ଓଡ଼ିଶା ମତ୍ସ୍ୟଜୀବୀଙ୍କୁ ମିଳିଛି ମାତ୍ର ୩ କୋଟି ସବ୍‌ସିଡି

 

ନୂଆଦିଲ୍ଲୀ,୨୩-୭: ଗୁଜରାଟ, କର୍ନାଟକ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ୨୦୧୮-୧୯ରେ ନିଜ ରାଜ୍ୟର ମତ୍ସ୍ୟଜୀବୀଙ୍କୁ ସର୍ବାଧିକ ସବ୍‌ସିଡି ପ୍ରଦାନ କରିଛନ୍ତି। ତେବେ ଓଡ଼ିଶା ଏହାର ମତ୍ସ୍ୟଜୀବୀଙ୍କୁ ମାତ୍ର ୩ କୋଟି ଟଙ୍କା ସବ୍‌ସିଡି ପ୍ରଦାନ କରିିଥିବା ଭାରତ ପକ୍ଷରୁ ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)କୁ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ଉକ୍ତ ରାଜ୍ୟ ସମେତ ଏକାଧିକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ବିଭିନ୍ନ ଯୋଜନା ମାଧ୍ୟମରେ ସବ୍‌ସିଡି ପ୍ରଦାନ କରିଛନ୍ତି। ସେମାନଙ୍କର ସୁରକ୍ଷା, କିରୋସିନ, ନୌପରିବହନ ସହାୟତା, ହାଇସ୍ପିଡ୍‌ ଡିଜେଲରେ ବିକ୍ରି କର ପ୍ରତ୍ୟାହାର, ପରମ୍ପରାଗତ ଡଙ୍ଗାରେ ମୋଟର ଲଗାଇବା ଆଦି ଲାଗି ସବ୍‌ସିଡି ପ୍ରଦାନ କରାଯାଇଛି। ଭାରତ ପକ୍ଷରୁ ଡବ୍ଲ୍ୟୁଟିଓକୁ ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ, ଗୁଜରାଟ, କର୍ନାଟକ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ମତ୍ସ୍ୟଜୀବୀଙ୍କୁ କ୍ରମଶଃ ୨୪୭.୪ କୋଟି, ୨୪୩.୬ କୋଟି, ୧୮୦ କୋଟି ଏବଂ ୧୦୯ କୋଟି ଟଙ୍କାର ସବ୍‌ସିଡି ପ୍ରଦାନ କରିଛି। ଏହାଛଡ଼ା ମହାରାଷ୍ଟ୍ର ୫୪.୭ କୋଟି, କେରଳ ୪୧.୯ କୋଟି, ଗୋଆ ୧୬.୫ କୋଟି, ପଶ୍ଚିମବଙ୍ଗ ୮.୪ କୋଟି ଏବଂ ଓଡ଼ିଶା ୩.୩ କୋଟି ଟଙ୍କାର ସବ୍‌ସିଡି ମତ୍ସ୍ୟଜୀବୀଙ୍କୁ ଦେଇଛନ୍ତି। ସୂଚନାଥାଉ କି, ଭାରତ ଏହି ସବ୍‌ସିଡି ଦେବା ବନ୍ଦ କରୁ ବୋଲି ଆମେରିକା ସମେତ ବିଦେଶୀ ରାଷ୍ଟ୍ରଗୁଡ଼ିକ ଦାବି କରୁଛନ୍ତି। ଅନ୍ୟପକ୍ଷରେ ସ୍ବଳ୍ପ ଆୟକାରୀ ଚାଷୀ ଓ ମତ୍ସ୍ୟଜୀବୀଙ୍କ ପାଇଁ ସବ୍‌ସିଡି ପ୍ରଦାନ ଜାରି ରଖିବାକୁ ଭାରତ ଚାହୁଁଛି। ୧୯୯୫ରେ ଡବ୍ଲ୍ୟୁଟିଓର ସଦସ୍ୟ ହୋଇଥିବା ଭାରତ ପ୍ରତିବର୍ଷ ସବ୍‌ସିଡି ସମ୍ପର୍କରେ ଏହାକୁ ଜଣାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦି ଡ୍ରିମ୍‌ ଜିମ୍‌ର ନୂତନ ସେଣ୍ଟର

ଭୁବନେଶ୍ୱର,୨୧।୪: ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସୁସ୍ଥ ଶରୀର ଓ ସ୍ବାସ୍ଥ୍ୟବାନ୍‌ ହେବା ପାଇଁ ସବୁ ବର୍ଗର ଲୋକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହାକୁ ନଜରରେ...

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri