୍ୟ ଆସିବେ । ମରାମତି ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ କପିଳଙ୍କ କମ୍ପାନୀ ଦେବ ମସ୍କୋ ଉଠାଇବ। ହେଲେ ଏଥି ନିମନ୍ତେ ଯାହା ଖର୍ଚ୍ଚ ହେବ ତାହା ବିସିସିଆଇ ପକ୍ଷରୁ ସେମାନେ ଗ୍ରହଣ କରିବାକୁ ଆଲୋଚନା ହୋଇଛି ବୋଲି ଧୀରେନ କହିଛନ୍ତି । ସୂଚନା ଥାଉକି, ୨୦୦୩ ମସିହାରେ ବାରବାଟୀ ଷ୍ଟାଡିୟମରେ ଫ୍ଲଡଲାଇଟ ଉଦ୍‌ଘାଟନ ହୋଇଥିଲା। ୨୦୦୧ ମସିହାରୁ ଫ୍ଲଡ ଲାଇଟ ଲଗାଯିବା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏଥିରେ ୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

T20 ବିଶ୍ୱକପ୍‌ ୨୦୨୬: ନେଦରଲାଣ୍ଡ ବିପକ୍ଷରେ ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଅହମ୍ମଦାବାଦ,୧୮।୨: ଟି-୨୦ ବିଶ୍ୱକପ୍‌ ୨୦୨୬ର ଗ୍ରୁପ୍‌-ଏ ମୁକାବିଲାରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri