ଓଡ଼ିଶୀରେ ତ୍ରିବେଣୀ ସଙ୍ଗମ:କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟା

କୋଣାର୍କ,୪ା୧୨(ଡି.ଏନ.ଏ.):କୋଣାର୍କ ସୂର୍ଯ୍ୟମନ୍ଦିର ପାଦଦେଶରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ କୋଣାର୍କ ଉତ୍ସବର ମଙ୍ଗଳବାର ଥିଲା ତୃତୀୟ ସନ୍ଧ୍ୟା। ଏଥିରେ ପୁରାଣ ପ୍ରସଙ୍ଗ ଓ ଜୀବନ ଦର୍ଶନକୁ ଶାସ୍ତ୍ରୀୟ ନୃତ୍ୟରେ ଅତି ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ କଳାକାର। ସୁଦୃଶ୍ୟ ଆଲୋକର ସାଜସଜ୍ଜା ଓ ଭରପୂର ଦର୍ଶକ ଉତ୍ସାହ ଭିତରେ ମୁକ୍ତାକାଶ ରଙ୍ଗମଞ୍ଚରୁ ଓଡ଼ିଶୀ ଏବଂ ମୋହିନୀ ଆଟ୍ଟମ୍‌ର ନୃତ୍ୟାୟିତ ଛନ୍ଦ ସହ ନୂପୁରର ଝଙ୍କାର ଝରି ଆସିଥିଲା। ଗୁରୁ ସ୍ବପ୍ନାରାଣୀ ସିହ୍ନା ଓ ନୃତ୍ୟ ନିଳୟ ଅନୁଷ୍ଠାନର ଶିଳ୍ପୀଗଣ ପରିବେଷଣ କରିଥିଲେ ବେଦର ଅଗ୍ନିସିକ୍ତ ଆଧାରିତ ଅଗ୍ନିସ୍ତୁତି। ପରେ ନୃତ୍ୟନାଟିକା ତ୍ରିବେଣୀ ସଙ୍ଗମ ପବିତ୍ର ଗଙ୍ଗା, ଯମୁନା, ସରସ୍ବତୀ ନଦୀର ମହିମା ସହ ଆଧ୍ୟାତ୍ମିକ ପୃଷ୍ଠଭୂମି ସମ୍ବଳିତ ଧର୍ମୀୟ ବିଶ୍ୱାସର ଭାବଧାରାକୁ ନିଖୁଣ ଭାବେ ଶିଳ୍ପୀମାନେ ମଞ୍ଚରେ ପରିବେଷଣ କରିଥିଲେ। ଗୁରୁ ରାମହରି ଦାସଙ୍କ ରଚନା ଓ ସଙ୍ଗୀତ ସଂଯୋଜନାକୁ ନେଇ ପ୍ରସ୍ତୁତ ତ୍ରିବେଣୀ ସଙ୍ଗମରେ ଗୀତ, ବାଦ୍ୟ ଓ ନୃତ୍ୟର ସଙ୍ଗମ ପରିଲକ୍ଷିତ ହୋଇଥିଲା। ଦ୍ୱିତୀୟ ଚରଣରେ ମୋହିନୀ ଆଟ୍ଟମ୍‌ର ଗୁରୁ ଜୟପ୍ରଭା ମେନନ୍‌ ଓ ସାଥୀ ଶିଳ୍ପୀ ଶ୍ରୀଜୟଦେବ କୃତ ଗୀତ ଗୋବିନ୍ଦମର ଚନ୍ଦନ ଚର୍ଚ୍ଚିତ ନୀଳ କଳେବର ଉପସ୍ଥାପନା କରିଥିଲେ। ଗୁରୁ ମେନନ୍‌ଙ୍କ ଦ୍ୱିତୀୟ ଅର୍ଘ୍ୟରେ ଜୀବନର ଉଚ୍ଛ୍ବାସ ଅତି ନିଖୁଣ ଭାବେ ପରିବେଷିତ ହୋଇଥିଲା। ଯାହା ଶାସ୍ତ୍ରୀୟ ନୃତ୍ୟରେ ପ୍ରତିଫଳିତ ହୋଇଥିଲା। ମୋହିନୀ ଆଟ୍ଟମର ଅନ୍ତିମ ପ୍ରସ୍ତୁତିରେ ଜୀବ, ମୋକ୍ଷ ଓ ଉପସଂହାରର ଆବେଗକୁ ପ୍ରକାଶ କରିଥିଲା। ତୃତୀୟ ସନ୍ଧ୍ୟାର ଅତିଥି ଭାବେ ପ୍ରିନ୍ସିପାଲ ଏ. ଜି. ଯଶୋଧାରା ରାୟ ଚୈଧୁରୀ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ୍‌, ସଙ୍ଗୀତ ନାଟକ ଏକାଡେମୀ ସଚିବ ଡ. ବିଜୟ କୁମାର ଜେନା, ଓଡ଼ିଶୀ ଗବେଷଣା କେନ୍ଦ୍ର ମୁଖ୍ୟ ଡ.ସଙ୍ଗୀତା ଗୋସାଇଁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଡ. ମୃତ୍ୟଞ୍ଜୟ ରଥ ଓ ଡ. ସାଧନା ଶ୍ରୀବାସ୍ତବ ସଂଯୋଜନା କରିଥିଲେ। ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଉତ୍ପଳ କୁମାର ପତି, ବରିଷ୍ଠ ଅଧିକାରୀ ଡ. ରତିକାନ୍ତ ପଟ୍ଟନାୟକ, ସହକାରୀ ନିର୍ଦ୍ଦେଶକ ବିଜୟ କୁମାର ଜେନା, କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନ, ସୁଶାନ୍ତ କୁମାର ପାଣିଗ୍ରାହୀ ଓ ବିଷ୍ଣୁ ପ୍ରସାଦ ସିଂହ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ କରିଥିଲେ। ଏହି ସନ୍ଧ୍ୟାରେ ଉତ୍କଳୀୟ ନୌବାଣିଜ୍ୟ ଉପରେ ଆଧାରିତ ତଥ୍ୟକୁ ନେଇ ବାଲୁକାଶିଳ୍ପୀମାନେ ବାଲିରେ ନିଜ କଳା ନୈପୁଣ୍ୟର ଚମତ୍କାର ପ୍ରଦର୍ଶନ କରିଥିଲେ। ବାଲୁକା କଳା ମହୋତ୍ସବରେ ରାଜ୍ୟ ତଥା ବାହାରୁ ବହୁ ପର୍ଯ୍ୟଟକଙ୍କ ସମାଗମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri