ଓଭରବ୍ରିଜ ତଳେ ପରିବା ବିକ୍ରି; ରାସ୍ତା ଜାମ, ଲୋକେ ହଇରାଣ

ଢେଙ୍କିକୋଟ,୨୨।୭(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଲାଇଫ ଲାଇନ୍‌ ଜାତୀୟ ରାଜପଥ ୨୦ ନଂ ପାଣି କୋଇଲିଠାରୁ ରାଜାମୁଣ୍ଡାକୁ ଢେଙ୍କିକୋଟ ବଜାର ମଧ୍ୟ ଦେଇ ଯାଇଛି। ଯାହାକି ଏହାର ନବୀକରଣ ୪ ଲେନ୍‌ ରାସ୍ତା ନିର୍ମାଣ ବେଳେ ଢେଙ୍କିକୋଟ ବଜାର ମଧ୍ୟରେ ଏକ ଓଭରବ୍ରିଜ୍‌ ନିର୍ମାଣ କରାଯାଇଛି। ଏହି ଓଭରବ୍ରିଜ ଦେଇ ଜାତୀୟ ରାଜପଥ ୨୦ ନଂ ରାଞ୍ଚି-ବିଜୟଓ୍ବାଡ଼ାକୁ ସଂଯୋଗ କରିଛି। ଓଭରବ୍ରିଜ ଉଭୟ ପାର୍ଶ୍ୱରେ ଚଲାପଥ ରହିଅଛି। ନବିକରଣବେଳେ ଠିକାସଂସ୍ଥା ଚଲାପଥଗୁଡ଼ିକୁ ନିର୍ମାଣ ନକରି ଅଧାପନ୍ତରିଆ କରି ଛାଡ଼ି ଛାଲିଯାଇଛି। ଯାହାଫଳରେ ଜନସାଧାରଣ ଯାତାୟାତରେ ବହୁ ଅସୁବିଧା ଭୋଗଛନ୍ତି। ଅନ୍ୟପକ୍ଷେ ଓଭରବ୍ରିଜ ତଳ ଦୁଇ ପାର୍ଶ୍ୱରେ ସ୍ଥାନୀୟ ପରିବା ବ୍ୟବସାୟୀମାନେ ସେମାନଙ୍କ ପରିବା ଦୋକାନ ଏବଂ ଫଳ ଦୋକାନଗୁଡ଼ିକ ଦୋକାନ ମେଲି ବସିଥିବାରୁ ଗ୍ରାହକମାନେ ସାଇକେଲ, ବାଇକ ଏବଂ ଚାରିଚକିଆ ଯାନ ରଖି ପରିବା ଫଳ କିଣିଲାବେଳେ ଓଭରବ୍ରିଜ ତଳ ରାସ୍ତା ଜାମ ହେଉଛି। ଏହି ବ୍ରିଜ ତଳ ଦେଇ ବହୁ ଲୁହାପଥର ବୋଝେଇ ୧୦ ଚକିଆ, ୧୨ଚକିଆ, ଏବଂ ୧୮ ଚକିଆ ଯାନ ପ୍ରତିଦିନ ଯାତାୟାତ କରୁଛି। ଫଳରେ ଲୋକଙ୍କୁ ବହୁ ଅସୁବିଧା ଭୋଗିବାପାଇଁ ପଡ଼ୁଛି। ଏଥିଲାଗି ଢେଙ୍କିକୋଟ ପୋଲିସକୁ ନାକେଦମ ହେବାକୁ ପଡ଼ୁଛି। ଭବିଷ୍ୟତରେ ଏଠାରେ ବଡ଼ ଧରଣର ଦୁର୍ଘଟଣା ହେବାର ଆଶଙ୍କାକୁ ଏଡ଼ାଯାଇ ନ ପାରେ। ତେଣୁ ଏନ୍‌ଏଚ୍‌ଏଆଇ ତରଫରୁ ତୁର ଢେଙ୍କିକୋଟ ବଜାର ଚଲାପଥ ସାଙ୍ଗକୁ ଉଭୟ ପାର୍ଶ୍ୱରେ ଅଧା ପନ୍ତରିଆ କରିୁ ଛାଡ଼ିଥିବା ଡ୍ରେନ କାର୍ଯ୍ୟ ଶେଷ କରିବା ପାଇଁ ସାଧାରଣରେ ଦାବି ହେଉଛି। ନଚେତ ଆଗାମୀ ଦିନରେ ଏହା ଏକ ଆନ୍ଦୋଳନର ରୂପ ନେବ ବୋଲି କୁହାଯାଇଛି। ତେବେ ଓଭରବ୍ରିଜ ତଳୁ ପରିବା ଏବଂ ଫଳ ଦୋକାନଗୁଡ଼ିକୁ ସ୍ଥାନାନ୍ତର କରି ଯାନବାହାନ ସାଙ୍ଗକୁ ସାଧାରଣ ଲୋକଙ୍କୁ ଚଳପ୍ରଚଳ କରିବା ପାଇଁ ଦିଆଯାଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri